ବ୍ରାହ୍ମଣୀଗାଁ,୧୧ା୨(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁସ୍ଥିତ କ୍ୟାଥେଲିକ ମଣ୍ଡଳୀ ପକ୍ଷରୁ ମା ’ ଲୁର୍ଦ୍ଧୁମେରୀଙ୍କ ପର୍ବ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ମା’ ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ବର ଆର୍ଚ୍ଚ ଡାଇସେସର କୁଳାଧିପତି ଯାଜକ ଦିବ୍ୟସିଂହ ପରିଚ୍ଛା ଯୋଗ ଦେଇ ପୌରୋହିତ୍ୟ କରିଥିବା ବେଳେ ଭିକାର୍ ଜେନେରାଲ ଯାଜକ ପ୍ରଦସ ଚନ୍ଦ୍ର ନାୟକ ଯୋଗ ଦେଇ ବାଇବେଲରୁ ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ। ଦିବ୍ୟଯଜ୍ଞରେ ସମ୍ମାନିତ ଅତିଥି ଭାବେ ଯାଯକ ମନୋରଞ୍ଜନ ସିଂ, ଦେବରାଜ ସିଂ, କାଶିଆନ ପ୍ରଧାନ, ମନୋଜ ବାଗ ସିଂଙ୍କ ସମେତ ଅନ୍ୟ ଯାଜକମାନେ ଯୋଗ ଦେଇ ସହଯୋଗ କରିଥିଲେ। ବାଇବେଲ ପଠନରେ ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ, ବିପିନ ବଳିଆର ସିଂ, ରାଣୀମା ସିଂ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ବିକ୍ରମ ବସ୍ତିରାୟ ସମସ୍ତ ଅତିଥି ଯାଜକମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ସେବାଭଗ୍ନି ଓ ଖ୍ରୀଷ୍ଟ ବିଶ୍ବାସୀ ମାନଙ୍କୁ ସ୍ବାଗତ କରିଥିଲେ। ଯାଯକ ଭଞ୍ଜ କିଶୋର ନାୟକଙ୍କ ନିର୍ଦ୍ଦେଶନାରେ ଥାମସ ନାୟକ ଓ ଅଞ୍ଜନା ଉଥାନ ସିଂଙ୍କ ସଙ୍ଗୀତ ଦଳ ଭକ୍ତି ସଙ୍ଗୀତ ଗାନ କରିଥିବା ବେଳେ ନିତିନ ଓ ପରସ ମ୍ୟୁଜିକ ପରିଚାଳନା କରିଥିଲେ। ହୋଲି କ୍ରସ ସଂଘର ସେବା ଭଗ୍ନୀ ମାନେ ବେଦୀ ସାଜସଜ୍ଜାରେ ସହଯୋଗ କରିଥିଲେ। ସହକାରୀ ଯାଯକ ଉନିଲ ଦିଗାଲ ମଞ୍ଚ ସଂଯୋଜନା କରିଥିଲେ। ସନ୍ଧ୍ୟାରେ ଖ୍ରୀଷ୍ଟୀୟ ଶ୍ରଦ୍ଧାଳୁ ମାନେ ମା ’ ମେରୀଙ୍କ ପ୍ରତିମୂର୍ତ୍ତି ଧରି ଚର୍ଚ୍ଚଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଗୁମ୍ଫା ପର୍ଯ୍ୟନ୍ତ ଯାଇଥିଲେ। ଯାଜକ ରାଜୀବ ଲୋଚନ ବଳିଆର ସିଂ ପ୍ରଭୁଙ୍କ ବାକ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ବ୍ରାହ୍ମଣୀଗାଁ ଖ୍ରୀଷ୍ଟୀୟ କଳା ପରିଷଦ ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ କରାଯିବାକୁ ଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ବିକ୍ରମ ବସ୍ତିରାଇ, ସମ୍ପାଦକ ରାଧାକାନ୍ତ ବଳିଆର ସିଂଙ୍କ ନେତୃତ୍ୱରେ କମିଟିର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ। କୁକୁ ମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁଙ୍କ ନିର୍ଦ୍ଦେଶରେ ପୋଲିସ ବାହିନୀ ଓ ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ।
ବ୍ରାହ୍ମଣୀଗାଁରେ ମା’ ଲୁର୍ଦ୍ଧୁମେରୀଙ୍କ ପର୍ବ: ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞ
Posted inHome Left, ଆମ ଜିଲା ଖବର, କନ୍ଧମାଳ, ରାଜ୍ୟ View All
ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…
ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...
ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ
ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍ରେ ପରାସ୍ତ...
ଗଡ଼ିଲା ହାଇଡ୍ରୋଜେନ୍ ଚାଳିତ ଜାହାଜ
ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍ ଇନ୍ଧନ-ସେଲ୍ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...
ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ
ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...
ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି
ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...
ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍
ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...
‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍
କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...
Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...
Archives


