ବଡ଼ବିଲ ମହୋତ୍ସବ ରୌପ୍ୟ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ଆରମ୍ଭ

ବଡବିଲ,୧୪।୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ବଡବିଲ ମହୋତ୍ସବ ରୌପ୍ୟ ଜୟନ୍ତୀ ପାଳନ ନେଇ ଗୁରୁବାର ଅପରାହ୍ନରେ ସ୍ଥାନୀୟ ବିକାଶ ମହଲ ସଭା ଗୃହରେ କମିଟି ସଦସ୍ୟଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ବଡବିଲ ମହାବିଦ୍ୟାଳୟ ଗଣିତ ଅଧ୍ୟାପକ ପ୍ରତାପ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କମିଟି ସଭାପତି ତଥା ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା ଉପସ୍ଥିତ ରହି ଅଧ୍ୟକ୍ଷତା କରିଥିଲେ। ବଡବିଲ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ମହୋତ୍ସବର ବରିଷ୍ଠ କର୍ମକର୍ତ୍ତା ବିଜୟ ମହାନ୍ତି ପ୍ରମୁଖ ଯୋଗଦେଇ ମହୋତ୍ସବ କିପରି ସୁରୁଖୁରୁରେ ପାଳନ କରାଯିବ ସେନେଇ ମତବ୍ୟକ୍ତ କରିଥିଲେ।

କରୋନା କାଳ ପରେ ବଡବିଲ ମହୋତ୍ସବ ଖୋଲା ମଞ୍ଚରେ ପାଳନ ହେବାକୁ ଥିବା ରୌପ୍ୟ ଜୟନ୍ତୀ ପାଳନ ନେଇ ଏବେ ନୂଆ କମିଟି ଗଠନ ନେଇ ସଭାପତି ତଥା ଚମ୍ପୁଆ ଉପଜିଲାପାଳ ପରାମର୍ଶ ଦେଇଥିଲେ। କମିଟି ପୂର୍ବ କାର୍ଯ୍ୟକାରୀ ସଭାପତି ଓ ସମ୍ପାଦକଙ୍କ ଦେହାନ୍ତ ପରେ କମିଟି ସଦସ୍ୟଙ୍କ ଦ୍ୱାରା ନବ ମନୋନୀତ କାର୍ଯ୍ୟକାରୀ ସଭାପତି ଚନ୍ଦ୍ରଗୁପ୍ତ ପ୍ରସାଦ, ସମ୍ପାଦକ ନୀଳମଣି ମହାନ୍ତ ପ୍ରମୁଖ ବୈଠକରେ ମଞ୍ଚାସୀନ ଥିଲେ।

କମିଟି ସଭାପତି ତଥା ଚମ୍ପୁଆ ଉପଜିଲାପାଳ ମହୋତ୍ସବର ଆୟବ୍ୟୟର ହିସାବରେ ସ୍ବଚ୍ଛତା ରହିବା ନିହାତି ଆବଶ୍ୟକ ବୋଲି କହିଥିଲେ। ପରିଡା ଆହୁରି କହିଥିଲେ ଯେ, ବଡବିଲ ମହୋତ୍ସବ ଯୋଗୁ ଅଞ୍ଚଳରେ ଭାଇଚାରାର ସୃଷ୍ଟି ହେବ। ଏପରିକି ମହୋତ୍ସବ ମାଧ୍ୟମରେ ଓଡ଼ିଆ ପରମ୍ପରା, ସଂସ୍କୃତିକୁ ଉଜ୍ଜୀବିତ ହୋଇପାରିବ।ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ପ୍ରତିଭାଙ୍କୁ ସ୍ଥାନ ଦିଆଯିବ ବୋଲି ସେ କହିଥିଲେ।

ମହୋତ୍ସବ ପାଳନ ନେଇ ଆଗାମୀ ଦିନରେ ବ୍ୟୟ ଅଟକଳ ଉପସ୍ଥାପନ କରି କମିଟି ସଦସ୍ୟଙ୍କ ସହ ଚର୍ଚ୍ଚା କରାଯିବ ବୋଲି ସଭାପତି କହିଥିଲେ। ବୈଠକ ପରେ କମିଟି ସଦସ୍ୟଙ୍କ ସହ ଉପଜିଲାପାଳ ଉତ୍ସବ ପଡିଆକୁ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri