ଗଣମାଧ୍ୟମରେ ଏଆଇ ବ୍ୟବହାରର ତର୍ଜମା ହେଉ: ଏନ୍‌. ରାମ

ଭୁବନେଶ୍ୱର,୨୭ା୧୦(ଅନିଲ ଦାସ): ମିଡିଆ ସଂସ୍ଥାଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାରର ତର୍ଜମା କରନ୍ତୁ ବୋଲି ‘ଦି ହିନ୍ଦୁ’ର ପୂର୍ବତନ ଏଡିଟର୍‌-ଇନ୍‌-ଚିଫ୍‌ ଏନ୍‌.ରାମ କହିଛନ୍ତି। ଶନିବାର ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାଠାରେ ଆୟୋଜିତ ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ଏବଂ ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜେସ୍‌ ଇନ୍‌ ରିଜିଓନାଲ ମିଡିଆ’ କନ୍‌କ୍ଲେଭରେ ବକ୍ତବ୍ୟ ଦେବା ଅବସରରେ ସେ ଏହା କହିଛନ୍ତି। ଗଣମାଧ୍ୟମର ସମସ୍ତ କର୍ମଚାରୀ ଏଆଇ ଡେଟା ଏବଂ ସିକ୍ୟୁରିଟି ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ। ଏଆଇ ବ୍ୟବହାର ଦ୍ୱାରା ଖବରଦାତାଙ୍କ ବୃତ୍ତି ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ମାତ୍ର ନିକଟ ଭବିଷ୍ୟତରେ ଭାରତରେ ଏଭଳି ହେବନାହିଁ। ଏହା ଉପରେ ବହୁତ ଆଲୋଚନା ହେବାର ଆବଶ୍ୟକତା ରହିଛି। ସେ ପୁଣି କହିଛନ୍ତି, ୨୦୧୪ ପରେ କେନ୍ଦ୍ରର ଭାଜପା ସରକାର ଓ ଅନେକ ରାଜ୍ୟ ସରକାର ଗଣମାଧ୍ୟମକୁ ଟାର୍ଗେଟ କରିବା ସହ ବାକ୍‌ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଛନ୍ତି। ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତି, ସାମାଜିକ କର୍ମକର୍ତ୍ତା, ଛାତ୍ର, ଗଣମାଧ୍ୟମ ସଂସ୍ଥା ବିରୋଧରେ ଆତଙ୍କବାଦୀ ନିରୋଧୀ ଆଇନ ଲଗାଇ ଦିଆଯାଉଛି। ଜରୁରିକାଳୀନ ପରିସ୍ଥିତି ବେଳେ ଦେଶର ଗଣମାଧ୍ୟମ କଠିନ ସମୟ ଦେଇ ଗତି କରିଥିଲା। ବର୍ତ୍ତମାନ ସମୟରେ ମିଡିଆ ତାହାଠାରୁ ଆହୁରି ଖରାପ ସମୟ ଦେଇ ଗତିକରୁଛି ବୋଲି ଏନ୍‌. ରାମ କହିଛନ୍ତି।
କାର୍ଯ୍ୟକ୍ରମର ଆରମ୍ଭରେ ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାର ସଭାପତି ତଥା ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଅତିଥିମାନଙ୍କୁ ସ୍ବାଗତ କରିବା ଅବସରରେ କହିଛନ୍ତି, ଦେଶରେ କୌଣସି ଜାତୀୟ ଖବରକାଗଜ ନାହଁି କିମ୍ବା କୌଣସି ନେତା ଜାତୀୟ ସ୍ତରୀୟ ନୁହନ୍ତି। ଦେଶରେ ପ୍ରତ୍ୟେକ ହେଉଛନ୍ତି ଆଞ୍ଚଳିକ। ଯେତେବେଳେ ଆମେ ସମସ୍ତେ ଏକାଠି ହେବା ତାହାକୁ ଦେଶ କହିବା। ଇଂଲିଶ ଭାଷାର ଗଣମାଧ୍ୟମକୁ କେବଳ ଜାତୀୟ ଗଣମାଧ୍ୟମ କୁହାଯିବା କିମ୍ବା ଇଂଲିଶ କହୁଥିବା କୌଣସି ନେତାଙ୍କୁ ଜାତୀୟ ସ୍ତର ନେତା କୁହାଯିବାକୁ ସେ ରାଜି ନୁହନ୍ତି ବୋଲି କହିଛନ୍ତି।

ଦ୍ୱିତୀୟ ଅଧିବେଶନରେ ‘ଚ୍ୟାଲେଞ୍ଜେସ୍‌ ଫର୍‌ ଜର୍ନାଲିଷ୍ଟସ୍‌ ଇନ୍‌ ଏ ଷ୍ଟେଟ୍‌’ ଶୀର୍ଷକ ଆଲୋଚନାକୁ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ସଞ୍ଚାଳନା କରିଥିଲେ। ଏଥିରେ ଯୋଗ ଦେଇ ‘ସମାଜ’ ସମ୍ପାଦକ ତପନ ମିଶ୍ର କହିଛନ୍ତି, ଗଣମାଧ୍ୟମ ସଂସ୍ଥା ଚଳାଇବା ପାଇଁ ଅର୍ଥ ସବୁଠାରୁ ଆହ୍ବାନପୂର୍ଣ୍ଣ। କର୍ମଚାରୀଙ୍କୁ ଦରମା ଦେବା ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଆର୍ଥିକ ସମ୍ବଳ ଦୃଢ଼ ହେବା ଆବଶ୍ୟକ। ଅର୍ଥ ନ ଥିଲେ ଭଲ ଖବରଦାତା ମିଳିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସେହିପରି ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି, ଖବରକାଗଜର ବିଶ୍ୱସନୀୟତା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। କର୍ମଚାରୀଙ୍କୁ ଠିକ ସମୟରେ ଦରମା ଦେବା ଗଣମାଧ୍ୟମ ସଂସ୍ଥା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ବୋଲି ସେ କହିଛନ୍ତି।

ତୃତୀୟ ଅଧିବେଶନରେ ‘ମିଡିଆ ଲଜ୍‌, ନ୍ୟୁ କ୍ରିମିନାଲ ଲଜ୍‌ ଆଣ୍ଡ୍‌ ଦି ଚ୍ୟାଲେଞ୍ଜେସ୍‌ ଫର୍‌ ଇଣ୍ଡିପେଣ୍ଡେଣ୍ଟ ଜର୍ନାଲିଷ୍ଟସ’ ବିଷୟବସ୍ତୁ ଉପରେ ସ୍ବତନ୍ତ୍ର ଅଭିଭାଷଣ ରଖି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକ କହିଛନ୍ତି, ଜଣେ ନାଗରିକଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଯାହା ଗଣମାଧ୍ୟମର ସ୍ବାଧୀନତା ମଧ୍ୟ ତାହା। ସେ କହିଛନ୍ତି, ବ୍ୟବସାୟିକ ପ୍ରତିଷ୍ଠାନ ମିଡିଆ ହାଉସ୍‌ ଚଳାଇବା ଉଚିତ ନୁହେଁ। କାରଣ ସେଥିରେ ବ୍ୟବସାୟିକ ସ୍ବାର୍ଥ ଅଧିକ ଗୁରୁତ୍ୱ ରଖିଥାଏ। ଗଣତନ୍ତ୍ର ପାଇଁ ଯେଭଳି ସ୍ବାଧୀନ ନ୍ୟାୟପାଳିକା ଗୁରୁତ୍ୱପୂର୍ଣ୍ଣ ସେହିପରି ଗଣମାଧ୍ୟମ ମଧ୍ୟ ସମାନ ଭବେ ଗୁରୁତ୍ୱ ବହନ କରେ। ତେବେ ଗତ କିଛି ବର୍ଷ ହେବ ଦେଖାଯାଉଛି ଯେ ନ୍ୟାୟପାଳିକା ଯେଭଳି ଭାଙ୍ଗିଭାଙ୍ଗି ଯାଉଛି ଗଣମାଧ୍ୟମ ମଧ୍ୟ ସେହିଭଳି ସ୍ଥିତି ଦେଇ ଗତି କରୁଛି ବୋଲି ଜଷ୍ଟିସ ପଟ୍ଟନାୟକ କହିଛନ୍ତି। ଏ ସଂକ୍ରାନ୍ତ ଆଲୋଚନାରେ ଭାଗ ନେଇ ବରିଷ୍ଠ ସାମ୍ବାଦିକ ତଥା ଲେଖକ ପରଞ୍ଜୟ ଗୁହା ଠାକୁର୍ତ୍ତା କହିଛନ୍ତି, ପ୍ରେସ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପାର୍ଲାମେଣ୍ଟ ଦ୍ୱାରା ଗଠିତ ଏକ ବୈଧାନିକ ସଂସ୍ଥା, ଯାହା ଗଣମାଧ୍ୟମର ଜଗୁଆଳି ଭାବେ କାର୍ଯ୍ୟ କରିଥାଏ। ହେଲେ ଏହା ବର୍ତ୍ତମାନ ଦନ୍ତହୀନ ବାଘ ପାଲଟିଯାଇଛି। ସୁପ୍ରିମକୋର୍ଟ ଆଡ୍‌ଭୋକେଟ ସଞ୍ଜୟ ହେଗ୍‌ଡେ କହିଛନ୍ତି, ଆଇନ ସର୍ବଦା ପରିବର୍ତ୍ତନ ହେଉଛି। ତେଣୁ ସାମ୍ବାଦିକଙ୍କ ପାଇଁ ଅଲଗା ସୁରକ୍ଷା କିଛି ନାହିଁ। ସାଧାରଣ ନାଗରିକଙ୍କ ପାଇଁ ଯେଉଁ ସୁରକ୍ଷା ରହିଛି ତାହା ସାମ୍ବାଦିକମାନଙ୍କ ସକାଶେ ସମାନ ବୋଲି ହେଗ୍‌ଡେ କହିଛନ୍ତି। କାର୍ଯ୍ୟକ୍ରମକୁ ପରିଚାଳନା କରି ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଅନନ୍ତ ନାଥ ଗଣମାଧ୍ୟମ ଆଗରେ ଥିବା ଆହ୍ବାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

ଶେଷ ଅଧିବେଶନରେ ଆଲୋଚନାର ବିଷୟବସ୍ତୁ ଥିଲା ‘ଜର୍ନାଲିଜମ୍‌ ଇନ୍‌ ଡିଜିଟାଲ ଏରା’। ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଏହାକୁ ସଂଯୋଜନା କରିଥିଲେ। ଏଥିରେ ‘ନିର୍ଭୟ’ ସମ୍ପାଦକ ନବୀନ ଦାସ, ‘ନ୍ୟୁଜ୍‌ରୁମ୍‌’ ମୁଖ୍ୟ ସମ୍ପାଦକ ମନୋରଞ୍ଜନ ମିଶ୍ର ଏବଂ ‘ଓମ୍‌କମ୍‌ ନ୍ୟୁଜ୍‌’ ମୁଖ୍ୟ ସମ୍ପାଦକ ଯଯାତି କରଣ ଯୋଗ ଦେଇ ଡିଜିଟାଲ ମିଡିଆର ଉନ୍ମେଷ, ଛାପା ଗଣମାଧ୍ୟମ ପ୍ରତି ସୃଷ୍ଟି କରୁଥିବା ଆହ୍ବାନ ଓ ଏହାର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ଦିବସବ୍ୟାପୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି, ସାମ୍ବାଦିକତା ପାଠ୍ୟକ୍ରମ ପ୍ରଦାନ କରୁଥିବା ସଂସ୍ଥାର ଛାତ୍ରୀଛାତ୍ର ଓ ଫାକଲ୍ଟି, ରାଜନେତା ଓ ସାମାଜିକ କର୍ମୀ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri