ଚାଇନା-କାନାଡାର ମୁଣ୍ଡବିନ୍ଧା ବଢାଇଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୬।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ସମସ୍ତ ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବେ। ଆମେରିକାରେ ଅବୈଧ ପ୍ରବାସୀଙ୍କ କ୍ରମାଗତ ଭାବେ ବୃଦ୍ଧି ହେତୁ ଟ୍ରମ୍ପ କ୍ରୋଧରେ ଏହି ଘୋଷଣା କରିଛନ୍ତି। ବେଆଇନ ଭାବେ ଦେଶକୁ ଡ୍ରଗ୍ସ ଆସିବା ପାଇଁ ଟ୍ରମ୍ପ ଚାଇନାକୁ ଦାୟୀ କରିଛନ୍ତି ଏବଂ ଚାଇନା ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଶେୟାର କରାଯାଇଥିବା ପୋଷ୍ଟରେ ଟ୍ରମ୍ପ କହିଛନ୍ତି,ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମେ କାନାଡା, ଚାଇନା ଏବଂ ମେକ୍ସିକୋରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବେ। ମେକ୍ସିକୋ ଏବଂ କାନାଡାରୁ ହଜାର ହଜାର ଲୋକ ଆମେରିକାରେ ପ୍ରବେଶ କରୁଛନ୍ତି ଏବଂ ସେମାନେ ସେମାନଙ୍କ ସହ ଡ୍ରଗ୍ସ ଆଣୁଛନ୍ତି। ଯଦି କାନାଡା ଏବଂ ମେକ୍ସିକୋ ଚାହାଁନ୍ତି, ସେମାନେ ଏହି ବେଆଇନ ପ୍ରବାସୀମାନଙ୍କୁ ଅଟକାଇ ପାରିବେ ଏବଂ ସେମାନଙ୍କର ମଧ୍ୟ ଏହା କରିବାର ଶକ୍ତି ଅଛି। ତେଣୁ କାନାଡା ଏବଂ ମେକ୍ସିକୋରୁ ଆସୁଥିବା ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ଏବଂ ଯଦି କାନାଡା ଏବଂ ମେକ୍ସିକୋ ସେମାନଙ୍କ ସୀମା ଦେଇ ଆମେରିକାକୁ ଆସୁଥିବା ବେଆଇନ ପ୍ରବାସୀମାନଙ୍କୁ ବନ୍ଦ ନ କରନ୍ତି, ତେବେ ସେମାନଙ୍କୁ ଭାରି ଶୁଳ୍କ ଦେବାକୁ ପଡିବ।

ଟ୍ରମ୍ପ ଚାଇନାକୁ ଟାର୍ଗେଟ କରି କହିଛନ୍ତି, ଚାଇନାରୁ ଡ୍ରଗ୍ସ, ବିଶେଷକରି ଫେଣ୍ଟାନିଲ ଆମେରିକାରେ ଆସୁଛି। ଅତୀତରେ ସେ ଚାଇନା ସହିତ ଡ୍ରଗ୍ସ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଏବଂ ଡ୍ରଗ ବେପାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଇନା ମଧ୍ୟ କହିଥିଲା, କିନ୍ତୁ ଏହା ସତ୍ତ୍ୱେ ଆମେରିକାରେ ଫେଣ୍ଟାନିଲ ଔଷଧର କାରବାର ଜାରି ରହିଛି। ଆମ ସରକାର ଚାଇନା ଉପରେ ଡ୍ରଗ୍ସ ରୋକିବାରେ ସକ୍ଷମ ନ ହେବା ପାଇଁ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri