୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ତାଙ୍କ ହୃଦୟର ମୁଖ୍ୟ ରକ୍ତବାହୀ (ଆର୍ଟା) ରେ ଫୁଲା ଦେଖାଗଲା, ଯାହା ଏକ ନନ ସର୍ଜିକାଲ ଟ୍ରାନ୍ସକାଥେଟର୍‌ ପ୍ରଣାଳୀ ମାଧ୍ୟମରେ ଚିକିତ୍ସା କରାଯାଉଥିଲା। ସିନିୟର ଇଣ୍ଟରଭେନସନାଲ ହୃଦରୋଗ ବିଶେଷଜ୍ଞ ଡାକ୍ଟର ସାଇ ସତୀଶ ଆର୍ଟାରରେ ଏକ ଷ୍ଟେଣ୍ଟ ରଖି ଫୁଲାକୁ ସଂପୂର୍ଣ୍ଣ ହ୍ରାସ କରିଥିଲେ। ତାଙ୍କର ଚିକିତ୍ସା ସଫଳ ହୋଇଥିଲା। ୧ ଅକ୍ଟୋବରରେ ସେ ଏକ ଅପରେସନ କରିଥିଲେ ଏବଂ ତାଙ୍କୁ ୨ ଦିନ ଅବଜରଭେଶନରେ ରଖାଯାଇଥିଲା।
ସୂଚନାନୁସାରେ, ରଜନୀକାନ୍ତଙ୍କୁ ତାଙ୍କ ଡାକ୍ତରମାନେ କିଛି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ୧୬୦ କୋଟି ଟଙ୍କାରେ ନିର୍ମିତ ଫିଲ୍ମ ’ବୈତାୟାନ’ର ପ୍ରମୋସନ କରିପାରିବେ ନାହିଁ। ଅକ୍ଟୋବର ୧୦ରେ ପ୍ରେକ୍ଷାଳୟରେ ଏହି ମୁଭି ମୁକ୍ତିଲାଭ କରିବ। ଏହା ଏକ ପ୍ୟାନ ଇଣ୍ଡିଆ ଚଳଚ୍ଚିତ୍ର, ଯେଉଁଥିରେ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି। ଏହାର ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଉତ୍ସାହ ଦେଖାଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri