ବିଷାକ୍ତ ଔଷଧ

ଦି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ବା ଭାରତର ଔଷଧ ମହାନିରୀକ୍ଷକ ନିକଟରେ ୧୬ଟି ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ସେହିସବୁ ଔଷଧ ନିୟାମକର ଗୁଣବତ୍ତା ଏବଂ ସୁରକ୍ଷା ମାନକ ପରୀକ୍ଷାରେ ବିଫଳ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ବିଷାକ୍ତ ଘୋଷିତ ୧୬ଟି ଔଷଧ ମଧ୍ୟରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖୁଥିବା ଗ୍ଲେନମାର୍କର ଟେଲମା ଏଚ୍‌ ଓ ପିତ୍ତକୋଷ ପଥର ଚିକିତ୍ସାରେ ବ୍ୟବହୃତ ସନ୍‌ଫାର୍ମାର ଉର୍ସୋକୋଲ ୩୦୦ ରହିଛି। ଅନ୍ୟ ଔଷଧଗୁଡ଼ିକ ମଧ୍ୟରେ ଅଛନ୍ତି ପୁଲମୋସିନ ଇଞ୍ଜେକ୍‌ସନ, ପାଣ୍ଟୋସିଡ୍‌, ପାଜିଭା ୪୦, ପାଣ୍ଟୋମେଡ୍‌-୪୦, ନାଡୋସିସ୍‌ ଟାବ୍‌ଲେଟ ଇତ୍ୟାଦି। ଉଲ୍ଲେଖନୀୟ ଯେ, ୧୯୮୩ରେ ପ୍ରତିଷ୍ଠିତ ମୁମ୍ବାଇସ୍ଥିତ ସନ୍‌ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଭାରତର ସର୍ବବୃହତ୍‌ ଔଷଧ କମ୍ପାନୀ। ଏହା ମଧ୍ୟ ବିଶ୍ୱର ଚତୁର୍ଥ ଜେନେରିକ ଫାର୍ମାସ୍ୟୁଟିକାଲ କମ୍ପାନୀ। ୧୦୦ରୁ ଅଧିକ ଦେଶରେ ଏହାର ବ୍ୟବସାୟ ଜାରି ରହିଛି। ଏହାବ୍ୟତୀତ ୧୯୭୭ରେ ପ୍ରତିଷ୍ଠିତ ମୁମ୍ବାଇସ୍ଥିତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍‌ ଲିମିଟେଡ୍‌ ଦେଶ ଓ ବିଦେଶରେ ଏହାର ଉପତ୍ାଦ ବିକ୍ରି କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଔଷଧ ପ୍ରସ୍ତୁତି କ୍ଷେତ୍ରରେ ପ୍ରାୟ ୪ ଦଶନ୍ଧିର ଅଭିଜ୍ଞତା ଥିବା ଦୁଇଟି ବୃହତ୍‌ ଭାରତୀୟ କମ୍ପାନୀର ଔଷଧ ନିୟାମକର ଗୁଣବତ୍ତା ଓ ସୁରକ୍ଷା ମାନକ ପୂରଣ କରିପାରି ନାହାନ୍ତି। ଏହି କମ୍ପାନୀଗୁଡ଼ିକର ଔଷଧ ପ୍ରସାର ଓ ବିକ୍ରି ଭାରତରେ ବହୁ ଆଗରେ ଅଛି। ଡିସିଜିଆଇର ଏବକାର ଘୋଷଣା ପରେ ଲୋକଙ୍କ ମଧ୍ୟରେ ଔଷଧର ଗୁଣବତ୍ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ନିକଟ ଅତୀତକୁ ଫେରିଗଲେ ସେପ୍ଟେମ୍ବର ୨୦୨୩ରେ ଭାରତର ଶୀର୍ଷ ରେଗୁଲେଟର କୁହାଯାଉଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ଦ୍ୱାରା ଦେଶରେ ବିକ୍ରି ହେଉଥିବା ନକଲି କ୍ୟାନ୍‌ସର ଓ ଲିଭର ମେଡିସିନ ଉପରେ ସତର୍କତା ଜାରି କରାଯାଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଏ ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲା। ଭାରତରେ ନକଲି ବା ବିଷାକ୍ତ ଔଷଧର ଇତିହାସକୁ ଲକ୍ଷ୍ୟ କଲେ ଏହାର ସ୍ଥାୟୀ ପ୍ରତିକାର ସରକାର କରି ପାରୁ ନାହାନ୍ତି ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି।
ଦେଶରେ ଉପତ୍ାଦିତ ଔଷଧଗୁଡ଼ିକୁ ସ୍ବୀକୃତି ଦେବାରେ ନିୟାମକ ସଂସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଦେଖାଯାଏ, ନିୟାମକ ସଂସ୍ଥାଗୁଡ଼ିକ ଥରେ ଔଷଧର ମାନ ପରୀକ୍ଷା କରି ବିକ୍ରି ପାଇଁ ଅନୁମତି ଦେବା ପରେ ପରବର୍ତ୍ତୀ ସମୟରେ ସେହିସବୁ ଔଷଧର ଗୁଣବତ୍ତା କ’ଣ ରହୁଛି ତାହା ଯାଞ୍ଚ କରନ୍ତି ନାହିଁ। ପ୍ରକୃତରେ ନିୟମିତ ବ୍ୟବଧାନରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧର ମାନ ପରୀକ୍ଷା କରାଗଲେ ହୁଏତ ଏଭଳି ସ୍ଥିତି ଉପୁଜନ୍ତା ନାହିଁ। ଅବଶ୍ୟ ବଡ଼ ଫାର୍ମାର ପଇସା ଆଗରେ କିଛି ଅଧିକାରୀଙ୍କ ମୁଣ୍ଡ ବିକ୍ରି ହୋଇଯିବା କାରଣରୁ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ଯଦି ସରକାରଙ୍କ ନିୟାମକ ସଂସ୍ଥାସବୁ ସଚ୍ଚୋଟ ଭାବେ ସେମାନଙ୍କ କାର୍ଯ୍ୟ କରନ୍ତେ, ତେବେ ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ଲାଭ ଉପରେ ଧ୍ୟାନଦେବା ସହ ଗୁଣବତ୍ତା ରକ୍ଷା ଦିଗରେ ଦୃଷ୍ଟି ଦିଅନ୍ତେ। ଏଥିସହ ଅନ୍ତର୍ଜାତୀୟ ଫାର୍ମା କମ୍ପାନୀଗୁଡ଼ିକ ମଧ୍ୟ ଉଚ୍ଚମାନର ଔଷଧ ଭାରତକୁ ପଠାଇବାକୁ ବାଧ୍ୟ ହୁଅନ୍ତେ ଏବଂ ଭାରତୀୟ କମ୍ପାନୀଗୁଡ଼ିକ ଔଷଧର ଗୁଣବତ୍ତା ଉପରେ ଧ୍ୟାନ ରଖନ୍ତେ। ଏ ଦିଗରେ ଆହୁରି ଏକ ବଡ଼ ସମସ୍ୟା ହେଉଛି, ଜେନେରିକ ଔଷଧର ଉପତ୍ାଦନ। ଏବେ ସରକାର ଜନଔଷଧିର ଆଖ୍ୟା ଦେଇ ଏହାର ଉପତ୍ାଦନ, ପ୍ରଚାର ଓ ପ୍ରସାରକୁ ଗୁରୁତ୍ୱ ଦେଉଛନ୍ତି। ଅନ୍ୟପଟେ ଏହାର ସୁରକ୍ଷା ମାନକ ଉପରେ କଡ଼ା ନଜର ରଖାଯାଉନାହିଁ। ବିଭିନ୍ନ ସାନବଡ଼ ଔଷଧ ଉପତ୍ାଦନକାରୀ କମ୍ପାନୀରେ ଜେନେରିକ ଔଷଧ ପ୍ରସ୍ତୁତ କରାଯାଉଛି ଏବଂ ସେଗୁଡ଼ିକର ମାନର ମାପକାଠି କ’ଣ ରହୁଛି, ତାହାକୁ କିଏ ପରୀକ୍ଷା କରୁଛି ସେ ବିଷୟରେ ଜନସାଧାରଣ ଜାଣିବାର କୌଣସି ବାଟ ନାହିଁ। ଏପରି ସ୍ଥଳେ କେବଳ ବଡ଼ କମ୍ପାନୀ ନୁହେଁ, ଭାରତରେ ପ୍ରସ୍ତୁତ କରାଯାଉଥିବା ସବୁ ଔଷଧ କଠୋର ଯାଞ୍ଚ ମଧ୍ୟରେ ଆସିବା ଦରକାର। କାରଣ ଔଷଧ ଜୀବନ ବଞ୍ଚାଇପାରେ, ଆଉ ବିଷାକ୍ତ ଔଷଧ ବି ଜୀବନ ନେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri