ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’

ଭୁବନେଶ୍ୱର,୨୧ା୧୨(ସୁଚିସ୍ମିତା ସାହୁ): ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାର ନବୀକରଣ କରାଯିବ। ବଦଳିବ ‘ମୋ ସ୍କୁଲ ଅଭିଯାନ’ ନାଁ। ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’। ଏ ନେଇ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା ପାଇଁ ରହିଥିବା ବିଭିନ୍ନ ଆହ୍ବାନର ମୁକାବିଲା ଲାଗି ଏକ ମଜଭୁତ ତଥା ଉଦ୍ୟୋଗୀ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ନବୀକରଣର ପରିକଳ୍ପନା କରିଛନ୍ତି। ଏହି ଯୋଜନା ଅଧୀନରେ ସ୍କୁଲ ନିର୍ମାଣ, ଶିକ୍ଷାର ମାନ ବୃଦ୍ଧି ଏବଂ ସାମାଜିକ ଯୋଗଦାନ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଏହି ବିଶାଳ ଅଭିଯାନରେ ପୂର୍ବତନ ଛାତ୍ର, ପୂର୍ବତନ ଛାତ୍ର ସଂଘ, ଶିକ୍ଷାନୁଷ୍ଠାନ, ସାମାଜିକ ସଂସ୍ଥା, କମ୍ପାନୀ, ସଂଗଠନ, ସିଆର୍‌ଏସ୍‌ କର୍ମୀ, ସାମାଜିକ କର୍ମୀ ଓ ଅନ୍ୟମାନଙ୍କୁ ସାମିଲ କରାଯିବ। ରାଜ୍ୟରେ ଶିକ୍ଷାର ବିକାଶ ଲାଗି ପାଣ୍ଠି, ସାମଗ୍ରୀ ଏବଂ ସେବା ପ୍ରଦାନ ନେଇ ଏମାନଙ୍କୁ ଏକ ମଞ୍ଚ ପ୍ରଦାନ କରାଯିବ। ଭବିଷ୍ୟତ ପିଢିକୁ ସୃଜନଶୀଳ ଉଦ୍ଭାବନକାରୀ, ଗବେଷଣାକାରୀ, ଉଦ୍ୟୋଗୀ କରି ଗଢି ତୋଳିବାର ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିଲାଗି ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ (ଏମ୍‌ଏସ୍‌ଏପିଏସ୍‌)କୁ ପଞ୍ଚସଖା ଶିକ୍ଷା ସେତୁ (ପିଏସ୍‌ଏସ୍‌) ଭାବେ ପୁନଃନାମିତ କରାଯିବ। ପିଏସ୍‌ଏସ୍‌ ନୂତନ ଶିକ୍ଷା ଯୋଜନାର କାର୍ଯ୍ୟକାରୀ ସଂସ୍ଥା ଭାବେ କାମ କରିବ। ରାଜ୍ୟ ମୁଖ୍ୟ ଶାସନ ସଚିବ ଏହାର ମୁଖ୍ୟ ରହିବେ। ଜିଲା ତଥା ରାଜ୍ୟସ୍ତରରେ ଯୋଜନାର କାଯର୍ର୍‌ୟକାରିତା ନେଇ ଯଥାକ୍ରମେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ କମିଟି ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ପାଣ୍ଠି ପ୍ରଦାନ କରିବେ। ଏଥିସହିତ ହଷ୍ଟେଲ, ଲ୍ୟାବ, ଲାଇବ୍ରେରି, ଇଣ୍ଟରନେଟ, ଶ୍ରେଣୀଗୃହ, ଆସବାବପତ୍ର, ଶୌଚାଳୟ ପ୍ରଭୃତି ନିର୍ମାଣ ସହିତ ଭିତ୍ତିଭୂମିର ବିକାଶ ଭଳି ବିଭିନ୍ନ କାମ ପାଇଁ ଭିନ୍ନଭିନ୍ନ ସୂତ୍ରରୁ ଦାନ ଆକାରରରେ ମଧ୍ୟ ପାଣ୍ଠି ମଧ୍ୟ ଗ୍ରହଣ କରାଯିବ। ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ଅଧିକାରୀ ତଥା କର୍ମଚାରୀ ନିଯୁକ୍ତ ହେବେ। ଯୋଜନା ସମ୍ବନ୍ଧୀୟ ସମସ୍ତ ଦୈନନ୍ଦିନ ବ୍ୟାପାର ପରିଚାଳନା ନିମନ୍ତେ ଏକ କାର୍ଯ୍ୟନିର୍ବାହୀ ସଂଗଠନ ରହିବ। ଏହାକୁ ସହଯୋଗ କରିବା ଲାଗି ଏକ ଗଭର୍ଣ୍ଣିଂବଡି ଏବଂ ଏକ ପରାମର୍ଶଦାତା ବୋର୍ଡ ରହିବ। କଳା, ସଂସ୍କୃତି, ଡିଜାଇନ, ଆଡ୍‌ଭର୍ଟାଇଜିଂ, ଫିଲ୍ମ ନିର୍ମାତା, ସାହିତି୍ୟକ, ବିଜ୍ଞାନ ଓ କ୍ରୀଡା କ୍ଷେତ୍ରର ବିଚାରବନ୍ତ ନେତା, ବିଶିଷ୍ଟ ଶିକ୍ଷାବିତ୍‌, ବୈଜ୍ଞାନିକ ଏବଂ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏଥିରେ ସଦସ୍ୟ ରହିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri