ସ୍ତ୍ରୀଙ୍କୁ କବ୍‌ଜାରେ ରଖି ମାଗୁଛନ୍ତି ୨ ଲକ୍ଷ: ବୈକୁଣ୍ଠଧାମ ଆଶ୍ରମ କର୍ତ୍ତୃପକ୍ଷଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ କେନ୍ଦୁଝର ଯୁବକ

ଭୁବନେଶ୍ୱର,୨୭ା୧୧(ସତ୍ୟଜିତ୍‌ ରାଉତ):ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ ସ୍ତ୍ରୀଙ୍କୁ କବ୍‌ଜା କରି ରଖିବା ସହ ୨ ଲକ୍ଷ ଟଙ୍କା ଦାବି କରିଥିବା ଜଣେ ବ୍ୟକ୍ତି ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। ଏପରିକି ଆଶ୍ରମରେ ବହୁ ଅନୈତିକ କାର୍ଯ୍ୟ ହେଉଥିବା ବେଳେ ତାଙ୍କ ପାଖରେ ଏନେଇ ସବୁ ପ୍ରମାଣ ଥିବା ସେ ଦାବି କରିଛନ୍ତି। ଅଭିଯୋଗ ଆଣିଥିବା ବ୍ୟକ୍ତିଜଣକ ହେଲେ କେନ୍ଦୁଝର ଅଞ୍ଚଳର ଜିତେନ ଗିରି (୩୮)। ପୋଲିସ ତାଙ୍କ ଏତଲା ଆଧାରରେ ଏକ ଷ୍ଟେଶନ ଡଏରୀ ପଞ୍ଜୀକୃତ କରି ତଦନ୍ତ କରୁଛି।
ଏତଲା ଅନୁଯାୟୀ, ଜିତେନ୍‌ଙ୍କର ୨୦୧୪ରେ ବିବାହ ହୋଇଥିଲା। ସେ ତାଙ୍କ ସ୍ତ୍ରୀଙ୍କ ସହ ଭୁବନେଶ୍ୱରରେ ରହୁଥିଲେ। ତେବେ ପରବର୍ତ୍ତୀ ସମୟରେ ସ୍ତ୍ରୀ ଏମ୍‌ଫିଲ୍‌ ପାଇଁ ଆଚାର୍ଯ୍ୟ ବିହାରରେ ଓ ଜିତେନ ବ୍ୟବସାୟ ପାଇଁ ମୟୂରଭଞ୍ଜରେ ରହିଥିଲେ। କରୋନା ପରେ ତାଙ୍କ ସ୍ତ୍ରୀ ଶିବାନୀ ନାମ୍ନୀ ଯୁବତୀଙ୍କ ସଂସ୍ପର୍ଶରେ ଆସି ଉକ୍ତ ଆଶ୍ରମକୁ ଯାଇଥିଲେ। ଏହାପରଠାରୁ ତାଙ୍କ ସ୍ତ୍ରୀ ଘର ଛାଡ଼ି ଉକ୍ତ ଆଶ୍ରମରେ ରହିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏପରିକି ସ୍ତ୍ରୀଙ୍କୁ ଆଣିବାକୁ ଆଶ୍ରମ ଯାଇଥିଲେ ମଧ୍ୟ ସେ ଆସିବାକୁ ରାଜି ହୋଇ ନ ଥିଲେ। ସେହିପରି ଜିତେନ୍‌ ଆହୁରି ଅଭିଯୋଗ କରିଛନ୍ତି ଯେ, ଆଶ୍ରମର ବାବା କାଶୀନାଥଙ୍କ ପୁଅଙ୍କ ସହ ତାଙ୍କ ସ୍ତ୍ରୀ ଅଶ୍ୱଚାଳନା ଶିଖିବାକୁ ଯାଆନ୍ତି। ଏଥିସହ ବିଦେଶୀ ଲୋକଙ୍କ ସହ କଥାବାର୍ତ୍ତା କରନ୍ତି। ସେଠାକୁ ଆସୁଥିବା ଧନୀ ଲୋକଙ୍କୁ ତାଙ୍କ ସ୍ତ୍ରୀ ଟ୍ରାପ୍‌ କରି ଆଶ୍ରମକୁ ଆଣନ୍ତି। ତେବେ ଏନେଇ କାଶୀନାଥଙ୍କ ସହ ସେ କଥା ହୋଇଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ତେବେ ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ଆଶ୍ରମରେ ଥିବା କ୍ରିଷ୍ଣା ନାମକ ଜଣେ ଯୁବକଙ୍କ ସହ କଥା ହେବା ପରେ ସେ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ସେ ୫୦ ହଜାର ଟଙ୍କା ଦେଇଥିଲେ ମଧ୍ୟ ଆଶ୍ରମ କର୍ତ୍ତୃପକ୍ଷ ସ୍ତ୍ରୀଙ୍କୁ ଛାଡ଼ି ନ ଥିଲେ। ସେ ଗତ ୮ ମାସ ହେବ ତାଙ୍କୁ ଖୋଜୁଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ଆଶ୍ରମ ନାଁରେ ଖବର ପଢ଼ି ସେ ଥାନାକୁ ଆସିଥିବା ଏତଲାରେ କହିଛନ୍ତି। ଏପରିକି ଆଶ୍ରମରେ ଥିବା ଏକାଧିକ ବ୍ୟକ୍ତିଙ୍କ ନାଁରେ ସେ ଏଭଳି ଅଭିଯୋଗ କରିଛନ୍ତି। ତେବେ ସ୍ତ୍ରୀ ଆଶ୍ରମରେ ଥିବା କହିବାରୁ ପୋଲିସ ଟିମ୍‌ ଜତିନଙ୍କୁ ନେଇ ଆଶ୍ରମ ଯାଇଥିଲା। ହେଲେ ଆଶ୍ରମରେ ତାଙ୍କ ସ୍ତ୍ରୀ ନ ଥିବା ଜଣାପଡ଼ିଥିଲ। ଏନେଇ ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ଦିଲୀପ କୁମାର କହିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ନେଇ ଆଶ୍ରମ କର୍ତ୍ତୃପକ୍ଷ କିମ୍ବା ପଣ୍ଡିତ କାଶୀନାଥଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri