Posted inଜାତୀୟ

ଆତ୍ମହତ୍ୟା କଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ, ନିକଟରେ ଭେଟିଥିଲେ ରାହୁଲ

ପାଟନା,୩।୨: ବିହାରର ବରିଷ୍ଠ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୁହାଯାଉଛି ଯେ ସେ ପାଟନାର ଏମଏଲସି ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସଚିବାଳୟ ଡିଏସପି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଛନ୍ତି ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁଃଖଦ ଘଟଣା ରାଜନୈତିକ ମହଲରେ ଏକ ଆଲୋଡ଼ନ ସୃଷ୍ଟି କରିଛି ଏବଂ ରାଜନୀତିର କରିଡରରେ ଶୋକର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଜାନୁଆରୀ ୧୮ତାରିଖରେ ରାହୁଲ ଗାନ୍ଧୀଙ୍କ ବିହାର ଗସ୍ତ ସମୟରେ, ଶକିଲ ଅହମ୍ମଦ ଖାନଙ୍କ ପୁଅଙ୍କୁ ମଞ୍ଚ ଉପରେ ତାଙ୍କ ସହିତ ପରିଚିତ କରାଯାଇଥିଲା।
ଶକିଲ ଅହମ୍ମଦ ଖାନ କଦୱାର ବିଧାୟକ ଏବଂ ତାଙ୍କ ପୁଅଙ୍କ ନାମ ଅୟାନ ଖାନ ଥିଲା। ଅୟାନ ଶକିଲ ଅହମ୍ମଦ ଖାନଙ୍କ ଏକମାତ୍ର ପୁଅ ଥିଲେ। ତାଙ୍କର ଗୋଟିଏ ଝିଅ ଅଛନ୍ତି ଯିଏ ଇଂଲଣ୍ଡରେ ଆଇନ ପଢୁଛନ୍ତି। ଅୟାନ ଦ୍ୱାଦଶରେ ପଢୁଥିଲେ ଏବଂ ତାଙ୍କ ବୟସ ୧୭ ବର୍ଷ ଥିଲା। ତସୂଚନା ମୁତାବକ, ଶକିଲ ଅହମ୍ମଦ ଖାନ ଦିଲ୍ଲୀରେ ଥିଲେ ଏବଂ ଖବର ଶୁଣିବା ପରେ ସେ ଦିଲ୍ଲୀ ଛାଡି ପାଟନା ଯାଇଛନ୍ତି।
ଶକିଲ ଅହମ୍ମଦ ଖାନ ୨୦୧୫ରେ ବିହାରର କଟିହାର ଜିଲାର କଦୱା ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। ଜୁନ ୨୦୨୩ରେ, ଡକ୍ଟର ଶକିଲ ଅହମ୍ମଦ ଖାନଙ୍କୁ ବିହାରରେ କଂଗ୍ରେସ ବିଧାୟକ ଦଳର ନେତା ନିଯୁକ୍ତ କରାଯାଇଥିଲା। ଶକିଲ ଅହମ୍ମଦ ଖାନଙ୍କ ସହ ରାହୁଲ ଗାନ୍ଧୀଙ୍କ ସିଧାସଳଖ ସମ୍ପର୍କ ଥିବାରୁ ତାଙ୍କର ଦବଦବା ଅନୁମାନ କରାଯାଇପାରେ। ନିକଟରେ, ଯେତେବେଳେ ରାହୁଲ ଗାନ୍ଧୀ ଜାନୁଆରୀ ୧୮ତାରିଖରେ ପାଟନା ପହଞ୍ଚିଥିଲେ, ସେ ତାଙ୍କ ପୁଅ ଅୟାନ ଖାନଙ୍କୁ ତାଙ୍କ ସହ ପରିଚୟ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri