ବିନା ଟିକେଟ୍‌ରେ ମୋ ବସ୍‌ ଯାତ୍ରା: ସେପ୍ଟେମ୍ବର ୧ରୁ ଜରିମାନା

ଭୁବନେଶ୍ୱର,୨୩।୮(ବ୍ୟୁରୋ): କ୍ୟାପିଟାଲ୍‌ ରିଜନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ) ବିନା ଟିକେଟ୍‌ ଯାତ୍ରୀଙ୍କ ଉପରେ ଆସନ୍ତା ୧ ସେପ୍ଟେମ୍ବରରୁ ଜରିମାନା ଜାରି କରିବ। ଯାତ୍ରୀମାନେ ଟିକେଟ୍‌ ନିରୀକ୍ଷକ ଦଳ ସହ ସହଯୋଗ କରନ୍ତୁ ଏବଂ ଉପଯୁକ୍ତ ଟିକେଟ୍‌ ଓ ମାସିକ ପାସ୍‌ ଯାତ୍ରା ସମୟରେ ବ୍ୟବହାର କରନ୍ତୁ ବୋଲି କ୍ରୁଟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। କ୍ରୁଟର ପ୍ରଶାସନିକ ଅଧିକାରୀ ଦୀପ୍ତି ମହାପାତ୍ର କହିଛନ୍ତି, କେତେଜଣ ଯାତ୍ରୀ ‘ମୋ ବସ୍‌’ରେ ଯାତ୍ରା ସମୟରେ ଉପଯୁକ୍ତ ମୂଲ୍ୟର ଟିକେଟ୍‌ କରୁନାହାନ୍ତି, ଫଳରେ ରାଜକୋଷର ରାଜସ୍ବ କ୍ଷତି ହେଉଛି। ଯାତ୍ରୀଙ୍କ ଅନୁଶାସନ ପାଇଁ ଆଗାମୀଦିନରେ ଟିକେଟ୍‌ ନିରୀକ୍ଷଣର ମାତ୍ରା ବଢିବ ଏବଂ ବିନା ଟିକେଟ୍‌ ଯାତ୍ରୀଙ୍କୁ ଦଣ୍ଡିତ କରାଯିବ। ଯଦି କେହି ଏପରି କାର୍ଯ୍ୟ କରୁଥିବାର ଦେଖିବାର ମିଳେ ତାହା ହେଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଏ ସମ୍ବନ୍ଧିତ ନିୟମର ପ୍ରଚାର ଓ ପ୍ରସାର ପାଇଁ ବସ୍‌ ଭିତରେ ଏବଂ ବାହାରେ ଉପଯୁକ୍ତ ସୂଚନାର ବ୍ୟବସ୍ଥା କରାଯିବ। ଏଥିରେ ଟିଭି, ଖବରକାଗଜ ଓ ସୋସିଆଲ୍‌ ମିଡିଆର ବ୍ୟବହାର କରାଯିବ। ଧାରା ୧୨୪ ଓ ୧୭୮, ୧୭୯(୧), ୧୭୯(୨) ମୋଟର ଆକ୍ଟ ୧୯୮୮ ଅନୁସାରେ ଯେକୌଣସି ଯାତ୍ରୀ ବିନା ଟିକେଟ୍‌ କିମ୍ବା ପାସ୍‌ରେ ଯାତ୍ରା କଲେ ନ୍ୟାୟଗତ ଭଡାର ୧୦ ଗୁଣା ଅଥବା ୫ଶହ ଟଙ୍କା ଜରିମାନା ଦେବେ। ଅସହଯୋଗ କଲେ କିମ୍ବା କାର୍ଯ୍ୟରତ ନିରୀକ୍ଷକ ଦଳର ପ୍ରତିରୋଧ କଲେ ମଧ୍ୟ ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri