ଭିକ୍ଟୋରିଆଙ୍କୁ ମିସ୍‌ ୟୁନିଭର୍ସ କଲା ଟ୍ରମ୍ପ୍‌ ଇଫେକ୍ଟ

ମେକ୍ସିକୋ ସିଟି,୧୯ା୧୧: ଇତିହାସରେ ପ୍ରଥମ ଥର ପାଇଁ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେନ୍‌ମାର୍କରୁ ଜଣେ ଡାନିଶ୍‌ ପ୍ରତିନିଧି ମିସ୍‌ ୟୁନିଭର୍ସ ହୋଇପାରିଛନ୍ତି। ଟାଇଟଲ ପାଇଁ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ନିଜ ଟ୍ୟାଲେଣ୍ଟ ପ୍ରଦର୍ଶନ କରିଥିବାବେଳେ ଉକ୍ତ ଇଭେଣ୍ଟରେ କଡ଼ା ମୁକାବିଲା ହୋଇଥିଲା। ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ପ୍ରତିଯୋଗିତାରେ ବିବାହଯୋଗ୍ୟା, ଓଜନ ଅଧିକ ଥିବା ଏବଂ କିନ୍ନର କଣ୍ଟେଷ୍ଟାଣ୍ଟମାନେ ଭାଗ ନେଉଥିଲେ। ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ସୁରକ୍ଷା ପାଇଁ ପ୍ରୟାସରତ ଥାଇଲାଣ୍ଡର ଜଣେ ମିଡିଆ ମୋଗଲ ମିସ୍‌ ୟୁନିଭର୍ସ ଇଭେଣ୍ଟର ମାଲିକାନା ନେବା ପରେ ଚଳିତବର୍ଷର ଇଭେଣ୍ଟ ଅଧିକ ପାରମ୍ପରିକ ଥିଲା। ଗତବର୍ଷ ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ପର୍ତ୍ତୁଗାଲର ମାରିନା ମାଚେଟେ ପ୍ରଥମ ଟ୍ରାନ୍ସଜେଣ୍ଡର ଓମେନ୍‌ ଭାବେ ସ୍ଥାନ ପାଇଥିଲେ। କିଛି ମାସ ପୂର୍ବରୁ ୨୨ ବର୍ଷୀୟା ରିକ୍କି ଭଲେରିଏ କୋଲ୍ଲେ ମିସ୍‌ ନେଦରଲାଣ୍ଡ୍ସ ମୁକୁଟ ହାସଲ କରିବାରେ ପ୍ରଥମ ଟ୍ରାନ୍ସଜେଣ୍ଡର ପର୍ସନ ଥିଲେ। ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗନେବାରେ ଆଞ୍ଜେଲା ପୋନ୍ସ ହେଉଛନ୍ତି ପ୍ରଥମ ଟ୍ରାନ୍ସ ଓମେନ୍‌। କିଛି ବର୍ଷ ତଳେ ସେ ମିସ୍‌ ସ୍ପେନ୍‌ ମୁକୁଟ ହାସଲ କରିଥିଲେ। ସଦ୍ୟ ଅନୁଷ୍ଠିତ ଇଭେଣ୍ଟରେ ଭିକ୍ଟୋରିଆ ଜଣେ ଅଣ-କିନ୍ନର ଭାବେ ଏହି ମର୍ଯ୍ୟାଦାଜନକ ମୁକୁଟ ପାଇବା ପରେ ଅନେକେ ବିସ୍ମିତ ହୋଇଯାଇଥିଲେ। ଜଣେ ଷ୍ଟ୍ରେଟ୍‌, ଶ୍ୱେତାଙ୍ଗୀ, ଜୈବିକ ମହିଳା ମିସ୍‌ ୟୁନିଭର୍ସ ୨୦୨୪ ହେବା ଏକ ବଡ଼ ଖବର ବୋଲି ଲୋକପ୍ରିୟ ରାଜନୈତିକ ଭାଷ୍ୟକାର ମାଟ୍ଟ ଓ୍ବାଲେସ୍‌ କହିଛନ୍ତି। ଆଉ କେତେଜଣଙ୍କ ମତରେ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଜଣେ ଷ୍ଟ୍ରେଟ୍‌ ମହିଳା ମିସ୍‌ ୟୁନିଭର୍ସ ହୋଇପାରିଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରିବା ପରେ ହିଁ ଏହା ଗଣମାଧ୍ୟମର ଦୃଷ୍ଟିଆକର୍ଷଣ କରି ଲୋକପ୍ରିୟ ହୋଇପାରିଥିଲା। ୨୦୦୩ରେ ଏନ୍‌ବିସି ସହ ଟ୍ରମ୍ପ୍‌ଙ୍କ ଡିଲ୍‌ ଯୋଗୁ ଏହା ଘରେ ଘରେ ପହଞ୍ଚତ୍ପାରିଥିଲା। କିନ୍ତୁ ୨୦୧୫ରେ ଟ୍ରମ୍ପ୍‌ଙ୍କ ଏକ ମନ୍ତବ୍ୟ ଏଥିରେ ତାଙ୍କର ସହଭାଗିତାରେ ପୂର୍ଣ୍ଣଚ୍ଛେଦ ପକାଇଥିଲା। ପରବର୍ତ୍ତୀ ସମୟରେ ଏନ୍‌ବିସିର ଅର୍ଦ୍ଧାଧିକ ଅଂଶଧନ ଟ୍ରମ୍ପ୍‌ଙ୍କ ନିକଟରେ ରହିବାରୁ ସେ ଏହାର ମାଲିକ ହୋଇଥିଲେ। ଟ୍ରମ୍ପ୍‌ଙ୍କ ଅମଳରେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଯୌନାଚାରରେ ଛନ୍ଦିହୋଇ ବିବାଦୀୟ ହୋଇଥିଲା। ବର୍ତ୍ତମାନ ମିସ୍‌ ୟୁନିଭର୍ସ ବ୍ରାଣ୍ଡ୍‌ ଥାଇଲାଣ୍ଡର ଜେକେଏନ୍‌ ଗ୍ଲୋବାଲ ଗ୍ରୁପ୍‌ ଏବଂ ଆମେରିକାର ଲିଗାସି ହୋଲ୍ଡିଂ ଗ୍ରୁପ୍‌ ନିକଟରେ ରହିଛି। ପ୍ରଥମ ଓପନ୍‌ ଟ୍ରାନ୍ସ ଓମେନ୍‌ ଆନ୍ନେ ଜାକାପୋଙ୍ଗ୍‌ ଜାକ୍ରାଜୁଟାଟିପ୍‌ ଏହି ଥାଇ କଙ୍ଗ୍ଲୋମେରେଟ୍‌ର ମାଲିକାଣୀ, ଯିଏକି ସୁନ୍ଦରୀ ପ୍ରତିଯୋଗିତା ଇତିହାସରେ ଏକ ସକାରାମତ୍କ ଅଧ୍ୟାୟ ଯୋଡ଼ିଥିବା କୁହାଯାଉଛି। ଜାକାପୋଙ୍ଗ୍‌ ଏଥିରେ ବିବାହିତ ମହିଳା ଓ ମା’ମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ଦେଇ ନୂଆ ନିୟମ ପ୍ରଣୟନ କରିଥିଲେ। ତେବେ ତାଙ୍କ ନେତୃତ୍ୱରେ ଜେକେଏନ୍‌ ଗ୍ଲୋବାଲ ୨୦୨୩ରେ ଦେବାଳିଆ ହୋଇଯାଇଥିଲା। ମୋଟାମୋଟି ଭାବେ ଦେଖିବାକୁ ଗଲେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଶାରୀରିକ ଗଠନ ନିର୍ବିଶେଷରେ ସଶକ୍ତୀକରଣ ପାଇଁ ଅନେକ ମହିଳାଙ୍କୁ ଉତ୍ସାହିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

୨୦୨୬ର ପ୍ରଥମ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍‌ ବର୍ଷସାରା ଗୋଡ଼ାଇବ ଦରିଦ୍ରତା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...

ଚଳନ୍ତା କାର୍‌ରେ ଆଇଟି କମ୍ପାନୀ ମ୍ୟାନେଜରଙ୍କୁ ଗଣବଳାତ୍କାର, ସିଇଓଙ୍କ ସମେତ ୩ ଗିରଫ

ଉଦୟପୁର,୨୬।୧୨: ଚଳନ୍ତା ଗାଡ଼ିରେ ଗଣବଳାତ୍କାର। ଲିଫ୍ଟ ଦେଇ ଲୁଟିନେଲେ ଇଜ୍ଜତ। ନିଜ କମ୍ପାନୀର ଆଇଟି ମ୍ୟାନେଜରଙ୍କୁ ବଳାତ୍କାର କଲେ ସିଇଓ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri