କଲେଜ୍ ଛାତ୍ରୀଙ୍କୁ ଷ୍ଟେସନାରୀ ଦୋକାନୀଙ୍କ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତଙ୍କୁ ଉତ୍ତମ ମଧ୍ୟମ ଦେଲେ ଛାତ୍ରୀଛାତ୍ର

ଜି.ଉଦୟଗିରି,୯।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି. ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଦୋକାନ ଭିତରକୁ ଭିଡ଼ି ନେଇ ଅସଦାଚରଣ ସହ ଦୁଷ୍କର୍ମ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଘଟଣାବେଳେ ଅନ୍ୟ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଦ୍ଵାରା ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଅଭିଯୁକ୍ତକୁ ପ୍ରବଳ ମାଡ଼ ହେବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।

ସୂଚନା ଆନୁସାରେ ପୀଡ଼ିତା ଛାତ୍ରୀ ଜି.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗରେ ପଢ଼ୁଥିବା ପାବୁରିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଛାତ୍ରୀଙ୍କ କହିବା ଅନୁସାରେ ପ୍ରତିଦିନ ଭଳି କଲେଜ କ୍ଲାସ ସାରି ଘରକୁ ଫେରିବା ନିମନ୍ତେ ଜି.ଉଦୟଗିରି ବନ୍ଧଛକ ପାବୁରିଆ ଯିବା ବସ୍ ଷ୍ଟାଣ୍ଡ ଠାରେ ଥିବା କମ୍ପ୍ଲେକ୍ସ ନିକଟରେ ସମୟ ପ୍ରାୟ ୨.୩୦ ମିନିଟ ସମୟରେ ବସ ଅପେକ୍ଷା କରୁଥିଲେ । ସେହି ସମୟରେ ସେଠାରେ ଥିବା କମ୍ପ୍ଲେକ୍ସର ଷ୍ଟେସନାରୀ ଦୋକାନକୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ ।

ସେଠାରେ ଥିବା ଦୋକାନ ମାଲିକ ସନ୍ତୋଷ କୁମାର ସାହୁ ଦୋକାନ ଖାଲି ଥିବା ଦେଖି ଉକ୍ତ ଝିଅକୁ ହାତ ଧରି ଜୋର ଜବରଦସ୍ତ ଉପର ମହଲା କୋଠରୀରେ ଥିବା ନିଜ ବେଡ୍ ରୁମ୍ କୁ ନେଇ ବଳ ପୂର୍ବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କବାଟ ବନ୍ଦ କରିଥିଲା ଓ ଝିଅର ମୁହଁ ଚାପି ଶରୀରର ବିଭିନ୍ନ ଅଙ୍ଗ ସ୍ପର୍ଶ କରି ବଳାତ୍କାର ଉଦ୍ୟମ କରୁଥିବା ବେଳେ ଛାତ୍ରୀ ଜଣକ ଚିତ୍କାର କରିବାରୁ ତଳେ ରାସ୍ତାରେ କିଛି ଛାତ୍ରଛାତ୍ରୀ ମାନେ ଚିତ୍କାର ଶୁଣି ଦୋକାନ ଭିତରକୁ ପଶି ଛାତ୍ରୀଙ୍କୁ ଉଦ୍ଧାର କରିଥିବା ପୋଲିସକୁ କହିଛନ୍ତି।

ଘଟଣା ସ୍ଥଳରେ ପୋଲିସ ପହଁଞ୍ଚିବା ପୂର୍ବରୁ ଦୋକାନ ମାଲିକଙ୍କୁ କଲେଜ ଛାତ୍ରଛାତ୍ରୀ ମାନେ ଉତ୍ତମ ମଧ୍ୟମ ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ନେଇ ଅଟକ ରଖିଥିବା ସୂଚନା ମିଳିଛି। ଛାତ୍ରୀଙ୍କ ମାତା ଓ ସମ୍ପର୍କୀୟ ଘଟଣା ସ୍ଥଳରେ ପହଁଞ୍ଚି ଝିଅ ପ୍ରତି ଦୁଷ୍କର୍ମ ଉଦ୍ୟମ ନେଇ ଥାନାରେ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି। ଖବର ଲେଖିବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନଥିବା ବେଳେ ଏହିପରି ଘଟଣା ଜି.ଉଦୟଗିରିରେ ପ୍ରଥମ ଥର ଘଟିଥିବା ବେଳେ ରାଷ୍ଟ୍ରୀୟ ଆଦିବାସୀ ଏକତା ମିଶନ,କୁଇ ସମାଜ ପରିଷଦ,ବୁଦ୍ଧିଜିବୀ ସମେତ ଅନ୍ୟମାନେ ତୀବ୍ର ନିନ୍ଦା କରିଛନ୍ତି ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri