ଗଭୀର ଅମଲା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ତଦାରଖରେ ଆମେରିକା ସରକାରଙ୍କ ବିରାଟକାୟ ଅମଲାତନ୍ତ୍ର ବ୍ୟବସ୍ଥାକୁ ସୁଧାରିବା ସହିତ କ୍ଷୁଦ୍ର କରିବା ପାଇଁ ଏକ ନୂତନ ବିଭାଗ ଖୋଲିଛନ୍ତି। ଏହାର ନାମ ହେଉଛି ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି ( ଡିଓଜିଇ)। ଏହାର ନେତୃତ୍ୱ ନେବା ସକାଶେ ନୂଆ ରାଷ୍ଟ୍ରପତି ଏଲନ୍‌ ମସ୍କଙ୍କୁ ଦାୟିତ୍ୱ ଦେଇଛନ୍ତି। ଡିଓଜିଇ ଗଠନର ମୁଖ୍ୟ କାରଣ ହେଉଛି ଆମେରିକାରେ ସରକାରୀ ଅଫିସରମାନେ ଶାସକମାନଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇଗଲେଣି। ଭାରତ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ମୋଦି ନୂତନ ଭାବେ ଯେତେବେଳେ କ୍ଷମତାକୁ ଆସିଥିଲେ ସେତେବେଳେ ‘ଲେସ୍‌ ଗଭର୍ନମେଣ୍ଟ, ମୋର୍‌ ଗଭର୍ନାସ’ ଅର୍ଥାତ୍‌ ସରକାରୀ କଳକୁ କ୍ଷୁଦ୍ର କରାଯିବା ସହିତ ପ୍ରଶାସନିକ ବ୍ୟବସ୍ଥାକୁ ଶକ୍ତିଶାଳୀ କରାଯିବ ବୋଲି କହିଥିଲେ। କିନ୍ତୁ ମୋଦିଙ୍କର ତୃତୀୟ ପାଳିରେ ମଧ୍ୟ ସରକାରୀ କଳକୁ କ୍ଷୁଦ୍ର କରାଯାଇପାରୁନାହିଁ। ଅନ୍ୟ ପକ୍ଷରେ ଶାସକ ଦଳକୁ ସନ୍ତୁଷ୍ଟ ରଖି ନିଜର କ୍ଷମତା ବଢ଼ାଇବାରେ ଭାରତର ଅମଲାତନ୍ତ୍ରୀ ଅତି ଚତୁରତାର ସହିତ ସକ୍ଷମ ହେଉଛନ୍ତି। ଏହି ଅମଲା ବ୍ୟବସ୍ଥା ଡିପ୍‌ ଷ୍ଟେଟ୍‌ ବା ଗଭୀର ଅମଲାତନ୍ତ୍ର ପାଲଟିଯାଇଛି, ଯେଉଁଥିରେ ଅମଲାତନ୍ତ୍ରୀମାନେ ଦୁର୍ନୀତିରେ ଜଡ଼ିତ ହେବା ସହ ସରକାରୀ ନୀତିକୁ ନିୟନ୍ତ୍ରଣ କରୁଛନ୍ତି। ଏହାର ଏକ ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାର ବାଲେଶ୍ୱରରେ। ବାଲେଶ୍ୱର ବାଲିଆପାଳ ବ୍ଲକର ୨୮ଟି ପଞ୍ଚାୟତରେ ୧୬୫ ସରକାରୀ ଚାକିରିଆ ରାଶନ କାର୍ଡ ହାତେଇଥିବା ରାଜ୍ୟ ଖାଉଟି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଅନେକ ଶିକ୍ଷକ, ଇଞ୍ଜିନିୟର, ଅଧ୍ୟାପକ, ପୋଲିସ, ଜିଏସ୍‌ଟି ଅଧିକାରୀ,ଡାଟା ଏଣ୍ଟ୍ରି ଅପରେଟର, ପିଅନ ପ୍ରମୁଖ ରହିଛନ୍ତି। କୌତୂହଳର ବିଷୟ ହେଉଛି ଏହିସବୁ କର୍ମଚାରୀମାନେ ଖାଦ୍ୟ ଯୋଗାଣ ବିଭାଗର ତାଲିକାରୁ ନାମ ହଟାଇବା ପାଇଁ ଜାନୁଆରୀ ୨୦ରେ ବାଲିଆପାଳ ବ୍ଲକ ଅଫିସରେ ଭିଡ଼ ଲଗାଇଥିଲେ। ଏହା ବ୍ୟତୀତ ଭୋଗରାଇ ଏବଂ ଜଳେଶ୍ୱର ବ୍ଲକରେ ଇ-କଓ୍ବୋଇସି ପ୍ରକିୟାରେ ଯଥାକ୍ରମେ ୩୦୨ ଓ ୧୮୦ ସରକାରୀ କର୍ମଚାରୀ ବେଆଇନ ଭାବେ ରାଶନ କାର୍ଡ ନେଇଥିବା କୁହାଯାଇଛି। ବାଲେଶ୍ୱରର ଏହି ତିନୋଟି ବ୍ଲକରେ ରାଶନ କାର୍ଡ ଦୁର୍ନୀତି ସୀମିତ ହୋଇ ରହିନାହିଁ। ଇ-କଓ୍ବୋଇସି ଯାଞ୍ଚ ପ୍ରକିୟା ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ ରାଜ୍ୟର ଅନ୍ୟସବୁ ବ୍ଲକ୍‌ରେ ଏଭଳି ସରକାରୀ କର୍ମଚାରୀଙ୍କ ତାଲିକା ଲମ୍ବା ହେବ ବୋଲି କୁହାଯାଉଛି। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ କିମ୍ବା ଗହମ ଗରିବ ନିଅନ୍ତି ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବାଡ଼ ଫସଲ ଖାଇଲା ଭଳି ସରକାରୀ ଚାକିରିଆମାନେ ଗରିବଙ୍କ ଖାଦ୍ୟ ଖାଇଯାଉଛନ୍ତି। ଫଳରେ ଧନୀ ଅଧିକ ଧନୀ ହେବାରେ ଲାଗିଥିବାବେଳେ ଗରିବ ରସାତଳକୁ ଯାଉଛନ୍ତି।
ଦେଖିବାକୁ ଗଲେ ନିଜର ସୁବିଧା ପାଇଁ ଅମଲାତନ୍ତ୍ରୀ କାମ କରୁଛନ୍ତି। କିନ୍ତୁ ସବୁବେଳେ ରାଜନେତାମାନେ ଗାଳି ଖାଆନ୍ତି। ଅନେକ ସମୟରେ ସରକାରୀ କର୍ମଚାରୀମାନେ ଯାହା କରିବେ ତାହାକୁ ନାଗରିକମାନେ ଅଧିକ ବିଶ୍ୱାସ କରନ୍ତି। କିନ୍ତୁ ରାଜନେତା ଚାହଁୁଥିବା ଯୋଜନାଗୁଡ଼ିକୁ ପଣ୍ଡ କରିବା ପାଇଁ ଏହି ଅମଲା ମୁଖ୍ୟତଃ ଦାୟୀ। ବାଲେଶ୍ୱର ଜିଲାର ରାଶନ କାର୍ଡ ଦୁର୍ନୀତି ତାହା ଏବେ ପ୍ରମାଣ କରୁଛି। ଅମଲାତନ୍ତ୍ରୀଙ୍କୁ ଯେଉଁ ସରକାର ଅଧିକ ବିରୋଧ କରିବେ ଭବିଷ୍ୟତରେ ସେହି ସରକାରଙ୍କ ପାଇଁ କାମ କରିବା କଷ୍ଟକର ହୋଇଯିବ। ଶାସକ ଦଳର ରାଜନୈତିକ ସୁବିଧାକୁ ଦେଖି ନିର୍ବାଚନ କମିଶନର କର୍ତ୍ତୃପକ୍ଷମାନେ ତାଙ୍କୁ ସାହାଯ୍ୟ କରୁଥାଇପାରନ୍ତି। ସେହିଭଳି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆୟକର ବିଭାଗ, ସିବିଆଇ, ପୋଲିସ ଏବଂ ଅନ୍ୟସବୁ ସରକାରୀ ଅଙ୍ଗ ଭାରତରେ କେବଳ ବିରୋଧୀଙ୍କୁ ନୁହେଁ, ଭିନ୍ନ ସ୍ବରକୁ ଦମନ କରିବା ପାଇଁ ଆଗଭର ହୋଇ ବାହାରୁଛନ୍ତି। ପରିସ୍ଥିତି ଏବେ ଏଭଳି ହୋଇଛି ଯେ, ଏହି ସଂସ୍ଥାମାନେ ଦେଶର ଗୋଟାପଣ ହୋଇଗଲାବେଳକୁ ଯିଏ ତାଙ୍କର ବେଆଇନ କାର୍ଯ୍ୟକୁ ବିରୋଧ କରୁଛନ୍ତି ସେଭଳି ବ୍ୟକ୍ତି ଦେଶଦ୍ରୋହୀ ଆଖ୍ୟା ପାଉଛନ୍ତି। କିନ୍ତୁ ଅନ୍ୟପଟେ ସେହିମାନେ ହିଁ ଭାରତବର୍ଷ ବା ‘ଇଣ୍ଡିଆନ ଷ୍ଟେଟ୍‌’ ବୋଲି ପରିଚିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri