କାଳିଆ ଯୋଜନାକୁ ନେଇ ଆସିଲା ବଡ଼ ଖବର, ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ…

ଭୁବନେଶ୍ୱର,୧୩।୯: କାଳିଆ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ୨୦୧୯ରୁ ୨୦୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା। ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଥିବା ବେଳେ ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି। ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଥିଲେ। ପରେ ଡାଟାବେସ ବିଶ୍ଳେଷଣ ବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ମିଳିଥିଲେ। ଏହିପରି ମୋଟ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କାଳିଆର ଯୋଜନାର କିସ୍ତି ଟଙ୍କା ପାଇଥିଲେ। ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ନେଇଯାଇଥିବା ବେଳେ ତାଲିମ ନ ଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦିଆଯାଇଥିଲା। ଏହି ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତିରେ ଟଙ୍କା ପାଇଥିଲେ।

ତେବେ କାଳିଆ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏକ ବଡ଼ ଘୋଷଣା କରିଛନ୍ତି । କାଳିଆ ଯୋଜନାରେ ଯେଉଁମାନେ ଅଯୋଗ୍ୟ ଅଛନ୍ତି, ସେମାନେ ଟଙ୍କା ଫେରାଇବେ ନା ନାହିଁ ତାକୁ ନେଇ ଏକ ପ୍ରକାର ଦ୍ବନ୍ଦ୍ୱ ଲାଗି ରହିଥିଲା । CAG ରିପୋର୍ଟରେ କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବା ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ରଖିଛନ୍ତି ବଡ଼ ବୟାନ ।

ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ରିକଭରି ନେଇ CAG ଯେଉଁ କଥା ଦର୍ଶାଇଛନ୍ତି, ତାହା ସମ୍ଭବ ହୋଇପାରିବ ନାହିଁ । ଅର୍ଥାତ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରସ୍ତ କରିବେ ନାହିଁ । ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ତତ୍କାଳୀନ ବିଜେଡି ସରକାରଙ୍କ କାଳିଆ ଯୋଜନାରେ ୧୨ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦିଆଯାଇଛି । ଏଥିଯୋଗୁଁ ୭୮୨ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି।

ସୂଚନାଯୋଗ୍ୟ, ବିଜେଡି ସରକାରରେ ଥିବା କାଳିଆ ଯୋଜନା ବର୍ତ୍ତମାନ ସରକାରରେ ସିଏମ କିଷାନ ଯୋଜନା ହୋଇଛି। ନୂଆଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀମାନଙ୍କୁ ସିଏମ କିଷାନ ଯୋଜନାର ଟଙ୍କା ଦେଇଛନ୍ତି। ଖରିଫ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ ଡିବିଟି ମାଧ୍ୟମରେ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସି.ଏମ. କିଷାନ ପୋର୍ଟାଲ ସହ କୃଷକ ଓ ୟୁନିଫାଏ ପୋର୍ଟାଲ୍ର ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ପୋର୍ଟାଲ ଅଧୀନରେ ସି.ଏମ. କିଷାନ ସି.ଏମ. କିଷାନ ଓ ପି.ଏମ. କିଷାନ ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇପାରିବ । ଏହାଛ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପି.ଏମ. କିଷାନ ଯୋଜନାର ସୱତନ୍ତ୍ର ଅଭିଯାନ ନୂଆଖାଇଠାରୁ ଆରମ୍ଭ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ସମସ୍ତ ଚାଷୀ ଭଉଣୀଭାଇମାନଙ୍କୁ କୃଷିକ୍ଷେତ୍ରରେ ସଶକ୍ତ କରିବାର ମୂଳ ଲକ୍ଷ୍ୟ ରଖି ରାଜ୍ୟ ସରକାର ସର୍ବଦା କାର୍ଯ୍ୟ କରୁଛନ୍ତି। ସିଏମ କିଷାନ ଯୋଜନାରେ ହସ୍ତାନ୍ତର ହେଉଥିବା ଏହି ସହାୟତା ରାଶି ଚାଷୀ ମାନଙ୍କୁ ଅତ୍ୟାବଶ୍ୟକୀୟ କୃଷି ସମାଗ୍ରୀ ଯଥା ବିହନ, ସାର, କୀଟନାଶକ ଇତ୍ୟାଦି ଆବଶ୍ୟକତା ଅନୁଯାୟୀ କିଣିବାରେ ନିଶ୍ଚିତ ରୂପେ ସହାୟତା କରିବ। ରବି ଋତୁରେ ୯୨୫ କୋଟିରୁ ଅଧିକ ଟଙ୍କା ବିନିଯୋଗ ମାଧ୍ୟମରେ ରାଜ୍ୟର ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୩୯,୩୦୩ ଭୂମିହୀନ କୃଷି ପରିବାର ଏହା ମାଧ୍ୟମରେ ଉପକୃତ ହେବେ। ସିଏମ କିଷାନର ଏହି ସହାୟତା ରାଶି ଉଭୟ ଖରିଫ ଓ ରବି ଋତୁ ପାଇଁ ଦୁଇଟି କିସ୍ତିରେ ସମୁଦାୟ ଚାରି ହଜାର ଟଙ୍କା ପ୍ରଦାନ କରାଯିବ। ସିଏମ କିଷାନ ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପିଲାମାନଙ୍କ ବୈଷୟିକ ଉଚ୍ଚ ଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନାରେ ଦୁଇ ଲକ୍ଷ ଟଙ୍କା ଛାତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ କୃଷକ କଲ୍ୟାଣକାରୀ ଯୋଜନା ପିଏମ କିଷାନ ଯୋଜନାରେ ଭୂମିଧାରି ଚାଷୀଙ୍କ ପାଇଁ ତିନୋଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରେ ସିଏମ କିଷାନ ଯୋଡି ହୋଇଗଲେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇବେ। ଏହି ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା କାର୍ଯ୍ୟକୁ ଦୁଇ ମାସ ବୃଦ୍ଧି କରି ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ କୃଷକ ମାନେ ଜନ ସେବା କେନ୍ଦ୍ର ମାଧ୍ୟମରେ ନିଶୁଳ୍କ ଭାବେ ସମ୍ପାଦନ କରି ପାରିବେ। ଲୋକାର୍ପିତ ହୋଇଥିବା ସିଏମ କିଷାନ ପୋର୍ଟାଲ ମାଧ୍ୟମରେ ଉଭୟ ସିଏମ କିଷାନ ଓ ପିଏମ କିଷାନ ଅନଲାଇନ କାର୍ଯ୍ୟ ସମ୍ପାଦିତ ହେବ ବୋଲି ସେ କହିଥିଲେ। ଏଥି ସହିତ ରାଜ୍ୟର ସମସ୍ତ ଚାଷୀମାନଙ୍କ ସୁବିଧା ପାଇଁ କୃଷକ ଓଡିଶା ୟୁନିଫାଏଡ ପୋର୍ଟାଲର ବ୍ୟବସ୍ଥା କରାଯାଇଛି । ଏହା ମାଧ୍ୟମରେ ଚାଷୀମାନେ ବିଭିନ୍ନ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ଧୀୟ ପ୍ରଚଳିତ ସରକାରୀ ଯୋଜନା ବିଷୟରେ ତଥ୍ୟ ଜାଣିପାରିବା ସହିତ ଏଥିରୁ ମିଳୁଥିବା ସୁବିଧା ପାଇଁ ମଧ୍ୟ ଆବେଦନ କରି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri