Posted inଜାତୀୟ

ହଟ୍ଟଗୋଳ ମଧ୍ୟରେ ଓ୍ବକ୍‌ଫ ବିଲ୍‌ର ଜେପିସି ରିପୋର୍ଟ ଉପସ୍ଥାପିତ: ଲୋକ ସଭା ମାର୍ଚ୍ଚ ୧୦ ଯାଏ ମୁଲତବୀ

ନୂଆଦିଲ୍ଲୀ,୧୩।୨:ଓ୍ବକ୍‌ଫ ବିଲ୍‌ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ରିପୋର୍ଟ ଗୁରୁବାର ପାର୍ଲାମେଣ୍ଟର ଉଭୟ ଗୃହରେ ଉପସ୍ଥାପନ କରାଯାଇଥିବାବେଳେ ଏହାକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ରିପୋର୍ଟରୁ ଅସହମତ ନୋଟ୍‌ଗୁଡ଼ିକୁ ହଟାଇ ଦିଆଯାଇଥିବା ଅଭିଯୋଗ ଆଣି ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଥିଲେ। ତେବେ ସେଗୁଡ଼ିକୁ ସାମିଲ କରିବାରେ ସରକାରଙ୍କର କୌଣସି ଆପତ୍ତି ନ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି।
ଜେପିସି ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ ଲୋକ ସଭାରେ ଓ୍ବକ୍‌ଫ (ସଂଶୋଧନ) ବିଲ୍‌ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାକୁ ବିରୋଧ କରି ବିପକ୍ଷ ଦଳର ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିବାବେଳେ ଗୁରୁବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାଳ ଶେଷ ହୋଇଛି। ଲୋକ ସଭାକୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
ରାଜ୍ୟ ସଭାରେ ମଧ୍ୟ ଜେପିସି ରିପୋର୍ଟକୁ ନେଇ ଅନୁରୂପ ସ୍ଥିତି ଉପୁଜିଥିଲା। ଏହାକୁ ପ୍ରତ୍ୟାହାର କରିନେବା ପାଇଁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ଏହାକୁ ନେଇ ସରକାରୀ ଓ ବିରୋଧୀ ସଦସ୍ୟ ମୁହଁାମୁହିଁ ହେବାରୁ କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖାଯାଇଥିଲା। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ବିରୋଧୀ ଏମ୍‌ପିମାନେ ରିପୋର୍ଟରୁ ଅସହମତି ନୋଟ୍‌ଗୁଡ଼ିକୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ଆଣିଥିଲେ, ଯାହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଖଣ୍ଡନ କରିଥିଲେ। ବିରୋଧୀ ସଦସ୍ୟମାନେ ସେମାନଙ୍କ ଆସନରେ ଛିଡ଼ା ହୋଇ ଏବଂ ଗୃହର ମଧ୍ୟଭାଗକୁ ଯାଇ ରିପୋର୍ଟ ପ୍ରତ୍ୟାହାର ପାଇଁ ଦାବି ଜୋର୍‌ଦାର କରିବାରୁ ଗମ୍ଭୀର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ଚେତାବନୀ ଦେଇଥିଲେ। ରାଷ୍ଟ୍ରପତିଙ୍କ ବାର୍ତ୍ତା ପାଠ କରାଯାଉଥିବାବେଳେ ବିଶୃଙ୍ଖଳାକୁ ନେଇ ଗୃହର ନେତା ଜେ.ପି. ନଡ୍ଡା ଦୁଃଖ ପ୍ରକାଶ କରିଥିଲେ। ଓ୍ବକ୍‌ଫ ଜେପିସି କମିଟି ରିପୋର୍ଟରେ ସଂଖ୍ୟାଗରିଷ୍ଠ ସଦସ୍ୟମାନଙ୍କ ମତାମତକୁ ରଖାଯାଇ ବିରୋଧୀଙ୍କ ମତାମତକୁ ବାଦ୍‌ ଦିଆଯାଇଛି। ଏହା ନିନ୍ଦନୀୟ ଏବଂ ଗଣତନ୍ତ୍ର ବିରୋଧୀ ବୋଲି ଖାର୍ଗେ କହିଥିଲେ। ଏଭଳି ଜାଲ୍‌ ରିପୋର୍ଟକୁ ପ୍ରତ୍ୟାହାର କରିନିଆଯାଇ ପୁଣିଥରେ କମିଟିକୁ ପଠାଯାଉ ବୋଲି ସେ ଆହ୍ବାନ ଦେଇଥିଲେ। ଡିସେଣ୍ଟ ନୋଟ୍‌କୁ ବାଦ୍‌ ଦିଆଯିବା ଘଟଣାକୁ ଡିଏମ୍‌କେର ତିରୁଚି ଶିବ ଏବଂ ଆପ୍‌ ଏମ୍‌ପି ସଞ୍ଜୟ ସିଂ ବିରୋଧ କରିଥିଲେ। ଅସହମତ ନୋଟ୍‌ଗୁଡ଼ିକ ଅନୁପଯୁକ୍ତ ଏବଂ ଅଣସଂସଦୀୟ ହୋଇଥିଲେ ତାହାକୁ ହଟାଇବା କ୍ଷମତା ଜେପିସି ଅଧ୍ୟକ୍ଷଙ୍କର ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ। ବିରୋଧୀ ସଦସ୍ୟମାନେ ଭୁଲ୍‌ ଅଭିଯୋଗ ଆଣି ଗୃହକୁ ବିଭ୍ରାନ୍ତ କରୁଥିବା କେନ୍ଦ୍ରମନ୍ତ୍ରୀ ଯାଦବ ଏବଂ ନିର୍ମଳା ସୀତାରାମନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri