କାର୍ଯ୍ୟରେ ଯୋଗଦେଲେ ଟ୍ରାଫିକ ଡିସିପି ସାଗରିକା ନାଥ : ଟ୍ରାଫିକ୍‌ ବ୍ୟବସ୍ଥାରେ ଆସିବ ସୁଧାର

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ଭୁବନେଶ୍ୱରର ଟ୍ରାଫିକ ଡିସିପି ଭାବେ ରବିବାର କାର୍ଯ୍ୟରେ ଯୋଗଦେଇଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର ସାଗରିକା ନାଥ। ସେ କମିଶନରେଟ ପୋଲିସ ମୁଖ୍ୟାଳୟସ୍ଥିତ ତାଙ୍କ ଅଫିସକୁ ଯାଇ ଦାୟିତ୍ୱ ଗ୍ରହଣ କରିବା ପରେ ରାଜଧାନୀରେ ଅସଜଡା ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ବତନ୍ତ୍ର ରଣନୀତି ଆରମ୍ଭ କରିଛନ୍ତି। ଏଥିପାଇଁ ସେ ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟ ବୁଲି ଦେଖିବା ସହ ଟ୍ରାଫିକ ପୋଲିସଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସାଗରିକା କହିଛନ୍ତି, ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାପକ ପରିବର୍ତ୍ତନ କରାଯିବ। ଟ୍ରାଫିକ ସମସ୍ୟା ଦୂର ହେବାସହ ବେପରୁଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବା ପାଇଁ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଅନେକ ସମୟରେ ରାଜଧାନୀର ବିଭିନ୍ନ ଛକରେ ଯାଞ୍ଚ ସମୟରେ ଟ୍ରାଫିକ ପୋଲିସ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଟ୍ରାଫିକ ଡିସିପି ସାଗରିକା ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଯେଉଁମାନେ ଏଭଳି ଆଚରଣ କରିବେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦୁର୍ଘଟଣା ରୋକିବା ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ଅଟୋ ଡ୍ରାଇଭରମାନେ ମନଇଚ୍ଛା ରାସ୍ତାରେ ଗାଡି ରଖି ଲୋକଙ୍କୁ ଉଠାଇଲେ କାର୍ଯ୍ୟାନୁଷ୍ଠାନ ହେବ। ଜାମ୍‌ ସମସ୍ୟା ହଟାଇବାକୁ ଏୟାରପୋର୍ଟରୁ ନନ୍ଦନକାନନ ରାସ୍ତାକୁ ଜିରୋ ଟଲେରାନ୍ସ ଜୋନ୍‌ରେ ପରିଣତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ସେପ୍ଟେମ୍ବରରୁ ସରକାରଙ୍କ ନୂଆ ଆଇନ ଲାଗୁହେବା ପରେ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଦୁର୍ଘଟଣା କମିବ ବୋଲି ଡିସିପି ସାଗରିକା କହିଛନ୍ତି।
୧୯୮୮ ଅକ୍ଟୋବର ୮ରେ ଜନ୍ମ ଗ୍ରହଣ କରିଥିବା ସାଗରିକାଙ୍କ ପୈତୃକ ଘର ଅନୁଗୋଳରେ ହୋଇଥିବାବେଳେ ପିଲାଦିନ କୋରାପୁଟରେ କଟିଥିଲା। ବାପା ନାଲ୍‌କୋ କମ୍ପାନୀରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ଦାମନଯୋଡି ଦିଲ୍ଲୀ ପବ୍ଲିକ ସ୍କୁଲରେ ୧୦ମ ପାସ୍‌ କରିବା ପରେ ବିଶାଖାପାଟଣାରୁ ଯୁକ୍ତ ୨ ଓ ଭୁବନେଶ୍ୱର ସିଇଟି କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଆଇପିଏସ୍‌ ପାଇବା ପରେ ପ୍ରଥମେ କୋରାପୁଟ ଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ। ଗଞ୍ଜେଇ ମାଫିଆ, ମୋଷ୍ଟ ଓ୍ବାଣ୍ଟେଡ୍‌ ତଥା ପେସାଦାର ଅପରାଧୀଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଆଣ୍ଟି ରୋମିଓ ସ୍କ୍ବାଡ୍‌ ଗଠନ କରି ଝିଅମାନଙ୍କୁ ସୁରକ୍ଷା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri