Posted inଜାତୀୟ

ଝାଡଖଣ୍ଡରେ ବି ସୁଭଦ୍ରା ଯୋଜନା! ଯେଉଁଠି ମିଳିବ…

ରାଞ୍ଚି,୨୦।୧୦: ଓଡ଼ିଶାର ସୁଭଦ୍ରା ଯୋଜନା ପରି ଝାଡଖଣ୍ଡରେ ସମାନ ଫର୍ମୁଲା ଆପ୍ଲାଏ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ବିଭିନ୍ନ ଆର୍କଷଣୀୟ ଯୋଜନା କରି ଭୋଟବ୍ୟାଙ୍କକୁ ବଢାଇବାକୁ ଚାହୁଁଛି। ନିର୍ବାଚନବେଳେ ଯେମିତି ଭାଜପା ଓଡ଼ିଶାରେ ସୁଭଦ୍ରା ଯୋଜନାର ଘୋଷଣା କରି ମହିଳାଙ୍କ ଭୋଟକୁ ଟାଣିବାକୁ ଚେଷ୍ଟା କରୁଛି।

ଝାଡଖଣ୍ଡରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି। ରାଜ୍ୟର ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ। ସେହିପରି ମାତ୍ର ୫୦୦ ଟଙ୍କାରେ LPG ଗ୍ୟାସ ସିଲିଣ୍ଡର ପାଇପାରିବେ ମହିଳା। ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ରେ ମହିଳାଙ୍କ ପାଇଁ ‘ଗୋଗୋ ଦିଦି ଯୋଜନା’ ଘୋଷଣା କରିଛି। ଏହା ଅନୁଯାୟୀ ପ୍ରତ୍ୟେକ ମହିଳାଙ୍କୁ ମାସକୁ ୨୧୦୦ ଟଙ୍କା ସହ ୫୦୦ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ଦିଆଯିବ। ଯୁବକମାନଙ୍କ ପାଇଁ ୫ ଲକ୍ଷ ସ୍ବୟଂ ନିଯୁକ୍ତି ଏବଂ ୨.୮୭ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ।

ନିର୍ବାଚନ ପରେ ଭାଜପାର ମେଣ୍ଟ ସରକାର ‘ଗୋଗୋ ଦିଦି ଯୋଜନା’ ଆରମ୍ଭ କରିବାକୁ ଘୋଷଣା କରିଛି। ଏହା ଅଧୀନରେ ପ୍ରତ୍ୟେକ ମାସର ୧୧ ତାରିଖ ଦିନ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧୦୦ ଟଙ୍କା ଆର୍ଥିକ ସହାୟତା ହସ୍ତାନ୍ତର କରାଯିବ। ଝାଡଖଣ୍ଡ ଭାଜପାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ବାବୁଲାଲ ମାରାଣ୍ଡି ଗତ ଶନିବାର ଦିନ ରାଞ୍ଚିରେ ‘ପଞ୍ଚ ପ୍ରଣ’ ମେନିଫେଷ୍ଟୋ ଜାରି କରିଥିଲେ। ଦଳ ଘୋଷଣା କରିଛି ଯେ ଭାଜପା ରାଜ୍ୟରେ ଲକ୍ଷ୍ମୀ ଜୋହାର ଆରମ୍ଭ କରିବ, ଯାହା ଅଧୀନରେ ସମସ୍ତଙ୍କୁ ୫୦୦ ଟଙ୍କା ଏବଂ ଗୋଟିଏ ବର୍ଷରେ ଦୁଇଟି ମାଗଣା ସିଲିଣ୍ଡର ଯୋଗାଇ ଦେବେ କେନ୍ଦ୍ର ସରକାର।

ରାଜ୍ୟରେ ଭାଜପା ନିଯୁକ୍ତି ଆରମ୍ଭ କରିବ, ଯାହା ଅଧୀନରେ ଏହା ୫ ବର୍ଷ ମଧ୍ୟରେ ଝାଡଖଣ୍ଡର ଯୁବକମାନଙ୍କ ପାଇଁ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୫ ଲକ୍ଷ ସ୍ବୟଂ ନିଯୁକ୍ତ ଏବଂ ୨.୮୭ ଲକ୍ଷ ଖାଲି ସରକାରୀ ପଦବୀ ପୂରଣ ହେବ। ୨ ବର୍ଷ ପାଇଁ ପ୍ରତ୍ୟେକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୨୦୦୦ ଟଙ୍କା ଭତ୍ତା ମିଳିବ। ଏହା ସେମାନଙ୍କୁ ଶିକ୍ଷା ଏବଂ ବୃତ୍ତି ଖର୍ଚ୍ଚ ପରି ପୁସ୍ତକ ଏବଂ କୋଚିଂ ଫି ପୂରଣ କରିବାରେ ସାହାଯ୍ୟ କରିବ।

ସେହିପରି ଘର ନିର୍ମାଣ ପାଇଁ ମାଗଣା ବାଲି ଯୋଗାଇବେ ସରକାର। ଯେଉଁଥିରେ ଗୃହ ନିର୍ମାଣ ପାଇଁ ମାଗଣା ବାଲି ଯୋଗାଇବ ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ଗୃହ ନିର୍ମାଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରି ୨୧ ଲକ୍ଷ ଘର ର୍ନିମାଣକୁ ସୁନିଶ୍ଚିତ କରିବ। ଘର ତିଆରି ପାଇଁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ। ଏହା ସହିତ, ୨୦୨୭ ସୁଦ୍ଧା ୫୯ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ମାଧ୍ୟମରେ ଟ୍ୟାପ ପାଣି କନେକ୍ସନ ଯୋଗାଇ ଦିଆଯିବ।

ସେପଟେ ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କ କ୍ୟାବିନେଟ ‘ମୈୟା ସମ୍ମାନ ଯୋଜନା’ର ରାଶି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି କ୍ଷମତାରେ ପୁଣିଥରେ ଆସିଲେ ସରକାର ଏହି ଯୋଜନାର ରାଶି ୧୦୦୦ ଟଙ୍କାକୁ ବଢ଼ାଇ ୨୫୦୦ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri