Posted inଜାତୀୟ

ଜେଲ ଗଲେ ‘ବିଚାରପତି’:ଜାଣନ୍ତୁ କାହିଁକି

ଅହମଦାବାଦ, ୨୩।୧୦:ଗୁଜରାଟର ଗାନ୍ଧୀନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷ ଧରି ନକଲି ଅଦାଲତ ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଗାନ୍ଧୀନଗରରେ ରହୁଥିବା ମୋରିସ୍‌ ସାମୁଏଲ ଖ୍ରୀଷ୍ଟିଆନ ନାମକ ଅଭିଯୁକ୍ତ ନିଜ କାର୍ଯ୍ୟାଳୟରେ ନକଲି କୋର୍ଟ ସ୍ଥାପନ କରି ବିଭିନ୍ନ ଜମି ସମ୍ବନ୍ଧୀୟ ମାମଲାର ଶୁଣାଣି କରୁଥିଲେ। ଜଜ୍‌ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଧୋକା ଦେଉଥିବା ଅଭିଯୋଗରେ ପୋଲିସ ମଙ୍ଗଳବାର ମୋରିସ୍‌ଙ୍କୁ ଗିରଫ କରିଛି। ସେ ଗାନ୍ଧୀନଗରସ୍ଥିତ ନିଜ କାର୍ଯ୍ୟାଳୟରେ ପ୍ରକୃତ ଅଦାଲତ ପରି ମାହୋଲ ସୃଷ୍ଟି କରିବା ସହ ନିଜକୁ ଜଜ୍‌ ଭାବେ ଦର୍ଶାଇ ଆଦେଶ ପାରିତ କରୁଥିଲେ।
ପୋଲିସ ସୂଚନା ଅନୁଯାୟୀ, ୨୦୧୯ର ଏକ ସରକାରୀ ଜମି ସମ୍ବନ୍ଧୀୟ ମାମଲାରେ ମୋରିସ ନିଜ ମହକିଲଙ୍କ ସପକ୍ଷରେ ଆଦେଶ ପାରିତ କରିଥିଲେ। ଏହାପରେ ତାଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରି ପୋଲିସ ତାଙ୍କୁ ଗିରଫ କରିଛି। ଯେଉଁ ଲୋକମାନଙ୍କର ଜମି ବିବାଦ ମାମଲା ସହରର ସିଭିଲ କୋର୍ଟରେ ପଡ଼ି ରହିଥିଲା ସେମାନଙ୍କୁ ମୋରିସ୍‌ ଟାର୍ଗେଟ କରି ଫସାଉଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଥିବା ପୋଲିସ କହିଛି। ସେ ନିଜ ମହକିଲମାନଙ୍କଠାରୁ ସେମାନଙ୍କର ଜମି ବିବାଦ ସମ୍ବନ୍ଧିତ ମାମଲା ସମାଧାନ କରିବାର ଆଶା ଦେଖାଇ ତାଙ୍କଠାରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ନେଉଥିବା ପୋଲିସ କହିଛି। ମୋରିସ୍‌ ନିଜକୁ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ମଧ୍ୟସ୍ଥ ଭାବେ ପରିଚୟ ଦେଉଥିବା ପୋଲିସ କହିଛି। ସେ ତାଙ୍କ ମହକିଲମାନଙ୍କୁ ଗାନ୍ଧୀନଗରସ୍ଥିତ ନିଜ କାର୍ଯ୍ୟାଳୟକୁ ଡକାଉଥିଲେ, ଯାହାକୁ ସେ ଏକ ଅଦାଲତ ପରି ପ୍ରସ୍ତୁତ କରି ରଖିଥିଲେ। ସେ ଟ୍ରିବ୍ୟୁନାଲର ଅଧିକାରୀ ଭାବେ ଆଦେଶ ମଧ୍ୟ ପାରିତ କରୁଥିଲେ। ସେହିପରି ସେ ନିଜର ସହଯୋଗୀମାନଙ୍କୁ ଅଦାଲତର କର୍ମଚାରୀ କିମ୍ବା ଓକିଲ ଭାବେ ଦେଖାଉଥିଲେ। ଏହି ଉପାୟରେ ମୋରିସ୍‌ ୧୧ରୁ ଅଧିକ ବିବାଦୀୟ ଜମି ମାମଲାରେ ନିଜ ସପକ୍ଷରେ ଆଦେଶ ପାରିତ କରିଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ୨୦୧୯ର ଏକ ବିବାଦୀୟ ଜମି ସମ୍ବନ୍ଧୀୟ ମାମଲାରେ ମୋରିସ୍‌ ଏକ ୧୦୦ ଏକର ସରକାରୀ ଜାଗାକୁ ନିଜ ନାମରେ କରିବା ପାଇଁ ଆଦେଶ ପାରିତ କରିଥିଲେ। ପୋଲିସ ଉକ୍ତ ମାମଲାରେ ହୋଇଥିବା ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri