ବାଜପେୟୀଙ୍କ ନାମରେ ନାମିତ ହେଉ ବିକାଶ ଛକ, ନୀତୀନ ଗଡ଼କରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ ଏମ୍‌ପି ପ୍ରଦୀପ ପୁରୋହିତ

ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବିକାଶ ହସ୍ପିଟାଲ ସମ୍ମୁଖରେ ରହିଥିବା ଛକକୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରିବା ସହିତ ସେଠାରେ ବାଜପେୟୀଙ୍କ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପନ ଦାବି ଜୋରଧରିଛି। ଏହି ଦାବି ନେଇ ଗୁରୁବାର ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିକୁ ଯଥାଶୀଘ୍ର ପୂରଣ ପାଇଁ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଏମ୍‌ପି ପୁରୋହିତ ପ୍ରକାଶ କରିଛନ୍ତି।

ପ୍ରକାଶଥାଉକି, ବରଗଡ଼ ନଗର ବାଜପେୟୀ ବିଚାର ମଞ୍ଚ ଦୀର୍ଘଦିନ ହେଲା ଏହି ଦାବି କରି ଆସୁ ଥିବାବେଳେ ବାଜପେୟୀଙ୍କ ପୂର୍ଣ୍ଣତିଥି ଏବଂ ଜୟନ୍ତୀରେ ସ୍ବର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଆସୁଛି। ତେବେ ଏମ୍‌ପି ପୁରୋହିତ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କଠାରେ ଏହି ଦାବି ଉପସ୍ଥାପନ କରିଥିବା ଯୋଗୁ ମଞ୍ଚର ସଦସ୍ୟ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ, ଡା. ସଞ୍ଜିତ କୁମାର ମିଶ୍ର, ଆଶୁତୋଷ ଦାଶ, ପ୍ରତାପ ପଟ୍ଟନାୟକ, ବିରେନ୍ଦ୍ର ପ୍ରଧାନ, ରାକେଶ ଶତପଥୀ, ଆଦିକାନ୍ଦ ମହାପାତ୍ର, ତାପସ ପ୍ରଧାନ, ନିରଞ୍ଜନ ପଣ୍ଡା, ମାନସ ଚାନ୍ଦ, ମୃତ୍ୟୁଞ୍ଜୟ ମହାରଣା, ଜଗଦିଶ ସେନ, ଶୋଭାରାମ ଦାଶ, ଗୁଡ୍ଡୁ ପାଢ଼ୀ, ଶିବ ସାହୁ, ସୁଦାମ ସାହୁ, ସଞ୍ଜୟ ନାୟକ, ରମେଶ ବେହେରା, ସରୋଜ ନାୟକ ପ୍ରମୁଖ ଏମପି ପୁରୋହିତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri