ସ୍ବତନ୍ତ୍ର ପରିଚୟ ଆଣିଛି ବରଗଡ଼ କଳା, ସଂସ୍କୃତି

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କଳା ସଂସ୍କୃତିର ମାଟି ବରଗଡ଼। ଏଠାକାର କଳା ଓ ସଂସ୍କୃତି ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । କଳା ଓ କଳାକାରଙ୍କ ମାଟି ବରଗଡ଼ରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ ସମାରୋହରେ ଅତିଥିମାନେ ଏହା ମତବ୍ୟକ୍ତ କରିଛନ୍ତି। କଳାକାର ମହାସଂଘ ଅଧ୍ୟକ୍ଷ ଚୈତନ୍ୟ ପାଇକଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଚନ୍ଦ୍ରଶେଖର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କଳା ଏବଂ କଳାକାର ଈଶ୍ୱରଙ୍କ ଦାନ ବୋଲି ସେ ଅଭିହିତ କରିଥିଲେ । ରାଜ୍ୟ କଳାକାର ମହାସଂଘର ସମ୍ପାଦକ ଅଭିନେତା ସମରେନ୍ଦ୍ର ପଣ୍ଡା, ଦଇତାରୀ ପଣ୍ଡା, ସୁବାସ ବେହେରା, ଅଭିନେତ୍ରୀ ଚାନ୍ଦିନୀ ଦାଶ, ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ମାନସ କୁମାର ଜେନା, ହାସ୍ୟ ଅଭିନେତା ମୁନ୍ନା ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ସଂସ୍କୃତିର ବରଗଡ଼ ମାଟିକୁ ପ୍ରଣାମ ଜଣାଇ ନୂଆଁଖାଇ ସଂସ୍କୃତିକୁ ସ୍ବାର୍ଥତ୍ୟାଗର ନିଆରା ପର୍ବ ବୋଲି ଉଲ୍ଲେଖ କରି ଯାତ୍ରା ସଂଳାପ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କ ମନୋରଞ୍ଜନ କରିଥିଲେ। ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ତରଫରୁ ସମାଜସେବୀ ମେଘନାଦ ପ୍ରଧାନଙ୍କୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାବେଳେ କଣ୍ଠଶିଳ୍ପୀ ବାଲେଶ୍ବର କୁଅଁର, ପ୍ରମୋଦ ଦାଶ, ନୃତ୍ୟ ନିର୍ଦ୍ଦେଶକ ରାଜେଶ ବାରିକ, କ୍ରୀଡାବିତ୍‌ ସନ୍ତୋଷ ପ୍ରଧାନ, ରିଦମିଷ୍ଟ ଅନୁ ପାଇକ, ନବୀନ ପାଣ୍ଡେ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଭାରତୀ କଳା ପରିଷଦର କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସଂଘମିତ୍ରା ପଟେଲ, ଚିତ୍ରଶିଳ୍ପୀ ରାଧେଶ୍ୟାମ ଭେଶ୍ରା, ନରେନ୍ଦ୍ର କଣ୍ଟା, ନିର୍ଦ୍ଦେଶକ ବାସୁଦେବ ପ୍ରଧାନ, ନାଟ୍ୟ କଳାକାର ଭୁବନ ଭୋଇ, ଅଭିନେତା ଜଗଦାନନ୍ଦ ମିଶ୍ର, କବି ଦେବେନ୍ଦ୍ର ପ୍ରଧାନ, ଧନୁଯାତ୍ରା କଳାକାର ମହାସଂଘ ସଭାପତି ଦୟାନିଧି ପ୍ରଧାନ, ସଙ୍କୀର୍ତ୍ତନ ପରିଷଦ ସଂଯୋଜକ ଗୋରାଚାନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri