Posted inଫୁରସତ

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ ଏବଂ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଯୋଗଦେବେ। ସେଥିମଧ୍ୟରେ ରହିଛି ରକ୍‌ବ୍ୟାଣ୍ଡ୍‌ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଥିବା ଭାରତୀୟ ସଙ୍ଗୀତ ଜଗତର ଚର୍ଚ୍ଚିତ ‘ଅଗ୍ନି’ ବ୍ୟାଣ୍ଡ୍‌ ।

ଆମ ଦେଶରେ ମନୋରଞ୍ଜନ ପାଇଁ ଫିଲ୍ମ ସଙ୍ଗୀତର ଅଧିକ ଚାହିଦା ରହିଆସିଥିବାବେଳେ ନିଜସ୍ବ ଉଦ୍ୟମରେ ଆରମ୍ଭ ହୋଇଥିବା ବିଭିନ୍ନ ବ୍ୟାଣ୍ଡ ଏବେ ସଙ୍ଗୀତକୁ ଏକ ନୂଆ ଦିଗ ଦେଇଛି। ସେହି ବ୍ୟାଣ୍ଡଗୁଡ଼ିକ ମଧ୍ୟରୁ ଅନ୍ୟତମ ‘ଅଗ୍ନି’ ବ୍ୟାଣ୍ଡ। ଭାରତୀୟ ରକ୍‌ ବ୍ୟାଣ୍ଡ ଭାବେ ଏହା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତ ଏବଂ ରକ୍‌ ମ୍ୟୁଜିକ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛି। ୨୦୦୬ରେ ମୁମ୍ବାଇରେ ସଙ୍ଗୀତଜ୍ଞ କାନନ ମୋହନ ଏବଂ ଗିଟାର ବାଦକ କୌସ୍ତୁଭ ଧାଭାଲେ ଓରଫ କୋକୋଙ୍କ ଦ୍ୱାରା ଏହି ବ୍ୟାଣ୍ଡ ପ୍ରତିଷ୍ଠା ହୋଇଥିଲା। ଏହାର ପ୍ରଥମ ଆଲ୍‌ବମ୍‌ ୨୦୦୭ ମେ’ ୧୫ରେ ପୁଣେଠାରେ ସୋନୀ ବିଏମ୍‌ଜିରେ ପ୍ରଦର୍ଶିତ ହୋଇଥିଲା। ଅଗ୍ନି ବ୍ୟାଣ୍ଡ ଦେଶର ସର୍ବାଧିକ ପ୍ରଶଂସା ସାଉଁଟିଥିବା ଗୁରୁତ୍ୱପୂର୍ଣ୍ଣ ରକ୍‌ ବ୍ୟାଣ୍ଡମାନଙ୍କ ମଧ୍ୟରୁ ଅନ୍ୟତମ। ଉଦ୍ଦିପନା ସୃଷ୍ଟିକାରୀ ଲାଇଭ୍‌ ପ୍ରଦର୍ଶନ ଏବଂ ଭାରତୀୟ ସଙ୍ଗୀତର ଗଭୀର ମୂର୍ଚ୍ଛନା ସହିତ ଜଡ଼ିତ ସ୍ବର ପାଇଁ ଅଗ୍ନି ବେଶ୍‌ ଜଣାଶୁଣା। ବିଶେଷକରି ମୂଳ ସଙ୍ଗୀତର ଭାବ ନ ବଦଳାଇ ଏହାକୁ ଏକ ନୂତନ ଢଙ୍ଗରେ ପରିବେଷଣ କରିବା ଅଗ୍ନି ବ୍ୟାଣ୍ଡର ଲକ୍ଷ୍ୟ। ‘ସାଧୋ ରେ’ ଏବଂ ‘କବିରା’ ସଙ୍ଗୀତରେ ସେମାନଙ୍କ ଗାୟନ ଶୈଳୀ କମ୍‌ ସମୟ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ହିନ୍ଦୀ ଫିଲ୍ମ ଯଥା ଦିଲ୍‌ ଦୋସ୍ତି…ଏବଂ ସାଲାରେ ମଧ୍ୟ ସେମାନଙ୍କ ଗୀତ ସ୍ଥାନ ପାଇଛି। ସଙ୍ଗୀତ ପରିବେଷଣ ସହ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାରେ ଅଗ୍ନି ବ୍ୟାଣ୍ଡ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ କରି ଆସୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ନଷ୍ଟ ହେଉଥିବା ଜୈବ ବିବିଧତାକୁ କିପରି ରୋକାଯାଇପାରିବ ସେଦିଗରେ ଏହା କାର୍ଯ୍ୟ କରୁଛି। ଏହି ବ୍ୟାଣ୍ଡର ମୁଖ୍ୟ ଗାୟକ ମୋହନ କାନନ୍‌ ଜଳବାୟୁ ପରିବର୍ତ୍ତନ ସଚେତନତା ପାଇଁ ବାର୍ତ୍ତା ବଣ୍ଟୁଥିବା ଜଣେ ଅଗ୍ରଦୂତ। ଏହି ଟିମ୍‌ ସକାରାତ୍ମକ ପରିବର୍ତ୍ତନର ପ୍ରେରଣା ଦେଇଥାଏ। ବିଶେଷକରି ପୃଥିବୀର ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବାକୁ ଏହା ଆମକୁ ପ୍ରେରିତ କରିଥାଏ। ଅଗ୍ନି ଆଲବମ୍‌ରୁ ଯାତ୍ରା ଆରମ୍ଭ କରିଥିବା ଏହି ବ୍ୟାଣ୍ଡ ଏବେ ଟିଭିରେ ପ୍ରସାରିତ ବହୁ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ସହ ଯୋଡ଼ିହୋଇଯାଇଛି। ସୋନି ବିଏମ୍‌ଜି ସହିତ ଏହାର ଚୁକ୍ତି ସ୍ବାକ୍ଷରିତ ହୋଇଛି। ୨୦୧୨ରେ ଦ’ ଆଭେଞ୍ଜର୍ସ ଫିଲ୍ମରେ ସଙ୍ଗୀତ ରଚନା କରିଥିଲା। ଏହି ବ୍ୟାଣ୍ଡ ଇତିମଧ୍ୟରେ ଏମ୍‌ଟିଭି ଭିଡିଓ ସଙ୍ଗୀତ ପୁରସ୍କାର, ଗ୍ଲୋବାଲ ଇଣ୍ଡିଆନ୍‌ ମ୍ୟୁଜିକ ଆଓ୍ବାର୍ଡ ଏବଂ ସ୍ପାଇକ୍ସ ଏସିଆ ଆଓ୍ବାର୍ଡ ଭଳି ଅନେକ ପୁରସ୍କାର ସାଉଁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri