Posted inଜାତୀୟ

୨୦୫୦ ସୁଦ୍ଧା ୨ ଗୁଣା ପ୍ଲାଷ୍ଟିକ୍‌ ବର୍ଜ୍ୟ

ନୂଆଦିଲ୍ଲୀ,୧୬ା୧୧(ପି.ଟି.):ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିମାଣ ୨୦୫୦ ବେଳକୁ ଦୁଇଗୁଣା ହୋଇପାରେ। ଏହାର ସମାଧାନ ପାଇଁ ଉପଯୁକ୍ତ ନୀତି ପ୍ରଣୟନ ନିମନ୍ତେ ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି। ପୁନଃଚକ୍ରଣଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର ଏବଂ ବର୍ଜ୍ୟ ପରିଚାଳନାରେ ପୁଞ୍ଜି ନିବେଶ ଦ୍ୱାରା ପ୍ଲାଷ୍ଟିକ୍‌ ବର୍ଜ୍ୟ ୯୦ ପ୍ରତିଶତରୁ ଅଧିକ ହ୍ରାସ ପାଇବା ସହ ଏ ସମ୍ପର୍କିତ ଉତ୍ସର୍ଜନକୁ ଏକ-ତୃତୀୟାଂଶ କମାଯାଇପାରିବ ବୋଲି ଏକ ନୂଆ ଅଧ୍ୟୟନରେ କୁହାଯାଇଛି।
ଜାତିସଂଘ ପ୍ଲାଷ୍ଟିକ୍‌ ଚୁକ୍ତିନାମା ସ୍ବାକ୍ଷର ହେବା ପୂର୍ବରୁ ସାଇନ୍ସ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି। ପ୍ଲାଷ୍ଟିକ୍‌ ବର୍ଜ୍ୟ ଉପରେ ବିଶ୍ୱର ପ୍ରଥମ ଚୁକ୍ତିନାମା ଖୁବ୍‌ଶୀଘ୍ର ସ୍ବାକ୍ଷର ହେବାକୁ ଯାଉଛି। ଏନେଇ ଚୂଡ଼ାନ୍ତ ବୁଝାମଣା ପାଇଁ ନଭେମ୍ବର ୨୫ରୁ ଡିସେମ୍ବର ୧ ପର୍ଯ୍ୟନ୍ତ କୋରିଆର ବୁସନଠାରେ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ ୧୯୦ରୁ ଊର୍ଦ୍ଧ୍ୱ ଦେଶର ପ୍ରତିନିଧି ଯୋଗଦେବେ। ଏହା ପୂର୍ବରୁ ଗତ ଏପ୍ରିଲରେ କାନାଡାର ଓଟ୍ଟାଓ୍ବାଠାରେ ଏଭଳି ଏକ ବୈଠକ ବସିଥିଲା।
ପ୍ଲାଷ୍ଟିକ୍‌ ସଙ୍କଟର ମୁକାବିଲା ନିମନ୍ତେ ଉପରୋକ୍ତ ଅଧ୍ୟୟନ ଏକ ଗୁରୁତ୍ୱପୂର୍ଣ୍ଣ ନୀଳନକ୍ସା ପ୍ରଦାନ କରିପାରିବ ବୋଲି
ଆମେରିକାର କାଲିଫର୍ନିଆ ୟୁନିଭର୍ସିଟିର ଗବେଷକ କହିଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବା ପ୍ଲାଷ୍ଟିକ୍‌ ବର୍ଜ୍ୟ କୁପରିଚାଳନା ହ୍ରାସ କରିବା ପାଇଁ ୪ଟି ନୀତି ଯଥେଷ୍ଟ। ତାହା ହେଲା ୪୦ ପ୍ରତିଶତ ବ୍ୟବହାର ପରବର୍ତ୍ତୀ ରିସାଇକ୍ଲଡ୍‌ ପ୍ଲାଷ୍ଟିକ୍‌ରେ ନୂଆ ପ୍ଲାଷ୍ଟିକ୍‌ ସାମଗ୍ରୀ ତିଆରି ହେଉ, ନୂଆ ପ୍ଲାଷ୍ଟିକ୍‌ ଉତ୍ପାଦନକୁ ୨୦୨୦ ସ୍ତରରେ ସୀମିତ କରାଯାଉ, ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ପର୍ଯ୍ୟାପ୍ତ ନିବେଶ ହେଉ ଏବଂ ପ୍ଲାଷ୍ଟିକ୍‌ ପ୍ୟାକେଜିଂ ଉପରେ ଦେୟ ଧାର୍ଯ୍ୟ ହେଉ। ପ୍ଲାଷ୍ଟିକ୍‌ ବର୍ଜ୍ୟର ବର୍ତ୍ତମାନର ଧାରା ଜାରି ରହିଲେ ଏହା ସହ ଜଡ଼ିତ ସବୁଜଗୃହ ବାଷ୍ପ ନିର୍ଗମନ ୨୦୨୦ ସ୍ତର ତୁଳନାରେ ୩୭ ପ୍ରତିଶତ ବୃଦ୍ଧି ପାଇ ୨୦୫୦ର ୩.୩୫ ଗିଗାଟନ୍‌ ଅଙ୍ଗାରକାମ୍ଳ ସମତୁଲ୍ୟ ହେବ ବୋଲି ଗବେଷକମାନେ କହିଛନ୍ତି। ମେଶିନ୍‌ ଲର୍ନିଂ ଦ୍ୱାରା କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ୨୦୫୦ ବେଳକୁ ବାର୍ଷିକ କୁପରିଚାଳିତ ପ୍ଲାଷ୍ଟିକ୍‌ ଓ୍ବେଷ୍ଟ ପରିମାଣ ପାଖାପାଖି ୨ ଗୁଣା ହୋଇ ୧୨୧ ଟନ୍‌ରେ ପହଞ୍ଚତ୍ବ। ପ୍ଳାଷ୍ଟିକ ବର୍ଜ୍ୟ ମାଇକ୍ରୋ ଏବଂ ନାନୋ ପ୍ଲାଷ୍ଟିକ୍‌ରେ ପରିଣତ ହୋଇ ପରିବେଶକୁ ନଷ୍ଟ କରିବା ସହ ସ୍ବାସ୍ଥ୍ୟ ପ୍ରତି ବିପଦ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ନେଇ ଏମିତି କହିଦେଲା ଚାଇନା: ବିଶ୍ୱରେ ଖେଳିଗଲା ଚାଞ୍ଚଲ୍ୟ, ଆମେରିକା….

ନୂଆଦିଲ୍ଲୀ,୨୫।୧୨: ଭାରତ-ଚାଇନା ସମ୍ପର୍କକୁ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ)ର ଏକ ସାମ୍ପ୍ରତିକ ରିପୋର୍ଟକୁ ଦେଖି ଚାଇନା ରାଗିଯାଇଛି। ରିପୋର୍ଟରେ କୁହାଯାଇଛି, ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri