ଭୁବନେଶ୍ୱର,୧୬ା୧୨(ସୁନିତ୍ ମିଶ୍ର): ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍ର ଏମ୍ପିମାନେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିଲେ। ଏହାପରେ ବିରୋଧୀ ଏମ୍ପିମାନେ ଏନେଇ ଅନାସ୍ଥା ନୋଟିସ ମଧ୍ୟ ଦେଇସାରିଛନ୍ତି। ଏଭଳି ସ୍ଥିତିରେ ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅନେକ ସମୟରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କ ବିଲ୍ ହେଉ କି ପ୍ରସ୍ତାବ ତାକୁ ବିଜେଡି ସମର୍ଥନ କରିଆସୁଥିବା ନଜିର ରହିଛି। ହେଲେ ଓଡ଼ିଶାରେ ପ୍ରଥମଥର ଲାଗି ବିଜେଡି ଶାସନ କ୍ଷମତାରୁ ଯିବା ସହ ଭାଜପା ସରକାର ଗଢ଼ିବାରେ ସଫଳ ହୋଇଛି। ବିଜେଡି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଉଛି। ଗତ ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ ଏହାର ଆଭିମୁଖ୍ୟକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶି ଏହା ଉପରେ ମତ ରଖିଛନ୍ତି। ସେ କହିଛନ୍ତି, ବିଜେଡି ରାଜ୍ୟ ସଭା ଅଧ୍ୟକ୍ଷଙ୍କ ସପକ୍ଷରେ ଅଛନ୍ତି। ଏ ପର୍ଯ୍ୟନ୍ତ ବିଜେଡି ସଦସ୍ୟମାନେ ଏନେଇ ଦସ୍ତଖତ ମଧ୍ୟ କରିନାହାନ୍ତି। ଅନାସ୍ଥା ପ୍ରସ୍ତାବକୁ ବିରୋଧ କରୁଛୁ। ଦଳର ସୁପ୍ରିମୋ ଆଗରୁ ସୂଚନା ଦେଇଛନ୍ତି, ରାଜ୍ୟ ସଭାରେ ଆମକୁ ନିରପେକ୍ଷ ରହିବାର ଅଛି। ସେଥିଲାଗି ଆମେ ୭ ଜଣ ସଦସ୍ୟ ଏହି କଥାରେ ନିରପେକ୍ଷ ରହିଛୁ ବୋଲି ବିଶି କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ଅନାସ୍ଥା ପ୍ରସ୍ତାବ ଆଣିବାର ୧୪ ଦିନ ପୂର୍ବରୁ ନୋଟିସ ଦେବା କଥା। ବିରୋଧୀ ନୋଟିସ ଆଣିଥିଲେ ମଧ୍ୟ ଚଳିତ ରାଜ୍ୟ ସଭା ଅଧିବେଶନ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ଚଳିତ ଅଧିବେଶନ ଭିତରେ ବିରୋଧୀ ଅନାସ୍ଥା ଆଣିପାରିବେ ନାହିଁ। ତେଣୁ ଏନେଇ ଏବେଠାରୁ ବିଚାର ହୋଇନାହିଁ। ଦଳ ଏହା ଉପରେ ନିଷ୍ପତ୍ତି ଆଗକୁ ନେବ। ତେଣୁ ଏବେ ଠାରୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ଶୁଭାଶିଷ କହିଛନ୍ତି।
ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…
ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...
ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ
ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...
ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍, ଭୁବନେଶ୍ୱରରେ ଜାଣନ୍ତୁ କେତେ…
ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧ ଲକ୍ଷ ୫୪...
ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍ ଖରାପ ହେଲା ବିମାନ, ତା’ପରେ..
ଓ୍ବାଶିଂଟନ୍,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...
କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ
ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...
ରାଜ୍ୟରେ ବଢିଲା ତାପମାତ୍ରା
ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...
ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା
ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...
ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ
ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...
Archives

