ଦୁର୍ଦ୍ଦିନ ବି କେଡ଼େ ଦୁଃଖଦାୟକ

ଭୁବନେଶ୍ୱର, ୨୫।୧୦(ସୁନିତ୍‌ ମିଶ୍ର): ବିଜେଡି ଗତ ଅକ୍ଟୋବର ୯ ରୁ ତା’ର ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ହେଲେ ଗତ ୨୪ ବର୍ଷ ଭିତରେ ଯେପରି ଦଳର ନେତା ଓ କର୍ମୀମାନେ ଏହି କାର୍ଯ୍ୟକୁ ଉତ୍ସାହ ସହକାରେ କରିଆସୁଥିଲେ ବର୍ତ୍ତମାନ କିନ୍ତୁ ସେହି କ୍ରମରେ ବ୍ୟତିକ୍ରମ ଦେଖାଦେଇଥିବା ଚର୍ଚ୍ଚା ହେଉଛି। ରାଜ୍ୟରେ ଲଗାତର ୨୪ ବର୍ଷ ଶାସନ କରିଆସିଥିବା ବିଜେଡି ପ୍ରଥମ ଥର ଲାଗି ବିରୋଧୀ ଦଳ ଭୂମିକାକୁ ଆସି ଏହି କାର୍ଯ୍ୟ ଆରମ୍ଭ କରିଛି। ହେଲେ ବିଜେଡିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସକାଶେ ଦଳୀୟ ନେତାମାନେ ଆଉ ସେତେଟା ଆଗ୍ରହ ପୂର୍ବଭଳି ଦେଖାଉନାହାନ୍ତି। ଯେଉଁମାନେ ଆଗ ଥର ପର୍ଯ୍ୟନ୍ତ ଅଧିକ ସଦସ୍ୟଙ୍କୁ ଦଳରେ ଯୋଡ଼ିବା ଲାଗି ପ୍ରତିଯୋଗିତା କରିବାକୁ ପଛାଉ ନ ଥିଲେ ସେମାନେ ଏବେ ଦେଖା ବି ଦେଉନାହାନ୍ତି। ବିଜେଡିର ସଦସ୍ୟ ହେବା ଏବଂ କରେଇବା ଲାଗି ଲୋକମାନଙ୍କ ଭିତରେ ଆଉ ସେଇ ପୁରୁଣା ଆଗ୍ରହ ନ ଥିବା କେତେଜଣ ବରିଷ୍ଠ ନେତା ଖୋଲାଖୋଲି ମତ ଦେବା ଆରମ୍ଭ କରିଦେଇଛନ୍ତି। ଏହି ଅଭିଯାନକୁ ସଫଳ କରାଇବା ଲାଗି ଶଙ୍ଖ ଭବନରୁ ଟଙ୍କା ବଣ୍ଟା ପର୍ବ ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପର୍ଯ୍ୟନ୍ତ ବିଜେଡିର ସବୁଠାରୁ କ୍ଷମତାଶାଳୀ ବୋଲାଉଥିବା ନେତା ଜଣକ କୁଆଡ଼େ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସଦସ୍ୟତା ଅଭିଯାନକୁ ସଫଳ କରାଇବା ଲାଗି ବିଧାୟକ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଡାକି ୫ ଲକ୍ଷ ଲେଖାଏଁ ଟଙ୍କା ଦେଉଥିବା ଶୁଣିବାକୁ ମିଳୁଛି। ପୂର୍ବରୁ କେବେ ଏ ସ୍ଥିତି ସୃଷ୍ଟିହୋଇ ନ ଥିବା ବେଳେ ଦୁର୍ଦ୍ଦିନ ବି କେଡ଼େ ଦୁଃଖଦାୟକ ଏକଥା ତାଙ୍କ ଦଳ ଭିତରୁ କୁହାକୁହି ହେଉଛନ୍ତି।
ସୂଚନାଯୋଗ୍ୟ, ବିଜେଡି ସଦସ୍ୟତା ଅଭିଯାନ ଆରମ୍ଭକରି କୋଟିଏରୁ ଅଧିକ ପ୍ରାଇମେରି ମେମ୍ବର ଏବଂ ୩ ଲକ୍ଷରୁ ଅଧିକ ଆକ୍ଟିଭ ମେମ୍ବରଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଆଗରୁ ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ ଏବଂ ମନ୍ତ୍ରୀମାନେ ପଞ୍ଚାୟତସ୍ତର ନେତାମାନଙ୍କୁ ମେମ୍ବରଶିପ୍‌ ଡ୍ରାଇଭ ପାଇଁ ବହି ଯୋଗାଇ ଦେଉଥିଲେ। ଜଣେ ୨୫ ଜଣଙ୍କୁ ପ୍ରାଇମେରି ମେମ୍ବର କଲେ ସେ ଆକ୍ଟିଭ ମେମ୍ବର ହୋଇପାରୁଥିଲେ। ପଞ୍ଚାୟତସ୍ତରର ନେତାମାନେ ଯେହେତୁ ସରକାରୀ ଦଳରେ ଥିଲେ ତେଣୁ ବାମ, ଡାହାଣ ଦସ୍ତଖତକରି ଲୋକଙ୍କ ନାଁ ପକାଇ ଆକ୍ଟିଭ ମେମ୍ବର ସହଜରେ ହୋଇଯାଉଥିଲେ। ଜଣେ ପ୍ରାଇମେରି ମେମ୍ବର ପାଇଁ ମାତ୍ର ୫ ଟଙ୍କା ଲେଖାଏଁ ଦେବାକୁ ପଡୁଥିବାରୁ ଏହା କିଛି ବଡ଼ ସଦସ୍ୟା ନ ଥିଲା। କ୍ଷମତାର ଉପଯୋଗରେ ସବୁକିଛି ସହଜରେ ତୃଣମୂଳସ୍ତରରୁ ସମ୍ଭବ ହୋଇପାରୁଥିଲା। ସଦସ୍ୟତା ଅଭିଯାନ ନେଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି, ଅକ୍ଟୋବର ୯ରୁ ଆରମ୍ଭହୋଇ ଜାନୁଆରୀ ପର୍ଯ୍ୟନ୍ତ ମେମ୍ବରଶିପ ଡ୍ରାଇଭ ଚାଲିବ। ଦଳର ସାଙ୍ଗଠନିକ ନିର୍ବାଚନ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ଯେଉଁମାନେ ପୂର୍ବରୁ ସଦସ୍ୟ ରହିଛନ୍ତି ସେମାନେ ଆଉ ଥରେ ରିନ୍ୟୁ କରିପାରିବେ। ଏହି କାର୍ଯ୍ୟକ୍ରମ କରିବା ଲାଗି ଦଳ ପକ୍ଷରୁ କିଛି ଟଙ୍କା ଦିଆଯାଏ ନାହିଁ। ତୃଣମୂଳସ୍ତରରେ ସମସ୍ତଙ୍କ ଆଗ୍ରହ ଏଥିପ୍ରତି ରହୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri