ବର୍ଷାରେ ଭିଜିଲା ଧାନ: ସରକାର କିଣିବେ କି ନାହିଁ ଚିନ୍ତାରେ ଚାଷୀ

ପଦ୍ମପୁର,୧।୧୨(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଅଦିନିଆ ବର୍ଷା ଚାଷୀମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି। ଅଧିକାଂଶ ଚାଷୀ ଧାନ ଅମଳ କରିସାରିଥିବା ବେଳେ କେତେକ ଚାଷୀଙ୍କ ଧାନ କଟା ସରି ନାହିଁ। ବର୍ଷା ଯୋଗୁ କ୍ଷେତରେ ଥିବା ଧାନ ଅମଳ ପରେ ରଙ୍ଗ ବଦଳି ଯାଇ ବିକ୍ରିଯୋଗ୍ୟ ହେବ ନାହିଁ। କେତେକ ଚାଷୀ ସଂଗୃହୀତ ଧାନ ଏଫ୍‌ଏକ୍ୟୁ ମାନ କରିବା ପାଇଁ ରାସ୍ତା, ଖଳା ଓ ଘର ବାହାର ଖୋଲା ଜାଗାରେ ଶୁଖାଇଥିଲେ। ଅଦିନିଆ ବର୍ଷା ଯୋଗୁ ଧାନ ଭିଜିଯାଇଛି। ଶୁଖିଲା ଧାନ ଭିଜିଲା ପରେ ଧାନର ଶୁଷ୍କତା ଆଉ ରହିବ ନାହିଁ। ମଣ୍ଡି ଠିକ୍‌ ସମୟରେ ଖୋଲା ହୋଇଥିଲେ ଅନେକ ଚାଷୀ ଧାନ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇ ପାରିଥାନ୍ତେ। ମଣ୍ଡି ବ୍ୟବସ୍ଥାରେ ଅନିୟମିତତା ହେଲେ ଚାଷୀ କମ୍‌ ଦାମ୍‌ରେ ଦଲାଲଙ୍କ ପାଖରେ ଧାନ ବିକ୍ରି କରିବେ। ଏଫ୍‌ଏକ୍ୟୁ ଆଳରେ ବଜାର କମିଟି ଧାନ କିଣୁନାହାନ୍ତି। ବିଳମ୍ବରେ ମଣ୍ଡି ଖୋଲିବା, ଅଦିନିଆ ବର୍ଷା ଓ ମିଲର୍ସଙ୍କ ନିଦାବିଷ୍ଣୁ ନୀତି ଯୋଗୁ ଚାଷୀ ୨/୩କେଜି କଟନୀଛଟନୀରେ ଧାନ ବିକ୍ରି କରିବାକୁ ବାଧ୍ୟ ହେବେ ବୋଲି ଆଲୋଚନା ହେଉଛି।

ବସ୍ତା ଅଖା ୨୧ ଟଙ୍କା

ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନ ମଣ୍ଡିଗୁଡିକ ଗତ ନଭେମ୍ବର ୨୧ ତାରିଖରୁ ଖୋଲିଥିଲେ ମଧ୍ୟ ଚାଷୀଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ଚାଷୀଙ୍କ ପାଇଁ ଅଖା ବସ୍ତା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଗୋଟିଏ ବସ୍ତା ଅଖାକୁ ୨୧ ଟଙ୍କାରେ କିଣିବାକୁ ପଡୁଛି। ସେହିପରି ଟୋକନ ସମସ୍ୟା, ଜଟିଳ ପ୍ରକ୍ରିୟା ଆଦି କାରଣରୁ ଅଦ୍ୟାବଧି ଗୋଟିଏ ପ୍ୟାକେଟ ଧାନ ସରେଇକେଲା ମଣ୍ଡିକୁ ବିକ୍ରି ପାଇଁ ଆସିନାହିଁ।

ଅନ୍ୟପଟେ ଅଦିନିଆ ବର୍ଷା ଯୋଗୁ ଖଳାରେ ପଡ଼ିଥିବା ଧାନ ଭିଜୁଛି l ଅଗାଡି ଥିଲେ ମଣ୍ଡିରେ କଟନୀଛଟନୀ ଭୟରେ ଚାଷୀ ପଙ୍ଖାରେ ଧାନ ପାଛୋଡ଼ି ସଫା କରୁଛି l ଅଖାବସ୍ତା ମାଗଣାରେ ପ୍ରଦାନ, କଟନୀଛଟନୀ ବନ୍ଦ କରି ମଣ୍ଡିରେ ମିଲର୍ସଙ୍କ ମନମାନି ବନ୍ଦ, ଦଲାଲ ମୁକ୍ତ କରି ସରଳ ଓ ସହଜରେ ଧାନ ବିକ୍ରି ବ୍ୟବସ୍ଥା କରିବାକୁ ସରେଇକେଲା ମଣ୍ଡି ଅନ୍ତର୍ଗତ ଚାଷୀ ଅଶୋକ ପ୍ରଧାନ, କୁଳମଣି ବାରିକ, ସୁନୀଲ ପ୍ରଧାନ, ପ୍ରତାପ ସାହୁ, ବିକାଶ ସାହୁ, ପ୍ରଦୀପ ସାହୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri