Posted inଜାତୀୟ

ସମ୍ପର୍କୀୟ ଭାଇଙ୍କୁ ପ୍ରେମ, ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ଗାନ୍ଧୀନଗର, ୧୬।୧୨: ଗୁଜରାଟରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମନାକୁ ଆସିଛି। ଗାନ୍ଧୀନଗରରେ ପାୟଲ ନାମ୍ନୀ ଜଣେ ଯୁବତୀ ବିବାହର ୪ ଦିନ ପରେ ନିଜ ସ୍ବାମୀ ଭାବିକଙ୍କୁ ହତ୍ୟା କରିଛନ୍ତି। ଗତ ୧୦ରେ ଅହମଦାବାଦ ନିବାସୀ ଭାବିକ ଓ ଗାନ୍ଧୀନଗର ନିବାସୀ ପାୟଲଙ୍କର ବିବାହ ହୋଇଥିଲା। ପାୟଲ ତାଙ୍କ ସମ୍ପର୍କୀୟ ଭାଇ କଳ୍ପେଶଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରି ଆସୁଥିଲେ ମଧ୍ୟ ପରିବାର ଲୋକଙ୍କ କଥାରେ ଭାବିକଙ୍କୁ ବିବାହ କରିଥିଲେ। ତେବେ ଶନିବାର ଭାବିକ ପାୟଲଙ୍କୁ ଆଣିବା ପାଇଁ ଗାନ୍ଧୀନଗରସ୍ଥିତ ନିଜ ଶ୍ୱଶୁର ଘରକୁ ଯାଇଥିଲେ। ତେବେ ପାୟଲଙ୍କୁ ନେଇ ଭାବିକ ଘରକୁ ନ ଫେରିବାରୁ ଶନିବାର ରାତିରେ ଭାବିକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପାୟଲଙ୍କୁ ନ ନେଇ ଭାବିକ ଚାଲି ଯାଇଥିବା କଥା ପାୟଲଙ୍କ ପରିବାର ଲୋକେ ପୋଲିସକୁ କହିଥିଲେ। ତେବେ ବିବାହ ମାତ୍ର ୪ ଦିନ ତଳେ ହୋଇଥିବାରୁ ପୋଲିସ ପାୟଲଙ୍କ ଉପରେ ସନ୍ଦେହ କରି ତାଙ୍କୁ ପଚରାଉଚରା କରିଥିଲା। ପୋଲିସର ଚାପରେ ପାୟଲ ନିଜ ଦୋଷ ସ୍ବୀକାର କରିଥିଲେ। ତାଙ୍କ ପ୍ରରୋଚନାରେ ସମ୍ପର୍କୀୟ ଭାଇ କଳ୍ପେଶ ଓ ୨ ସହଯୋଗୀ ଭାବିକଙ୍କୁ ଅପହରଣ କରି ହତ୍ୟା କରିଥିବା ପାୟଲ କହିଥିଲେ। ଘଟଣାକୁ ନେଇ ରବିବାର ଗାନ୍ଧୀନଗର ପୋଲିସ ପାୟଲ, କଳ୍ପେଶ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି। ଅପହରଣ କରିବା ପରେ କଳ୍ପେଶ ଓ ୨ ସହଯୋଗୀ ଭାବିକଙ୍କୁ ଗଳା ଚିପି ହତ୍ୟା କରିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri