ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ ପୃଥିବୀରେ ଜନ୍ମ ନିଅନ୍ତି ୧୩.୪ ନିୟୁତ ଶିଶୁ (ପ୍ରାୟ ପ୍ରତି ୧୦ ଜଣରେ ଜଣେ)। ଭାରତରେ ଏମାନଙ୍କ ସଂଖ୍ୟା ସର୍ବାଧିକ, ପ୍ରାୟ ୩.୦୨ ନିୟୁତ। ସମଗ୍ର ପୃଥିବୀର ମାତ୍ର ୮ଟି ଦେଶରେ ଏହା ୫୦ ଶତାଂଶ ବୋଲି ୨୦୨୩ରେ ସୂଚନା ଦେଇଥିଲା ପ୍ରଖ୍ୟାତ ସ୍ବାସ୍ଥ୍ୟ ଗବେଷଣା ପତ୍ରିକା ‘ଲାନସେଟ୍‌’। ଭାରତକୁ ବାଦ୍‌ ଦେଲେ କ୍ରମ ଅନୁସାରେ ସେଗୁଡ଼ିକ ହେଲେ ପାକିସ୍ତାନ, ଚାଇନା, ଇଥିଓପିଆ, ଶ୍ରୀଲଙ୍କା, ବାଂଲାଦେଶ, କଙ୍ଗୋ ଏବଂ ଆମେରିକା।
ଏପରି ଶିଶୁମାନେ ସାଧାରଣତଃ ଜନ୍ମକାଳରୁ କମ୍‌ ଓଜନବିଶିଷ୍ଟ (୨.୫ କିଲୋଗ୍ରାମରୁ କମ୍‌) ହୋଇଥାନ୍ତି। ସେମାନଙ୍କଠାରେ ରୋଗ ପ୍ରତିରୋଧ ଶକ୍ତି କମ୍‌ ହୋଇଥାଏ। ତାଙ୍କ ଶରୀରର ବୃଦ୍ଧି ମନ୍ଥର ଗତିରେ ହୁଏ ଏବଂ ତାଙ୍କଠାରେ ଦେଖାଯାଏ ପୁଷ୍ଟିହୀନତା ସମେତ ବିବିଧ ଜଟିଳ ଶାରୀରିକ ତଥା ମାନସିକ ଅକ୍ଷମତା। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ସୂଚନା ମୁତାବକ ବୟସ ୫ବର୍ଷ ହେବା ଆଗରୁ ମୃତ୍ୟୁବରଣ କରୁଥିବା ୫ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଏହି ଶ୍ରେଣୀୟ। ଅନ୍ୟପକ୍ଷରେ, ୧ବର୍ଷ ବୟସ ହେବା ପୂର୍ବରୁ ଏମାନଙ୍କ ମଧ୍ୟରୁ ୧୪.୮ ଶତାଂଶଙ୍କର ମୃତ୍ୟୁ ଘଟିଥାଏ। ଅତଏବ ସେମାନଙ୍କୁ ଦୀର୍ଘ ଜୀବନ ଏବଂ ସୁସ୍ବାସ୍ଥ୍ୟ ପ୍ରଦାନ ବିଶ୍ୱ ସମ୍ମୁଖରେ ଏକ ଆହ୍ବାନ ରୂପେ ଉଭାହୋଇଛି। ଏ ସମସ୍ୟାର ସମାଧାନ ପାଇଁ ଏବେ ଉଦ୍ୟମ ଜାରିରହିଛି। ଫଳରେ କ୍ରମେ ବାହାରୁଛି ଏହାର ନାନାଦି ସୂତ୍ର। ତନ୍ମଧ୍ୟରୁ ସଦ୍ୟଜାତ, ବିଶେଷକରି ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମଲାଭ କରୁଥିବା ଶିଶୁଙ୍କୁ କଙ୍ଗାରୁ ମା’ର ଯନତ୍ ବା କଙ୍ଗାରୁ ଯନତ୍ ଯୋଗାଇବାକୁ ଏକ ସଫଳ ପ୍ରୟାସ ରୂପେ ଆବିଷ୍କାର କରିଛନ୍ତି କଲମ୍ବିଆସ୍ଥିତ ବାଗୋଟାର ଚିକିତ୍ସାବିଜ୍ଞାନୀ ଏଜର୍‌ ରେ ଏବଂ ହେକ୍ଟର ମାର୍ଟିନେଜ୍‌।
ସେଠାରେ ୧୯୭୦ ଦଶକର ଶେଷଭାଗକୁ ଅକାଳଜାତ ବା ପ୍ରିଟର୍ମ ବୋଲି କୁହାଯାଉଥିବା ଏ ପ୍ରକାର ଶିଶୁମାନଙ୍କ ମୃତ୍ୟୁସଂଖ୍ୟା ଖୁବ୍‌ ଅଧିକ ଥିଲା। ଏ ସମସ୍ୟାର ସମାଧାନ ଖୋଜୁଥିଲା ବେଳେ ଥରେ ସେମାନେ ଜଣେ ଗ୍ରାମୀଣ ସେବିକାଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ ଏହାର ସୂଚନା ପାଇଥିଲେ। ସେ ତାଙ୍କୁ ବୁଝାଇ ଦେଲେ ଯେ କିପରି ନବଜାତ ଶିଶୁଙ୍କୁ ମା’ମାନେ ଖୋଲା ଛାତିରେ ଜଡ଼ାଇ ଧରିବା ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ଏବଂ ଶାରୀରିକ ଅଭିବୃଦ୍ଧି ଉପରେ ସୁଫଳ ପଡୁଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମଲାଭ କରୁଥିବା ଅକାଳଜାତମାନେ ଏହାଦ୍ୱାରା ବିଶେଷଭାବେ ଉପକୃତ ହେଉଛନ୍ତି।
ଏଜର୍‌ ରେ ଏବଂ ମାର୍ଟିନେଜ ତାଙ୍କ ଡାକ୍ତରଖାନାରେ ଏହା ଉପରେ ପରୀକ୍ଷା ଚଳାଇଲେ। ସେମାନେ ଏହାର ନାମ ଦେଲେ କଙ୍ଗାରୁ ମାଆର ଯନତ୍ ବା କଙ୍ଗାରୁ ଯନତ୍। କାରଣ ଏ ଜୀବଟି ତା’ର ନବଜାତ ଶିଶୁକୁ ନିଜ ମୁଣା ଭିତରେ ଏହିଭଳି ବହୁ ମାସ ଧରି ଜଡ଼ାଇ ରଖିଥାଏ। ସେ ନିଜେ ନିଜର ଖାଦ୍ୟ ଅନ୍ବେଷଣ କରିବାକୁ ସମର୍ଥ ହେଲା ପର୍ଯ୍ୟନ୍ତ ବାଗୋଟାର ଏହି ଚିକିତ୍ସା ବିଜ୍ଞାନମାନେ ମା’ ତାଙ୍କ ଖୋଲା ଛାତିରେ ଅକାଳଜାତ ଶିଶୁଙ୍କୁ ଦିନକୁ ୮/୧୦ ଘଣ୍ଟା ଧରି ରଖିବା ଫଳରେ ପ୍ରଥମବର୍ଷରେ ସେମାନଙ୍କ ମୃତ୍ୟୁ ହାର ୭୦ ପ୍ରତିଶତ ହ୍ରାସ ପାଇବାର ଦେଖିବାକୁ ପାଇଲେ।
ଇତି ମଧ୍ୟରେ ଆମେରିକାର ଗବେଷକମାନେ ଚର୍ମ ସହିତ ଚର୍ମର ସ୍ପର୍ଶ ନବଜାତ ଶିଶୁ ଏବଂ ମା’ଙ୍କୁ କିପରି ସାହାଯ୍ୟ କରେ ତାହା ଉପରେ ଅନ୍ବେଷଣ ଚଳାଇଥିଲେ। ସେମାନେ ଆବିଷ୍କାର କଲେ ଯେ, ଜନ୍ମ ହେବା ପରେ ପରେ ଏପରି କରିବା ସେମାନଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ। ପରବର୍ତ୍ତୀ ଦଶକଗୁଡ଼ିକରେ ଗବେଷକମାନେ ଏହି ତଥାକଥିତ ‘କଙ୍ଗାରୁ ଯତ୍ନ’ର ଉପକାରମାନ ଉନ୍ମୁକ୍ତ କରିବାକୁ ଲାଗିଲେ। ଅତଏବ ସେମାନେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଶିଶୁ ଏବଂ ମାତାଙ୍କର (ସ୍ଥଳବିଶେଷରେ ପିତାଙ୍କର ମଧ୍ୟ) ଚର୍ମ ସହିତ ଚର୍ମ ସ୍ପର୍ଶ ନବଜାତକକୁ ସୁନିଦ୍ରା ପ୍ରଦାନ କରିବା ସହିତ ତା’ର ଶ୍ୱାସକ୍ରିୟାକୁ ନିୟମିତ କରେ। ସେ ଅଧିକ ସକ୍ରିୟ ଏବଂ ସତେଜ ରହେ। ବର୍ତ୍ତମାନ ଗବେଷକମାନେ ଭିନ୍ନ ଭିନ୍ନ ପରିବେଶରେ ଏବଂ ଉନ୍ନତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗକରି ଏହା କରୁଛନ୍ତି। ଫଳରେ ନବଜାତ ଶିଶୁ, ବିଶେଷକରି ଅକାଳଜାତ ଶିଶୁଙ୍କ ପାଇଁ ଏହା ଜୀବନ ରକ୍ଷାକାରୀ, ସୁସ୍ବାସ୍ଥ୍ୟ ପ୍ରଦାନକାରୀ ଏବଂ ଶାରୀରିକ ବୃଦ୍ଧିରେ ସହାୟକ ହୋଇପାରେ ବୋଲି ପ୍ରମାଣିତ ହୋଇପାରିଛି।
ବର୍ତ୍ତମାନ ‘କଙ୍ଗାରୁ ଯତ୍ନ’ ଲାଗି ମାର୍ଗଦର୍ଶିକା ବାହାରି ସାରିଲାଣି। ତଦନୁଯାୟୀ ଏହା କଲାବେଳେ ମା’କୁ ଆରାମଦାୟକ ପୋଷାକ ପରିଧାନ କରିବା ଉଚିତ। ତା’ ପରେ ସେ ଶିଶୁକୁ ଏପରି ସଳଖ ଭାବେ ଧରିରଖିବା ଦରକାର ଯେ, ତା’ର ମୁଣ୍ଡ ତାଙ୍କ ଛାତିର ଗୋଟିଏ ପାର୍ଶ୍ୱକୁ ଲାଗିରହିବ। ଏ ସମୟରେ ଶିଶୁଟି ଡାଇପର୍‌, ହ୍ୟାଟ୍‌ ଓ ମୋଜା ବ୍ୟତୀତ ଅନ୍ୟ କିଛି ପିନ୍ଧିବ ନାହିଁ। ତତ୍ପରେ ଶିଶୁର ଶରୀରକୁ ଉଷୁମ ରଖିବା ପାଇଁ ତାକୁ ଚାଦରଟିଏ ଘୋଡ଼ାଇ ଦିଆଯାଇପାରେ। ଏ ସମୟରେ ଉଭୟ ଶିଶୁ ଓ ମା’ ଆରାମରେ ରହିବା ଉଚିତ। ଶିଶୁଟି ନିଦ୍ରାଗଲେ ଭଲ। ପ୍ରତିଦିନ ଏହା ଏକାଧିକବାର କରିବାକୁ ପଡିବ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ସୂଚନା ଅନୁସାରେ ଏହା ଦୈନିକ ୮ରୁ ୨୪ ଘଣ୍ଟା କରିବା ଦରକାର। ‘କଙ୍ଗାରୁ ଯତ୍ନ’ ସମୟରେ ମା’ ଫୋନ୍‌ କିମ୍ବା କୌଣସି ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରିବା ଉଚିତ ନୁହେଁ। ଅନ୍ୟପକ୍ଷରେ, ଶିଶୁଟି ଯେପରି କୌଣସି ସଂକ୍ରମଣକାରୀ ପରିବେଶର ସମ୍ମୁଖୀନ ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ।
ଏଥିରୁ ଶିଶୁକୁ ମିଳୁଥିବା ଉପକାରଗୁଡ଼ିକ ମଧ୍ୟରେ ରହିଛି ତା’ର ହୃତ୍‌ପିଣ୍ଡର ସ୍ପନ୍ଦନ ହାର ସ୍ଥିର ରହିବା, ଶ୍ୱାସକ୍ରିୟା ନିୟମିତ ହେବା ଏବଂ ତାକୁ ସୁନିଦ୍ରା ହେବା। ପୁନଶ୍ଚ ଏହା ଫଳରେ ଶାରୀରିକ ଅଭିବୃଦ୍ଧି ମଧ୍ୟ ଅଧିକ ହେବାର ଦେଖାଯାଉଛି ଏବଂ ତା’ ଶରୀର ଯନ୍ତ୍ରଣାମୁକ୍ତ ରହିଲା ବେଳେ ତା’ଠାରେ ସଂକ୍ରମଣ, ରୋଗବ୍ୟାଧି ଏବଂ ଅକାଳ ମୃତ୍ୟୁର ସମ୍ଭାବନା ହ୍ରାସ ପାଉଛି। ଅନ୍ୟପକ୍ଷରେ ମା’ ଓ ଶିଶୁଙ୍କ ବନ୍ଧନ ଅଧିକ ଦୃଢ଼ ହେଉଛି ଏବଂ ମା’ଠାରେ ଅଧିକ କ୍ଷୀର ଉତ୍ପନ୍ନ ହେଉଛି।
ଏସବୁ ଦୃଷ୍ଟିରୁ ବିଚାର କଲେ ଅକାଳଜାତ (ପ୍ରିଟର୍ମ) ତଥା କମ୍‌ ଓଜନର ସଦ୍ୟଜାତ ଶିଶୁମାନଙ୍କ ପାଇଁ ‘କଙ୍ଗାରୁ ଯତ୍ନ’ ବିଶେଷ ଭାବେ ଫଳପ୍ରଦ। ତେବେ ସାଧାରଣ ଶିଶୁମାନଙ୍କ ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ। ଅତଏବ ଏହାକୁ ଜନପ୍ରିୟ କରାଯାଇ ପାରିଲେ ବିଶ୍ୱର ନିୟୁତ ନିୟୁତ ଶିଶୁଙ୍କୁ ଏହା ରୋଗ ଏବଂ ଅକାଳ ମୃତ୍ୟୁରୁ ସୁରକ୍ଷା ପ୍ରଦାନ କରିପାରିବ ବୋଲି ମନେ କରାଯାଏ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri