ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଏଭଳି ଘଟଣା ରାଜ୍ୟ ରାଜନୀତିରେ କେବେ ଦେଖିବାକୁ ମିଳିନାହିଁ। କୌଣସି ସ୍ଥାନରେ କେବେ ପାର୍ଟି ଅଫିସକୁ ହୋଟେଲ କରାଯାଇ ନାହିଁ। ସତରେ କ’ଣ ବିଜେଡି ନିଶ୍ଚିହ୍ନ ହେବାକୁ ଯାଉଛି କି?, ଲୋକେ ଆଉ ପାର୍ଟି ଅଫିସକୁ ଆସୁନାହାନ୍ତି କି?, କେବଳ ପୂଜା ପର୍ବ ଭଳି କାର୍ଯ୍ୟକ୍ରମ ପାଇଁ ପାର୍ଟି ଅଫିସ ନିମିତ୍ତମାତ୍ର ରହିଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି।

ବିଜେଡି କଙ୍ଗାଳ ହୋଇଗଲାଣି । କର୍ପୋରେଟ ଫଣ୍ଡିଂ ବନ୍ଦ ହେବା ଯୋଗୁ ପାର୍ଟି ଅଫିସ ଖର୍ଚ୍ଚ ତୁଲାଇବା ପାଇଁ ହୋଟେଲ ଖୋଲି ବିଜେଡି ବ୍ୟବସାୟ କରୁଛି ବୋଲି ଜଗନ୍ନାଥ ଅଭିଯୋଗ କରିଛନ୍ତି। ସରକାରଙ୍କ ପାଖରୁ ଜାଗା ଆଣି କାର୍ଯ୍ୟାଳୟ ପାଇଁ ଘର ତିଆରି କରିଥିଲା ବିଜେଡ଼ି। ବର୍ତ୍ତମାନ କେଉଁ ଉଦ୍ଦେଶ୍ୟରେ ହୋଟେଲ ଚଳାଯାଉଛି ତାକୁ ନେଇ ଜଗନ୍ନାଥ ବିଜେଡିକୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କର୍ପୋରେଟ ହାଉସମାନଙ୍କ ଠାରୁ ଚାନ୍ଦା ଆଦାୟ କରି ବିଜେଡି କାର୍ଯ୍ୟାଳୟ ନିର୍ମାଣ କରିଥିଲା। ବର୍ତ୍ତମାନ ଆଉ କର୍ପୋରେଟ ହାଉସରୁ ପଇସା ଆସୁନାହିଁ। ଫଳରେ ବିଜେଡି ପାର୍ଟି ଅଫିସକୁ ହୋଟେଲ କରିଛି କି ବୋଲି ଜଗନ୍ନାଥ କହିଛନ୍ତି। ବିଜେଡ଼ି ଏହାର ଜବାବ ଦେଉ ବୋଲି କହିଛନ୍ତି। ଯଦି ବିଜେଡି ପାର୍ଟି ଅଫିସକୁ ହୋଟେଲ କରିବ ତେବେ ସେ ଜାଗାର ଅନୁମତି ବ୍ୟାଜାପ୍ତି କରାଯାଉ ବୋଲି ଜଗନ୍ନାଥ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri