Posted inଖେଳ

ୟୁଏସ୍‌ ଓପନ ଟେନିସ

ଶ୍ରେଷ୍ଠ ସିଡ୍‌ ମାନ୍ୟତା ପାଇଥିବା ନୋଭାକ ଜୋକୋଭିଚ୍‌ ଓ ନାଓମି ଓସାକା ଏଥର ମଧ୍ୟ ୟୁଏସ୍‌ ଓପନ ଟାଇଟଲ ବଜାୟ ରଖିବେ ବୋଲି ଆଶା କରାଯାଉଛି। ହାର୍ଡ କୋର୍ଟ ଉପରେ ଖେଳାଯାଉଥିବା ବର୍ଷର ଏହି ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୨୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ରାଫାଲ ନାଡାଲ, ରୋଜର ଫେଡେରର, ସିମୋନ ହାଲେପ, କାରୋଲିନା ପ୍ଲିସ୍କୋଭାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି..

ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ଟେନିସ ଏଥର ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖରେ ଶେଷ ହେବ। ଟୁର୍ନାମେଣ୍ଟର ଏହି ୧୩୯ତମ ସଂସ୍କରଣ ସବୁଥର ଭଳି ଏଥର ମଧ୍ୟ ସଫଳ ହେବା ସହ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି। ହାର୍ଡ କୋର୍ଟ ଉପରେ ଖେଳାଯାଉଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ମୋଟ ପୁରସ୍କାର ରାଶି ୫୭,୨୩୮,୭୦୦ ଆମେରିକୀୟ ଡଲାର ରଖାଯାଇଛି। ଆମେରିକାର ନ୍ୟୁୟର୍କ ସିଟିର ୟୁଏସ୍‌ଟିଏ ବିଲି ଜିନ୍‌ କିଙ୍ଗ ନ୍ୟାଶନାଲ ଟେନିସ ସେଣ୍ଟରର ୧୪ଟି ଡୋକୋ ଟର୍ଫ ହାର୍ଡ କୋର୍ଟରେ ଟୁର୍ନାମେଣ୍ଟ ବିଭିନ୍ନ ବର୍ଗର ମ୍ୟାଚ୍‌ଗୁଡିକ ଖେଳାଯିବ। ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ଦ୍ୱାରା ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଗତଥର ସର୍ବିୟାର ନୋଭାକ ଜୋକୋଭିଚ୍‌ ଓ ଜାପାନର ନାଓମି ଓସାକା ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। ସେହିପରି ପୁରୁଷ ଡବଲ୍ସରେ ଆମେରିକୀୟ ଯୋଡି ମାଇକ ବ୍ରାଏନ ଓ ଜ୍ୟାକ ସକ ଟାଇଟଲ ଜିତିଥିଲେ। ମହିଳା ଡବଲ୍ସରେ ଅଷ୍ଟ୍ରିଆ-ଆମେରିକା ଯୋଡି ଆଶଲେ ବାର୍ଟି ଓ କୋକୋ ଭାଣ୍ଡେଓ୍ବେଘ୍‌ ବାଜି ମାରିଥିଲେ। ମିକ୍ସଡ ଡବଲ୍ସରେ ଆମେରିକାର ବେଥାନି ମାଟେକ ସାଣ୍ଡ୍ସ ଓ ବ୍ରିଟେନର ଜେମି ମୁରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ।
ପୁରୁଷ ଓ ମହିଳା ବିଭାଗରେ ସିଙ୍ଗଲ୍ସ, ଡବଲ୍ସ ସହ ମିକ୍ସଡ ଡବଲ୍ସ ଇଭେଣ୍ଟରେ ପ୍ରତିଯୋଗିତା ଆୟୋଜନ ହୋଇଥାଏ। ଏଥି ସହିତ ବାଳକ, ବାଳିକା, ହ୍ବିଲ ଚେୟାର ପୁରୁଷ ଓ ମହିଳା ବର୍ଗରେ ମଧ୍ୟ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଟୁର୍ନାମେଣ୍ଟ ମଧ୍ୟ ଆୟୋଜିତ ହୋଇଥାଏ। ୟୁଏସ୍‌ ଓପନ୍‌ ବର୍ଷର ଅନ୍ତିମ ସର୍ବବୃହତ୍‌ ଟୁର୍ନାମେଣ୍ଟ ହୋଇଥିବାରୁ ସବୁଥର ଭଳି ଏଥର ମଧ୍ୟ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବେ।
ସିଙ୍ଗଲ୍ସରେ ଜୋକୋଭିଚ୍‌ ଶ୍ରେଷ୍ଠ ସିଡ ମାନ୍ୟତା ପାଇଥିବା ବେଳେ ସ୍ପେନର ରାଫାଲ ନାଡାଲ ଦ୍ୱିତୀୟ, ସୁଇଜରଲାଣ୍ଡର ରୋଜର ଫେଡେରର ତୃତୀୟ, ଅଷ୍ଟ୍ରିଆର ଡୋମିନିକ୍‌ ଥିମ ଚତୁର୍ଥ, ରୁଷିଆର ଡାନିଲି ମେଡଭେଡେଭ ପଞ୍ଚମ ସିଡ ମାନ୍ୟତା ପାଇଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରେ ଓସାକା ଶ୍ରେଷ୍ଠ ସିଡ ମାନ୍ୟତା ପାଇଛନ୍ତି। ସେହିପରି ଅଷ୍ଟ୍ରିଆର ଆଶଲେ ବାର୍ଟି ଦ୍ୱିତୀୟ, ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ତୃତୀୟ, ରୋମାନିଆ ସିମୋନା ହାଲେପ ଚତୁର୍ଥ, ୟୁକ୍ରେନର ଏଲିନା ଭିଟୋଲିନା ପଞ୍ଚମ ସିଡ ମାନ୍ୟତା ପାଇଛନ୍ତି। ପୁରୁଷ ଡବଲ୍ସରେ କଲମ୍ବିଆ ଯୋଡି ଜୁଆନ ସେବାଷ୍ଟିଆନ କାବାଲ ଓ ରୋବର୍ଟ ଫରହା, ମହିଳା ଡବଲ୍ସରେ ହଙ୍ଗେରୀ ଓ ଫ୍ରେଞ୍ଚ୍‌ ଯୋଡି ତିମିଆ ବାବୋସ ଓ କ୍ରିଷ୍ଟିନା ମ୍ଲାଡେନୋଭିକ ଶ୍ରେଷ୍ଠ ସିଡ ଯୋଡିର ମାନ୍ୟତା ପାଇଛନ୍ତି।
ଓପନରେ ଏଥର ଭାରତୀୟଙ୍କ ମରୁଡି ଦେଖିବାକୁ ମିଳିବ। ଅବଶ୍ୟ କେତେକ ଖେଳାଳି ବିଭିନ୍ନ କାରଣରୁ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ତେବେ ଏହା ସତ୍ତ୍ୱେ ଟୁର୍ନାମେଣ୍ଟ ଲୋକପ୍ରିୟତା ଉପରେ କୌଣସି ପ୍ରଭାବ ପଡିବନି। ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲପୋଟ୍ରୋ ଓ ଆମେରିକାର ମ୍ୟାକେଞ୍ଜି ମ୍ୟାକ୍‌ଡୋନାଲ୍ଡ ଓହରିଯାଇଛନ୍ତି। ସେହିପରି ମହିଳା ସିଙ୍ଗଲ୍ସରୁ ଅମେରିକାର ଅମଣ୍ଡା ଆନିସିମୋଭା, କାଥେରାଇନ୍‌ ବେଲିସ୍‌, ସ୍ଲୋଭାକିଆର ଡୋମିନିକା ସିବୁଲକୋଭା, ବ୍ରାଜିଲର ବିଆଟ୍ରିଜ୍‌ ମାଲା, ସ୍ଲୋଭାକିଆର ଆନ୍ନା କାରୋଲିନା ସିମିଏଡୋଲଭା ଓହରିଯାଇଛନ୍ତି। ଓ୍ବାଇଲ୍ଡ କାର୍ଡ ମାଧ୍ୟମରେ ମଧ୍ୟ କେତେକ ଯୁବ ଖେଳାଳି ୟୁଏସ୍‌ ଓପନ୍‌ ଖେଳିବାର ସୁଯୋଗ ହାସଲ କରିଛନ୍ତି।
ସିଙ୍ଗଲ୍ସରେ ଏଥର ଜୋକୋଭିଚ୍‌, ନାଡ଼ାଲ ଓ ଫେଡେରେର ଟାଇଟଲ ଦୌଡ଼ରେ ରହିଛନ୍ତି ଓ ଫେଭରାଇଟ୍‌ ମନେହେଉଛନ୍ତି। ଏହି ୩ ଖେଳାଳି ଅଭିଜ୍ଞତା ବଳରେ କମାଲ କରିବେ ବୋଲି ଆଶା କରାଯାଉଛି। ତେବେ ଫିଟ୍‌ନେସ ସମସ୍ୟା ଏମାନଙ୍କ ପାଇଁ ବାଧକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ମହିଳା ସିଙ୍ଗଲ୍ସରେ ଓସାକାଙ୍କ ସମେତେ ହାଲେପ, ବାର୍ଟି, ପ୍ଲିସ୍କୋଭା ଫେଭରାଇଟ୍‌ ମନେହେଉଛନ୍ତି। ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାରେ ଅଭିଜ୍ଞ ଖେଳାଳିଙ୍କୁ ଯୁବ ଖେଳାଳିମାନେ ପଛରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଜୋକୋଭିଚ୍‌ ଓ ଓସାକା ଏଥର ମଧ୍ୟ ବାଜିମାରି ଟାଇଟଲ ବଜାୟ ଲକ୍ଷ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri