ରିଲିଜ ପୂର୍ବରୁ ଚର୍ଚ୍ଚାରେ ବର୍ଷାଙ୍କ ଫିଲ୍ମ ‘ଓ୍ବାଇଫ୍‌’; ଅନୁଭବଙ୍କ ସହ ସମ୍ପର୍କକୁ…

ଭୁବନେଶ୍ୱର,୨୮।୧୨: ପୁଣି ଚର୍ଚ୍ଚାରେ ଓଲଉଡ୍‌ର ଅନ୍ୟତମ ସୁପରହିଟ୍‌ ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ। ଗୋଟିଏ ପଟେ ଅନୁଭବଙ୍କ ଜୀବନକୁ ନେଇ ଦିଲ୍ଲୀର ଖବରଦାତା ଜାଗୃତି ଶୁକ୍ଳା ‘ବ୍ଲକବଷ୍ଟର ଟୁ ବାଲାଟ ବକ୍ସ’ ନାମକ ଏକ ପୁସ୍ତକ ରଚନା କରୁଥିବା ବେଳେ ଏବେ ବର୍ଷା ନିଜର ଅପକମିଂ ଫିଲ୍ମକୁ ନେଇ ଖବର ଶିରୋନାମାକୁ ଆସିଛନ୍ତି। ଜାନୁଆରୀ ୩ରେ ବର୍ଷାଙ୍କ ଫିଲ୍ମ ‘ଓ୍ବାଇଫ୍‌’ ବଡ଼ ପରଦାକୁ ଆସିବ। ଏହାର କାହାଣୀ ଅନେକାଂଶରେ ବର୍ଷାଙ୍କ ଜୀବନ ସହ ମେଳ ଖାଉଛି ବୋଲି କୁହାଯାଉଛି। ଫିଲ୍ମ ରିଲିଜ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପ୍ରଶଂସକ ମତ ରଖୁଛନ୍ତି।

ଫିଲ୍ମରେ ବର୍ଷା ହିରୋ ଜୟଜିତଙ୍କୁ ବିବାହ କରୁଛନ୍ତି। କିଛିଦିନ ବେଶ ହସଖୁସିରେ ରୋମାଣ୍ଟିକ ଜୀବନ ବିତୁଥିବା ବେଳେ ହଠାତ ସ୍ବାମୀସ୍ତ୍ରୀଙ୍କ ସମ୍ପର୍କରେ ତୃତୀୟ ମହିଳାଙ୍କ ଏଣ୍ଟ୍ରୀ ହେଉଛି। ସେ ପେସାରେ ଜଣେ ମହିଳା ଖବରଦାତା। ସ୍ବାମୀ ତାଙ୍କ ପ୍ରେମରେ ଉବୁଟୁବୁ ହେବା ଯୋଗୁ ବୈବାହିକ ଜୀବନରେ ଉଠୁଛି ଝଡ଼। ଶେଷରେ ବର୍ଷାଙ୍କ ସ୍ବାମୀ ତାଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି। ବିଚ୍ଛେଦର ସବୁ କାରଣ ସେ ସ୍ତ୍ରୀଙ୍କ ମୁଣ୍ଡରେ ଠେଲିଦେଇ ଦୋଷୀ କରିବାକୁ ପଛାଉ ନାହାନ୍ତି। ନୂଆବର୍ଷରେ ଏଭଳି ବିଷୟବସ୍ତୁକୁ ନେଇ ରିଲିଜ ହେବ ‘ଓ୍ବାଇଫ୍‌’। ଏହାକୁ ଦେଖିଲେ ହଠାତ ଏହା ବର୍ଷା ଅନୁଭବଙ୍କ ଜୀବନ କାହାଣୀ ବୋଲି ଦର୍ଶକେ ଭାବିବାକୁ ବାଧ୍ୟ ହେବେ। ତେବେ ଏହା କେବଳ ଏକ କାହାଣୀ। ସମାଜର ଅଧିକାଂଶ ଘରେ ଏଭଳି କାହାଣୀ ଘଟୁଛି ବୋଲି ବର୍ଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri