ଅନ୍ଧାରରେ ୯୫ କର୍ମଚାରୀଙ୍କ ଭବିଷ୍ୟତ

କଟକ ଅଫିସ,୨୩ା୮: ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୯୫ଜଣ କର୍ମଚାରୀଙ୍କୁ ନେଇ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏମାନେ ହେଲେ ଦୈନିକ ମଜୁରିପ୍ରାପ୍ତ କର୍ମଚାରୀ। ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଉଟ୍‌ସୋର୍ସିଂ ନିଯୁକ୍ତି ପ୍ରକ୍ରିୟା ଜରିଆରେ ୩୧ଜଣ ନିଯୁକ୍ତି ପାଇବେ। ଟେଣ୍ଡର କରାଯାଇ ଏହି ନିଯୁକ୍ତି ହେବା ନେଇ ଏବେ ଯୋଜନା ଚାଲିଛି। ଏପରି କି ଖୁବ୍‌ଶୀଘ୍ର ଟେଣ୍ଡରର ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ। ଏହି ପ୍ରକ୍ରିୟାରେ ନିଯୁକ୍ତ କର୍ମଚାରୀ ସିଧାସଳଖ ସରକାରଙ୍କ ଠାରୁ ମାସିକିଆ ଦରମା ପାଇବେ। ଯାହାଫଳରେ ବିଶ୍ୱବିଦ୍ୟାଳୟ ପାଣ୍ଠିରୁ ଦରମା ନେଇ ଗତ ଏକ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ୯୫ଜଣ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବା ଆଶଙ୍କା ଉପୁଜିଛି। ଏହି ଜଟିଳ ପରିସ୍ଥିତିକୁ ଏଡାଇବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଦୋଛକିରେ। ୯୫ଜଣ ଯାକ କର୍ମଚାରୀଙ୍କୁ ଛଟେଇ କରାଯିବା ଭଳି କଠୋର ନିଷ୍ପତ୍ତି ସପକ୍ଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାହାନ୍ତି ବୋଲି କୁଳସଚିବ ଅଶୋକ କୁମାର ଦାସ କହିଛନ୍ତି। ତେବେ ଆଗାମୀ ଦିନରେ ଏହି ସମସ୍ୟା କେଉଁ ରୂପ ନେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରେଭେନ୍‌ଶା କଲେଜ ୨୦୦୬ରେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା। ଏହାର ଗୋଟିଏ ବର୍ଷ ପରେ ବିଭିନ୍ନ ବିଭାଗ, ବିଭିନ୍ନ ଲାବୋରେଟୋରି, ଲାଇବ୍ରେରି ଠାରୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଫିସିଆଲ କାର୍ଯ୍ୟ ନିମନ୍ତେ ଅସ୍ଥାୟୀ ଭାବେ କର୍ମଚାରୀ ରଖାଯିବା ଆରମ୍ଭ ହୋଇଥିଲା। ଏବେ ଏହି ସଂଖ୍ୟା ୯୫ରେ ପହଞ୍ଚିଛି। କୁଶଳୀ, ଅତିକୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଭାବେ ୪ଟି ବର୍ଗରେ କର୍ମଚାରୀ ଅଛନ୍ତି। ଏମାନେ ବିଶ୍ୱବିଦ୍ୟାଳୟ ପାଣ୍ଠିରୁ ଦୈନିକ କାର୍ଯ୍ୟ ହିସାବରେ ଦରମା ନେଉଛନ୍ତି। କୁଶଳୀ କର୍ମଚାରୀ ଦୈନିକ ୨୪୦ଟଙ୍କା, ଅତିକୁଶଳୀ ଦୈନିକ ୨୬୦ଟଙ୍କା, ଅର୍ଦ୍ଧକୁଶଳୀମାନେ ଦୈନିକ ୨୨୦ଟଙ୍କା ଓ ଅଣକୁଶଳୀମାନେ ଦୈନିକ ୨୦୦ଟଙ୍କା ପ୍ରାପ୍ୟ ପାଉଛନ୍ତି। ଏହାକୁ ନେଇ ମଧ୍ୟ ଉକ୍ତ କର୍ମଚାରୀମାନେ କିଛିଦିନ ତଳେ ପ୍ରତିବାଦ କରିଥିଲେ। ସରକାରୀ ସ୍ତରରେ ଦୈନିକ ପ୍ରାପ୍ୟର ମୂଲ୍ୟ ଗତ ଅକ୍ଟୋବର ମାସରୁ ବୃଦ୍ଧି କରାଯାଇଥିବାବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏବେ ବି ଧାର୍ଯ୍ୟ ପୁରୁଣା ମୂଲ୍ୟ ଦିଆଯାଉଛି ବୋଲି ସେମାନଙ୍କ ଦାବି ରହିଥିଲା। କୁଳସଚିବଙ୍କୁ ଭେଟି ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମଧ୍ୟ ସେମାନେ ପ୍ରଦାନ କରିଥିଲେ। ଯେଉଁଥିରେ କୁଶଳୀମାନଙ୍କୁ ଦୈନିକ ୩୭୦ଟଙ୍କା, ଅତିକୁଶଳୀମାନଙ୍କୁ ଦୈନିକ ୪୩୦ଟଙ୍କା, ଅର୍ଦ୍ଧକୁଶଳୀମାନଙ୍କୁ ଦୈନିକ ୩୨୦ଟଙ୍କା ଓ ଅଣକୁଶଳୀମାନଙ୍କୁ ଦୈନିକ ୨୮୦ଟଙ୍କା ପ୍ରଦାନ କରାଯାଉ ବୋଲି ଉଲ୍ଲେଖ ରହିଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ବ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ଏବେ ମୁସ୍କିଲ ହୋଇପଡ଼ିଲାଣି ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଯାହାଫଳରେ ଆଉଟ୍‌ସୋର୍ସିଂ ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। ବାହ୍ୟ ସଂସ୍ଥା ଦ୍ୱାରା ଏହି ନିଯୁକ୍ତି କରାଯିବ। ୩୧ଜଣ ନିଯୁକ୍ତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏମାନେ ୧୭୭୫ଟଙ୍କା ଗ୍ରେଡ ପେ ହିସାବରେ ମାସିକ ଦରମା ପାଇବେ। ୩୧ ପଦବୀରେ ୯୫ଜଣଙ୍କୁ ଅବସ୍ଥାପିତ କରିବା ବି ସହଜ ନୁହେଁ। ଏଣୁ ପ୍ରାୟ ୧୨ବର୍ଷ ହେବ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେବା କାଠିକର ପାଠ ହୋଇ ପଡ଼ିଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri