ଲେବାନନ୍‌ରେ ୪ ଲକ୍ଷ ଶିଶୁ ବିସ୍ଥାପିତ

ବେରୁଟ, ୧୬।୧୦: ଗତ ୩ ସପ୍ତାହ ହେବ ଲେବାନନ୍‌ରେ ଇସ୍ରାଏଲ ଓ ଉଗ୍ରବାଦୀ ସଙ୍ଗଠନ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଯୋଗୁ ୪ ଲକ୍ଷରୁ ଅଧିକ ଶିଶୁ ବିସ୍ଥାପିତ ହୋଇଛନ୍ତି। ଲେବାନନ୍‌ରେ ମାନବୀୟ କାର୍ଯ୍ୟ ପାଇଁ ନିୟୋଜିତ ୟୁନାଇଟେଡ୍‌ ନେଶନ୍‌ ଚିଲ୍‌ଡ୍ରେନ୍‌ ଫଣ୍ଡ୍‌(ୟୁନିସେଫ୍‌)ର ଉପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟେଡ୍‌ ଚାଇବାନ୍‌ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଲେବାନନ୍‌ ପରି ଏକ ଛୋଟ ଦେଶରେ ଯୁଦ୍ଧ ଯୋଗୁ ଏକ ନିର୍ଦ୍ଦିଷ୍ଟ ପିଢ଼ି ଲୋପ ପାଇଯିବା ନେଇ ମଧ୍ୟ ସମ୍ଭାବନା ଥିବାର ସେ ଚେତାବନୀ ଦେଇଛନ୍ତି। ଇସ୍ରାଏଲ ପକ୍ଷରୁ ସମ୍ପ୍ରତି ଗାଜାରେ ହମାସ ସହ ଓ ଲେବାନନ୍‌ରେ ହେଜବୋଲ୍ଲା ବିରୋଧରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଯୋଗୁ ଲେବାନନ୍‌ରେ ୧୨ ଲକ୍ଷ ଲୋକ ସେମାନଙ୍କ ଘରୁ ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗତ ୩ ସପ୍ତାହ ମଧ୍ୟରେ ବେରୁଟ୍‌ ଏବଂ ଉତ୍ତର ଲେବାନନ୍‌ର ବିଭିନ୍ନ ଅଞ୍ଚଳକୁ ପଳାୟନ କରି ଆଶ୍ରୟସ୍ଥଳୀ ଗୁଡ଼ିକରେ ରହୁଛନ୍ତି। ଚାଇବାନ କହିଛନ୍ତି, ଗତ ୩ ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧରେ ଶିଶୁ ଏବଂ ପିଲାମାନେ ହିଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଯୁଦ୍ଧ ଯୋଗୁ ଲେବାନନ୍‌ର ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି। ଦେଶରେ ପ୍ରାୟ ୧୨ ଲକ୍ଷ ପିଲା ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଯୁଦ୍ଧ ଯୋଗୁ ବହୁ ସରକାରୀ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଅନେକ ସ୍କୁଲକୁ ବିସ୍ଥାପିତମାନେ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରୁଛନ୍ତି, ତେଣୁ ସେଠାରେ ମଧ୍ୟ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ତେବେ ଲେବାନନ୍‌ର କେତେକ ଘରୋଇ ବିଦ୍ୟାଳୟ ଏବେ ମଧ୍ୟ ଚାଲୁ ରହିଥିବା ଚାଇବାନ କହିଛନ୍ତି। ଯୁଦ୍ଧ ଯୋଗୁ ଲେବାନନ୍‌ରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ବ୍ୟବସ୍ଥା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦେଶରେ ରହୁଥିବା ପାଲେଷ୍ଟିନୀୟ ଏବଂ ଶିରୀୟ ଶରଣାର୍ଥୀମାନେ ମଧ୍ୟ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଛନ୍ତି। ଇସ୍ରାଏଲ ଓ ହେଜ୍‌ବୋଲ୍ଲା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ଲେବାନନ୍‌ରେ ଅନେକ ଲକ୍ଷ ଶିଶୁଙ୍କ ଉପରେ ଶିକ୍ଷା ହରାଇବାର ବିପଦ ରହିଥିବା ଚାଇବାନ କହିଛନ୍ତି। ଲେବାନନ୍‌ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ଦେଶର ୨୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଗତ ୩ ସପ୍ତାହ ମଧ୍ୟରେ ୧୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଥିବାବେଳେ ୮୦୦ରୁ ଅଧିକ ଶିଶୁ ଆହତ ହୋଇଥିବା ନେଇ ଚାଇବାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri