ବାତ୍ୟାର ଲାଟେଷ୍ଟ ଅପଡେଟ୍‌, ଲ୍ୟାଣ୍ଡଫଲ୍‌ବେଳେ ବୁଲିଯିବ…

କେନ୍ଦ୍ରାପଡ଼ା, ୨୪ା୧୦(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ସାମୁଦ୍ରିକ ଝଡ଼ ‘ଦାନା’ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହି ସମ୍ଭାବ୍ୟ ଝଡ଼ ୨୪ ତାରିଖରେ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ବୁଧବାର ଅପରାହ୍ନଠାରୁ ଦେଖିବାକୁ ମିଳିଛି। ତେବେ ପାଣିପାଗ ବିଶେଷଜ୍ଞନୁସାରେ ଦାନା ଆଜି ରାତି ୧୦ଟା ପରେ ଲ୍ୟାଣ୍ଡପଲ କରିପାରେ। ଅପରାହ୍ନରେ ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୩୦ କି.ମି.ରୁ ଅଧିକ ଅଛି। ସମୁଦ୍ର ଅଶାନ୍ତ ହେବା ସହ ମଝିରେ ମଝିରେ ବଡ଼ ଜୁଆର ତଟକୂଳରେ ଅଜାଡ଼ି ହୋଇପଡ଼ୁଛି। କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ସାମୁଦ୍ରିକ ଝଡ଼ ସମୟରେ ଶୂନ୍ୟ ମରଣ ନୀତିରେ ଉପାନ୍ତ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି। ଜିଲା ପୋଲିସ ବାହିନୀ, ଅଗ୍ନିଶମ ବାହିନୀ, ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଟିମ ସହ ଜିଲାର ପ୍ରଶାସନିକ ଅଧିକାରୀ ମିଶି ସ୍ଥାନାନ୍ତର ଓ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଥଇଥାନ ବ୍ୟବସ୍ଥାରେ ଲାଗିଛନ୍ତି। ବାତ୍ୟା ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଆଇଏଏସ୍‌ ସମର୍ଥ ବର୍ମା ସମୀକ୍ଷା ବୈଠକ କରିଛନ୍ତି। ସେହିପରି ସାମୁଦ୍ରିକ ଝଡ଼ ଦାନାର ଲ୍ୟାଣ୍ଡଫଲ୍‌ ଭିତରକନିକା ବୋଲି ଆକଳନ ହୋଇଛି। ଏଥିପାଇଁ ଭିତରକନିକାକୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି।

ବାତ୍ୟା ସମ୍ପର୍କରେ ରାଜନଗର ବ୍ଲକ ପେଣ୍ଠ ଗ୍ରାମର ହରିହର ସ୍ବାଇଁ କହିଛନ୍ତି, ଜିଲା ପ୍ରଶାସନ ପକ୍ଷରୁ ଲଗାତର ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦିଆଯାଉଛି। ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳକୁ କିଛି ଲୋକ ସ୍ଥାନାନ୍ତର ହୋଇଛନ୍ତି। ସମୁଦ୍ରର ଉତ୍ତାଳ ଜୁଆର ଦେଖିଲେ ଏଠାରେ ନିର୍ମିତ ଲୁଣାବନ୍ଧ ସମେତ ଜିଓ ସିନ୍ଥେଟିକ ଟିୟୁବୱାଲ ସୁରକ୍ଷିତ ନୁହେଁ। ଜୁଆର ଯୋଗୁ ଉଠୁଥିବା ପାଣିର ଉଚ୍ଚତା ତଟାଞ୍ଚଳରେ ୧ ମିଟର ଉଚ୍ଚା ହେଲେ ଲୁଣାବନ୍ଧ ନଷ୍ଟ ହେବ। ସେହିପରି ଜିଓ ଟୁୟୁବୱାଲରୁ ବଡ଼ ପଥର ଓ ଗାବିଅନ ବକ୍ସରୁ ଜୁଆର ମାଡ଼ରେ ସମୁଦ୍ରକୁ ଚାଲି ଯାଉଥିବାରୁ ଏହି ଗ୍ରାମ ପ୍ରତି ବିପଦ ବଢ଼ିଛି। ରାଜନଗର ବ୍ଲକ ମଗରକନ୍ଦା ଗଁାର କୈଳାସ ଚନ୍ଦ୍ର ବେହେରା କହିଛନ୍ତି, ସାମୁଦ୍ରିକ ଝଡ଼ ଦାନାର ପ୍ରାରମ୍ଭିକ ପ୍ରଭାବ ଅନୁଯାୟୀ ଏହା ଜିଲାର ବିଶେଷ କ୍ଷତି କରିବ। ସାତଭାୟାର ବରାହୀପୁର ଗ୍ରାମ ମଧ୍ୟକୁ ସମୁଦ୍ର ପାଣି ମାଡ଼ିଯିବା ସହ ପର୍ଯ୍ୟଟନସ୍ଥଳୀ ହାବେଳିଖଟିରେ ତଟକ୍ଷୟ ଅଧିକ ହେବ। ଏବେଠାରୁ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ୩୦ ପରିବାର ସ୍ଥାନାନ୍ତର କରାଯାଇଛି। ଗ୍ରାମ ନିକଟରେ ଚାଷଜମି ଥିବାରୁ ଘରେ ରହିଥିବା ଶସ୍ୟର ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଇଛି। ସେହିପରି ଜାତୀୟଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ମଣିଷ, ବନ୍ୟଜୀବ, ସାମୁଦ୍ରିକ ଜୀବ ଓ ବଉଳା କୁମ୍ଭୀରଙ୍କ ଜୀବନ ବିପନ୍ନ ହେବ। ଏଥିପାଇଁ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ଚାଷବାସ ନଷ୍ଟ ସହ ଜୀବନହାନିର ସମ୍ଭାବନା ଅଛି। ସାମୁଦ୍ରିକ ଜୁଆର ବଢ଼ିଲେ ନଦୀ ନାଳକୁ ବଉଳା କୁମ୍ଭୀର ବାହାରକୁ ଆସି ଆତଙ୍କ ସୃଷ୍ଟି କରିବେ। ଲୁଣା ପାଣି ମାଡ଼ି ଆସିବା ଯୋଗୁ ଚାଷ ନଷ୍ଟ ହେବା ସହେ ଘରଦ୍ୱାର ଭାଙ୍ଗିବା ଆଦି ଭୟ ରହିଥିବା ସେ ପ୍ରକାଶ କରିଛନ୍ତି। ମହାକାଳପଡ଼ାର ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ବାତ୍ୟା ଦାନା ପାଇଁ ବଜାର ଦର ଆକାଶଛୁଅଁା ହୋଇଛି। ସମ୍ଭାବ୍ୟ ବାତ୍ୟା ସମୟରେ ଖାଦ୍ୟ ସାମଗ୍ରୀର ଅତ୍ୟଧିକ ଦର ବ୍ୟବସାୟୀ ନେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ସଂଘର ରାଜ୍ୟ ସମ୍ପାଦକ ହରେକୃଷ୍ଣ ପାତ୍ର କହିଛନ୍ତି, ଗୋଖାଦ୍ୟ ସହ ୧୫ ଦିନର ରାଶନ ସାମଗ୍ରୀ ଆଗୁଆ ମାଗଣାରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ବାତ୍ୟାର ଲ୍ୟାଣ୍ଡଫଲ ଭିତରକନିକା ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଭାଗର ୫ ଟିମ ଯାତାୟାତ ପଥକୁ ସଫା ରଖିବା ପାଇଁ ନିୟୋଜିତ ହୋଇଛନ୍ତି। ଅନ୍ୟ ୨ଟି ଟିମ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ବ୍ୟବସ୍ଥା ହୋଇଛି। ହେନ୍ତାଳ ବଣ ଏଠାରେ ଥିବାରୁ ବନ୍ୟ ଓ ସାମୁଦ୍ରିକ ଜୀବଙ୍କ ଜୀବନହାନି ନିଶ୍ଚିତ ଭାବେ କମ ରହିବ। ଏବେ ଦେଶୀୟ ପକ୍ଷୀଙ୍କ ଅଣ୍ଡା ଓ ଶାବକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାତ୍ୟା ପରେ ଏ ନେଇ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ନିତ କରାଯିବ। ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଜାତୀୟ ଉଦ୍ୟାନ ଭିତରକନିକାକୁ ବନ୍ଦ ରଖାଯାଇଛି ବୋଲି ସେ କହିଛନ୍ତି। ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ବାତ୍ୟା ଦାନାର ପରିଚାଳନା ପାଇଁ ଜିଲା ପ୍ରଶାସନ ସଜାଗ ଅଛି। ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖାଯାଇଛି। ବାତ୍ୟା ପରବର୍ତ୍ତୀ ଅବସ୍ଥାକୁ ନିୟନ୍ତ୍ରଣ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri