ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ କରି ବିଶ୍ୱ ଇତିହାସରେ ଏକ କଳଙ୍କମୟ ଅଧ୍ୟାୟ ସୃଷ୍ଟି କରିଦିଆଗଲା। ଯେଉଁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହି ଘୃଣ୍ୟ ଦାସତ୍ୱ ପ୍ରଥାକୁ ଉଠାଇବାକୁ ପ୍ରୟାସ କରୁଥିଲେ ସେମାନେ ଲୁଚାଛପାରେ କ୍ରୀତଦାସ ଓ କ୍ରୀତଦାସୀ ରଖୁଥିଲେ। ହାଟରୁ ଲୋକେ ଏମାନଙ୍କ ବୟସ, ସ୍ବାସ୍ଥ୍ୟ, ଦାନ୍ତ ଦେଖି ମୂଲଚାଲ କରି କ୍ରୟ କରୁଥିଲେ। ଏମାନେ ଆଜୀବନ ମାଲିକ ପାଖରେ ଖଟୁଥିଲେ। କ୍ରୀତଦାସୀଙ୍କର ସନ୍ତାନ ମଧ୍ୟ ଆଜୀବନ କ୍ରୀତଦାସ ରୂପେ ବିପର୍ଯ୍ୟସ୍ତ ଜୀବନ ବଞ୍ଚୁଥିଲେ। ଜୀବନରେ ସୁଖ, ସଉକ, ସ୍ବପ୍ନ ବୋଲି କିଛି ନ ଥିଲା।
ଗରିବ ପରିବାରରେ ଜନ୍ମ ନେଇଥିବା ଆବ୍ରାହମ୍‌ ଲିଙ୍କନ ଦାସତ୍ୱ ପ୍ରଥାର ମୂଳୋତ୍ପାଟନ କରିବାପାଇଁ ସଂଗ୍ରାମ ଜାରି ରଖି ବାରମ୍ବାର ନିର୍ବାଚନରେ ପରାସ୍ତ ହୋଇ ମଧ୍ୟ ଭାଙ୍ଗି ପଡ଼ି ନ ଥିଲେ । ସେ ଆମେରିକାର ରାଷ୍ଟ୍ରପତି ପଦ ମଣ୍ଡନ କଲେ। ବହୁ ଘାତ ପ୍ରତିଘାତ ବିରୋଧ ସତ୍ତ୍ୱେ କ୍ରୀତଦାସ ପ୍ରଥାକୁ ଉଠାଇବାକୁ ସକ୍ଷମ ହୋଇଥିଲେ। ଆମ ଦେଶରେ ମୁସଲମାନ ଶାସନ କାଳରେ ପ୍ରଭାବଶାଳୀ ମୁସଲମାନମାନେ କ୍ରୀତଦାସ ଓ କ୍ରୀତଦାସୀ ରଖୁଥିଲେ। କାଳକ୍ରମେ ଏସବୁ କଳଙ୍କିତ ପ୍ରଥା ଉଠିଗଲେ ମଧ୍ୟ ଜମିଦାର ଓ ପ୍ରଭାବଶାଳୀ ଲୋକେ ନିଜ ଘରକାମ ଓ ଚାଷବାସ ବୁଝିବାପାଇଁ ‘କୋଠିଆ’ ରଖୁଥିଲେ। ସକାଳୁ ସଞ୍ଜଯାଏ ମାଲିକ ଘରେ କାମକରି ରାତିରେ ସେମାନେ ଘରକୁ ଫେରନ୍ତି। ଏମାନେ ମାଲିକ ପାଖରୁ ଆଣିଥିବା କରଜ ଶୁଝି ନ ପାରିବା ଏବଂ ଏମାନଙ୍କ ଅନ୍ତେ ପୁଅ ନାତି, ଜମିଦାରଙ୍କ ପୁଅ ନାତି ପାଖରେ ‘କୋଠିଆ’ ରୂପେ ରହିଥାନ୍ତି। ଏହି ପ୍ରଥା ଏବେ ଏକ ପ୍ରକାର ବନ୍ଦ ହୋଇଥିଲେ ମଧ୍ୟ ଆଧୁନିକ ଶିକ୍ଷିତ ମଣିଷ ଦାସତ୍ୱର ଶିକାର ହୋଇଛି।
ଆଧୁନିକ ଦାସତ୍ୱ ଉପରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼େ ପ୍ରତି ୩ଜଣରେ ୨ଜଣ ଏପରି ଦାସତ୍ୱର ଶିକାର ହୋଇଛନ୍ତି। ସର୍ଭେ ଅନୁସାରେ ୨୦୨୧ରେ ପ୍ରାୟ ୫୦ ନିୟୁତ ଭାରତୀୟ ଆଧୁନିକ ଦାସତ୍ୱର ଶିକାର ହୋଇଛନ୍ତି। ଯେଉଁ ସଂଖ୍ୟା ୨୦୧୬ ତୁଳନାରେ ୧୦ ନିୟୁତ ବୃଦ୍ଧିପାଇଛି। ଆଧୁନିକ ଦାସତ୍ୱ କହିଲେ ‘କ୍ରୀତଦାସ’ ‘କୋଠିଆ’ ପରି ଅବସ୍ଥା ନୁହେଁ, ଏହା ସାଧାରଣତଃ ଶୋଷଣକୁ ବୁଝାଏ। ଯେଉଁଥିରେ ଧମକ, ହିଂସା, ବାଧ୍ୟତାମୂଳକ ଶ୍ରମ, ଦାସତ୍ୱପୂର୍ଣ୍ଣ ବିବାହ, ଋଣବନ୍ଧକ, ବଳପୂର୍ବକ ବାଣିଜି୍ୟକ ଯୌନଶୋଷଣ, ମାନବ ଚାଲାଣ ଏବଂ ଶିଶୁମାନଙ୍କ ଶୋଷଣ ଓ ବିକ୍ରୟ ଅନ୍ତଭର୍‌ୁକ୍ତ। ଆଧୁନିକ ଦାସତ୍ୱ ପଛରେ ରହିଛି ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ଅସମାନତା, କୋଭିଡ୍‌, ରୁଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପ୍ରଭୃତି ଆହ୍ବାନ। ବାଲ୍ୟବିବାହ ଓ ଅନାଥ ଶିଶୁମାନଙ୍କୁ ଚାଲାଣ, ରାଷ୍ଟ୍ର ପ୍ରାୟୋଜିତ ଗୋତି ଶ୍ରମିକ ଆଦି ଆଧୁନିକ ଦାସତ୍ୱର ଫଳ। ୨୦୨୧ରେ ପ୍ରାୟ ୩.୯ ନିୟୁତ ଲୋକ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗୋତି ଖଟିବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ୫.୪ ନିୟୁତ ଶିଶୁ ସାରା ବିଶ୍ୱରେ ଅନାଥାଶ୍ରମ ବା ଅନ୍ୟ ଅନୁଷ୍ଠାନରେ ବାସ କରୁଥିବା ଏହି ରିପୋର୍ଟରୁ ପ୍ରକାଶ।
ରିପୋର୍ଟରେ ଦେଶଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଇଛି, ସର୍ବାଧିକ ପ୍ରଚଳିତ ଓ କମ୍‌ ପ୍ରଚଳିତ। ସର୍ବାଧିକ ପ୍ରଚଳିତ ଦେଶଗଡ଼ିକରେ ଆଧୁନିକ ଦାସତ୍ୱ ଅଧିକ ଦେଖିବାକୁ ମିଳେ। ଏସବୁ ଦେଶରେ ରାଷ୍ଟ୍ର ପ୍ରାୟୋଜିତ ବେକାରି ଓ ଦୁର୍ବଳ ପ୍ରଶାସନ ଦେଖିବାକୁ ମିଳେ। କମ୍‌ ପ୍ରଚଳିତ ଦେଶରେ ଦୃଢ଼ ସରକାର ଥିବାରୁ ସେମାନେ ଆଧୁନିକ ଦାସତ୍ୱ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ଉତ୍ତର-କୋରିଆ ଦାସତ୍ୱ କ୍ଷେତ୍ରରେ ସର୍ବାଧିକ ପ୍ରଚଳିତ ରାଷ୍ଟ୍ର ହୋଇଥିବା ବେଳେ ସୁଇଜରଲାଣ୍ଡ କମ୍‌ ପ୍ରଚଳିତ ରାଷ୍ଟ୍ର। ବିଶେଷକରି ଏକଚ୍ଛତ୍ରବାଦୀ ଶାସନର ଅର୍ଥ ଧର୍ମକୁ ନେଇ ଅନେକ କୁ-ସଂସ୍କାର, ଅହିତକାରୀ ପରମ୍ପରାକୁ ଜାବୁଡ଼ି ଧରିବା। ଅର୍ଥନୈତିକ ପ୍ରଗତିରେ ପଛୁଆ ଦେଶରେ ଏହି ଆଧୁନିକ ଦାସତ୍ୱ ଅଧିକ ଦେଖିବାକୁ ମିଳେ। ଆଧୁନିକ ଦାସତ୍ୱ ବିରୋଧରେ ଇଂଲଣ୍ଡ ସର୍ବାଧିକ ୬୭.୯ ପ୍ରତିଶତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଇରାନ ସବୁଠାରୁ କମ୍‌ ୭.୭ ପ୍ରତିଶତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉତ୍ତର-କୋରିଆରେ ସର୍ବନିମ୍ନ ବିଯୁକ୍ତ ୨.୬ ପ୍ରତିଶତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଏକଚ୍ଛତ୍ରବାଦୀ ଶାସକ କିମ-ଉନ-ଜଂଗ ଇଙ୍ଗିତରେ ଦେଶ ଚଳେ। ସେ ନିଜର କାକାଙ୍କୁ କୁକୁର ଲଗାଇ ଝୁଣି ଝୁଣି ମାଂସଖାଇବା ଦୃଶ୍ୟ ଦେଖି ଆନନ୍ଦରେ ବିମୋହିତ ହେଉଥିଲେ। ସେଠାରେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହୋଇପାରେ।

ଅଭିମନ୍ୟୁ ଧଳ
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ : ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri