Posted inଜାତୀୟ

ବିଜୟର ୨୩ ଦିନ ପରେ ଶପଥ

ନାଗପୁର,୧୬।୧୨(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆଶାତୀତ ସଫଳତା ହାସଲର ୨୩ ଦିନ ପରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ୨ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଅଜିତ ପାଓ୍ବାର ଶପଥ ନେବାର ୧୦ ଦିନ ପରେ ତାଙ୍କ କ୍ୟାବିନେଟ୍‌ର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି। ଏଥିରେ ମହାୟୁତିର ୩ ଦଳରୁ ୩୯ ବିଧାୟକଙ୍କୁ ସୁଯୋଗ ମିଳିଛି। ୧୦ ପୂର୍ବତନ ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇଥିବାବେଳେ କ୍ୟାବିନେଟରେ ୧୬ ନୂଆ ମୁହଁ ସ୍ଥାନ ପାଇଛନ୍ତି। ୩୩ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ୬ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍‌ର ମନ୍ତ୍ରୀ ସଂଖ୍ୟା ୪୨ ହୋଇଛି। ଭାଜପାରୁ ମନ୍ତ୍ରିମଣ୍ଡଳରେ ୧୯ ଜଣ ସ୍ଥାନ ପାଇଥିବାବେଳେ ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଅଜିତ ପାଓ୍ବାରଙ୍କ ଏନ୍‌ସିପିରୁ ଯଥାକ୍ରମେ ୧୧ ଏବଂ ୯ ଜଣଙ୍କୁ ମନ୍ତ୍ରୀପଦ ମିଳିଛି। ରାଜ୍ୟ ବିଧାନସଭା ଶୀତ ଅଧିବେଶନର ପୂର୍ବ ସନ୍ଧ୍ୟାରେ ନାଗପୁରସ୍ଥିତ ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍‌ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା ୧୩୨ ଆସନ ଜିତିଥିବାବେଳେ ଶିବସେନା ୫୭ ଏବଂ ଏନ୍‌ସିପି ୪୧ ଆସନ ଜିତିଥିଲା। ସେହି ଅନୁଯାୟୀ ଭାଜପାକୁ ୧୬ଟି କ୍ୟାବିନେଟ ଏବଂ ୩ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବାବେଳେ ଶିବସେନାକୁ ୯ କ୍ୟାବିନେଟ ଓ ୨ ରାଷ୍ଟ୍ରମନ୍ତ୍ରୀ ଏବଂ ଏନ୍‌ସିପିକୁ ୮ କ୍ୟାବିନେଟ ଓ ୧ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ୪ ମହିଳା ମନ୍ତ୍ରୀଙ୍କ ମଧ୍ୟରୁ ପଙ୍କଜା ମୁଣ୍ଡେ, ମାଧୁରୀ ମିସାଲ ଏବଂ ମେଘନା ବୋରଡିକର ଭାଜପାରୁ ହୋଇଥିବାବେଳେ ଏନ୍‌ସିପିରୁ ଅଦିତି ଟଟକାରେ ଅଛନ୍ତି। ଛଗନ ଭୁଜବଳ, ଦିଲୀପ ଓ୍ବାଲ୍‌ସେ ପାଟିଲ, ସୁଧୀର ମୁଙ୍ଗନ୍ତିଓ୍ବାର ଏବଂ ବିଜୟକୁମାର ଗଭିତ୍‌ ଏଥର ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ଶିବସେନାରୁ ପୂର୍ବତନ ମନ୍ତ୍ରୀ ତନଜି ସାଓ୍ବନ୍ତ, ଦୀପକ କେସରକର ଏବଂ ଅବଦୁଲ ସତ୍ତାର ବାଦ୍‌ ପଡ଼ିଥିବାବେଳେ ଏନ୍‌ସିପିରୁ ଅନିଲ ପାଟିଲ, ସଞ୍ଜୟ ବନ୍ଦସୋଡେ ଏବଂ ଧର୍ମାରାଓ ବାବା ଅତରାମ ବାଦ୍‌ ପଡ଼ିଛନ୍ତି।

ବାଦ୍‌ ପଡ଼ିଥିବା ବିଧାୟକଙ୍କୁ ମଧ୍ୟ ସୁଯୋଗ ମିଳିବ: ଅଜିତ

ମହାରାଷ୍ଟ୍ରର ଦ୍ୱିତୀୟ ରାଜଧାନୀ ନାଗପୁରରେ ସୋମବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ରବିବାର ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। କ୍ୟାବିନେଟରେ ସାମିଲ ହୋଇ ନ ଥିବା ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସେମାନଙ୍କୁ ଆଶାଛଡ଼ା ନ ହେବାକୁ ଆଶ୍ୱାସନା ଦେଇଛନ୍ତି। ଏନ୍‌ସିପି ମୁଖ୍ୟ ଅଜିତ କହିଛନ୍ତି, ମହାୟୁତି ସରକାର ଏହି ପାଳିରେ ଅନ୍ୟ ବିଧାୟକମାନଙ୍କୁ ମଧ୍ୟ ସୁଯୋଗ ଦେବ। ସମସ୍ତେ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ସେମାନେ ସୁଯୋଗ ପାଇବାକୁ ଯୋଗ୍ୟ। କିନ୍ତୁ ମନ୍ତ୍ରିପଦ ସଂଖ୍ୟା ସୀମିତ। କେତେଜଣ ବିଧାୟକଙ୍କୁ ଦେଢ଼ବର୍ଷ ପାଇଁ ମନ୍ତ୍ରିପଦ ମିଳିଛି। ଆଉ କେତେଜଣଙ୍କୁ ଅଢ଼େଇ ବର୍ଷ ପରେ କ୍ୟାବିନେଟ କିମ୍ବା ରାଷ୍ଟ୍ରମନ୍ତ୍ରୀ ଭାବେ ସୁଯୋଗ ମିଳିବ। ଏଥିରେ ଅନେକ ଜିଲା ଓ ଅଞ୍ଚଳକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବ ବୋଲି ଅଜିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

IGIରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ, ମାଡ଼ ମାରି….

ନୂଆଦିଲ୍ଲୀ,୨୦ା୧୨: ପୁଣି ଏୟାରଲାଇନ୍ସ ନାଁରେ ଏକ ଅଭିଯୋଗ ସାମ୍ନାକୁ ଆସିଛି । ସ୍ପାଇସଜେଟର ଜଣେ ଯାତ୍ରୀ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଏୟାର ଇଣ୍ଡିଆ...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri