ଶ୍ରୀକୃଷ୍ଣଙ୍କ ହାତରେ କାହିଁକି ଥାଏ ବଂଶୀ

ଆସୁଛି ଜନ୍ମାଷ୍ଟମୀ। ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସାରା ଦେଶରେ ଖୁବ୍‌ ଆଡ଼ମ୍ବର ସହକାରେ ପାଳନ କରାଯିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତକୁ ନେଇ ଅନେକ ପୌରାଣିକ ଆଖ୍ୟାନ ଥିବା ବେଳେ ଭଗବାନ୍‌ ଶ୍ରୀକୃଷ୍ଣଙ୍କ ହାତରେ କାହିଁକି ବଂଶୀ ଥାଏ, ତାହାର ରହସ୍ୟ ଅନେକଙ୍କୁ ଜଣା ନ ଥିବ। ତେବେ ଏହାକୁ ନେଇ କିଛି ଲୋକକଥା ମଧ୍ୟ ରହିଛି। କୁହାଯାଏ, ଶ୍ରୀକୃଷ୍ଣ ଯେତେବେଳେ ଯମୁନା ନଦୀକୂଳରେ ବସି ବଂଶୀ ବଜାଉଥିଲେ, ସେତେବେଳେ ଦୂରରେ ଥିବା ଗୋପାଙ୍ଗନାମାନେ ତାଙ୍କ ବଂଶୀର ସୁମଧୁର ସ୍ବର ଶୁଣି ତାଙ୍କ ନିକଟକୁ ଚାଲି ଆସୁଥିଲେ। ଆଉ ଗୋପୀଙ୍କ ସହ ଶ୍ରୀକୃଷ୍ଣ କଥାରେ ବିଭୋର ହୋଇଯିବା ପରେ ଗୋପୀମାନେ କୌଶଳକ୍ରମେ ତାଙ୍କ ବଂଶୀକୁ ନେଇ ଯାଇଥିଲେ। ବଂଶୀକୁ ପ୍ରଶ୍ନ କରିଥିଲେ, ‘ତୁ କ’ଣ ଏମିତି ପୁଣ୍ୟ କରିଛୁ ଯେ, ଦୈନିକ କୃଷ୍ଣଙ୍କ ଫୁଲ ଭଳି କୋମଳ ଓଠକୁ ଛୁଇଁପାରୁଛୁ’। ଏହାଶୁଣି ବଂଶୀ ସାମାନ୍ୟ ହସିଦେବା ସହ କହିଥିଲା, କୃଷ୍ଣଙ୍କ ନିକଟତର ହେବାକୁ ମୁଁ କେଉଁ କାଳରୁ ଅପେକ୍ଷା କରି ରହିଥିଲି। ତ୍ରେତୟା ଯୁଗରେ ଯେତେବେଳେ ପ୍ରଭୁ ଶ୍ରୀରାମ ବନବାସରେ ଥିଲେ, ସେତେବେଳେ ମୋର ତାଙ୍କ ସହ ଭେଟ ହୋଇଥିଲା। ସେହି ସମୟରେ ତାଙ୍କ ନିକଟରେ ବହୁ କୋମଳ ଓ ମନମୋହକ ଫୁଲ ଥିଲେ ମଧ୍ୟ ସେ ମୋତେ ସେମାନଙ୍କ ଭଳି ସମାନ ଦୃଷ୍ଟିରେ ଦେଖୁଥିଲେ। ମୋର କଠୋରତା ପ୍ରଭୁଙ୍କ ପାଇଁ କୌଣସି ମାନେ ରଖି ନ ଥିଲା। ଆଉ ତାଙ୍କର ପ୍ରେମ ସ୍ପର୍ଶ ପାଇବା ପରେ ତାଙ୍କ ନିକଟରେ ଜୀବନସାରା ରହିବାକୁ କାମନା କରିଥିଲି। ହେଲେ ପ୍ରଭୁ ସେ ସମୟରେ ନିଜ ମର୍ଯ୍ୟାଦା ସହ ବନ୍ଧା ହୋଇଥିବା ବେଳେ ଦ୍ୱାପର ଯୁଗରେ ସେ ମୋତେ ତାଙ୍କ ପାଖରେ ରଖିବେ ବୋଲି କଥା ଦେଇଥିଲେ। ଏଣୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଅବତାରରେ ସେ ବଂଶୀକୁ ପିଲାଦିନୁ ପାଖରେ ରଖିଥିଲେ ବୋଲି ବଂଶୀ ଗୋପୀଙ୍କୁ କହିଥିଲା। ତେବେ ଲୋକକଥା ଅନୁଯାୟୀ, ବଂଶୀର ସୁମଧୁର ସ୍ବର ସହ ଜୀବନର ଅନେକ କଥା ଜଡିତ ହୋଇ ରହିଛି। କାରଣ ବଂଶୀ ଏତେ କଠିନ ହୋଇ ମଧ୍ୟ ତା’ ନିକଟରୁ କେତେ ସୁମଧୁର ସ୍ବର ବାହାରି ପାରୁଛି। ଏହାସହ ବଂଶୀରେ କୌଣସି ଗଣ୍ଠି ନାହିଁ। ଏହାର ଅର୍ଥ ହେଉଛି, ମନରେ କୌଣସି ବି ଗଣ୍ଠି ବା ଦ୍ୱନ୍ଦ୍ୱ ନ ରଖି ଯିଏ ଯେମିତି ବ୍ୟବହାର ଦେଖାଉନା କାହିଁକି ନିଜ ବ୍ୟବହାରରେ କେବେବି ପରିବର୍ତ୍ତନ ଆଣିବା ଠିକ୍‌ ନୁହେଁ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

ମୋଦି ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ପପୁ ଯାଦବ

ନୂଆଦିଲ୍ଲୀ,୫।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣ...

ଆମେଠି ପ୍ରାର୍ଥୀ କେ.ଏଲ ଶର୍ମାଙ୍କ ବିସ୍ପୋରକ ବୟାନ, ଗାନ୍ଧୀ ପରିବାର ପାଖରେ କରୁନି ଚାକିରି

ନୂଆଦିଲ୍ଲୀ,୫।୫: ଆମେଠିରୁ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି। ତେବେ ଟିକେଟ୍‌ ମିଳିବା ପରେ ସେ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି,...

ଆମେଠିରୁ ଟିକେଟ୍‌ ନ ମିଳିବାରୁ ଏମିତି ପୋଷ୍ଟ କଲେ ରର୍ବଟ ଭଦ୍ରା, କହିଲେ ରାଜନୀତିର କୌଣସି ଶକ୍ତି…

ନୂଆଦିଲ୍ଲୀ,୫।୫: କଂଗ୍ରେସ ଆମେଠି ଓ ରାଏବରେଲିରୁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ନାମାଙ୍କନ ଦାଖଲ କରିଥିବାବେଳେ କେ.ଏଲ ଶର୍ମା ଆମେଠି ଲୋକ ସଭା...

ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା...

ବଲିଉଡ୍‌ ପ୍ରଭାବରେ ଦେଶର ନିର୍ବାଚନ

ନୂଆଦିଲ୍ଲୀ,୫ା୫: ଭାରତୀୟ ହିନ୍ଦୀ ସିନେମା ଶିଳ୍ପ ନିକଟ ଅତୀତରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛି, ଯେଉଁଥିରେ ନିର୍ବାଚନକୁ ପ୍ରଭାବିତ କଲା ଭଳି ଜାତୀୟତାବାଦ, ଇସ୍‌ଲାମ ବିରୋଧୀ...

ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୫: ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ...

ଆଜି ଆସିବେ ମୋଦି, ନଡ୍ଡା

ଭୁବନେଶ୍ୱର, ୫।୫(ସୁନିତ୍‌ ମିଶ୍ର)ନିର୍ବାଚନ ପ୍ରଚାର ପାଇଁ ଭାଜପା କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri