ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି: ପୁଣି ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ

ପୁରୀ ୧୧ା୯( ଅଜିତ୍ କୁମାର ମହାନ୍ତି):ବୁଧବାର ଶ୍ରୀମନ୍ଦିର ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଣେ ବୟସ୍କ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଥିବା ବ୍ୟକ୍ତି ଜଣଙ୍କ ଛତ୍ରପୁରର ବଳରାମ ମହାରଣା ବୋଲି ଜଣାପଡିଛି।

ତେବେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଶହ ଶହ ପୋଲିସ ମୁତୟନ ଥିବା ବେଳେ ଜଣେ ବ୍ୟକ୍ତି ସମସ୍ତ ସୁରକ୍ଷା ବଳକୁ ଭେଦ କରି କିପରି ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢିଗଲେ ତାହା କେହି ଜାଣିପାରିଲେ ନାହିଁ। ତାହାକୁ ନେଇ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାତି ପ୍ରାୟ ୧୦ ଟା ସମୟରେ ଜଣେ ବୟସ୍କ ବ୍ୟକ୍ତି ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା।

ଏନେଇ ଜଣାପଡିବା ପରେ ଶ୍ରୀମନ୍ଦିର ପୋଲିସ , ଓଡିଶା ପୋଲିସ ,ସେବାୟତ ମାନେ ତାଙ୍କୁ ଶ୍ରୀମନ୍ଦିର ତଳକୁ ଓହ୍ଲାଇବା ନିମନ୍ତେ ଅନୁରୋଧ କରିଥିଲେ। ଏପରିକି ତାଙ୍କୁ ଶ୍ରୀମନ୍ଦିର ତଳକୁ ଓହ୍ଲାଇବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂନରା ସେବାୟତଙ୍କୁ ଖବର ଦିଆଯାଇଥିଲା। ଚୂନରା ସେବାୟତ ନରସିଂହ ମହାପାତ୍ର ପହଞ୍ଚିବା ପୂର୍ବରୁ ବ୍ୟକ୍ତି ଜଣଙ୍କ କିଛି ବାଟ ଓହ୍ଲାଇଥିଲେ। ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଉପରକୁ ଯାଇ ଅଧା ବାଟରୁ ତାଙ୍କୁ ସୁରକ୍ଷିତ ଭାବରେ ଶ୍ରୀମନ୍ଦିର ତଳକୁ ଆଣିଥିଲେ।

ପ୍ରଥମେ ତାଙ୍କୁ ଶ୍ରୀମନ୍ଦିର ଗାରଦ ଜିମା ଦିଆଯାଇଥିଲା। ପରେ ସିଂହଦ୍ୱାର ଥାନା ପୋଲିସ ଓ ଏସ୍‌ପି ପିନାକ ମିଶ୍ର ପହଞ୍ଚି ବଳରାମକୁ ସିଂହାଦ୍ୱାର ଥାନାକୁ ଆଣି ପଚରାଉଚରା କରିଛନ୍ତି। ଏନେଇ ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି କି ଶ୍ରୀମନ୍ଦିର ଦଧିନଉତି ଉପରେ ଜଣେ ବ୍ୟକ୍ତି ଚଢିଯାଇଥିବା ନେଇ ପୋଲିସ କର୍ମଚାରୀ ମାନେ ଦେଖି ଖବର ଦେଇଥିଲେ । ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ପୋଲିସ ଓ ଅଗ୍ନିଶ୍ରମ
ପୋଲିସ ଓ ଅଗ୍ନିଶ୍ରମ କର୍ମଚାରୀ ନିୟୋଜିତ ଥିଲେ। ତେବେ ସୁରଖିତ ଭାବରେ ବ୍ୟକ୍ତିଙ୍କୁ ତଳକୁ ଅଣାଯାଇଛି । ବର୍ତ୍ତମାନ ବ୍ୟକ୍ତି ଜଣଙ୍କ ନରଭର୍ସ ଅଛନ୍ତି। ତେଣୁ ତାଙ୍କୁ ବର୍ତ୍ତମାନ ଅଟକ ରଖାଯାଇଛି। କିଛି ସମୟ ପରେ ପଚରା ଉଚରା କରାଯିବ । ଘଟଣାର ତଦନ୍ତ ନିଶ୍ଚିନ୍ତ ଭାବରେ କରାଯିବ ବୋଲି କହିଛନ୍ତି।

ତେବେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଶ୍ରୀମନ୍ଦିର ଉପରେ ଏପରି ଚଢିଯିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟରେ ଏପରି ନଜିର ରହିଛି। ୨୦୧୯ ମସିହା ଅପ୍ରେଲ ମାସରେ ଜଣେ ଯୁବକ ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଯାଇଥିଲେ। ଶ୍ରୀମନ୍ଦିର କାର୍ଯ୍ୟ ଚାଲୁଥିବା କାରଣରୁ ଭାରା ବନ୍ଧା ଯାଇଥିଲା। ଉକ୍ତ ଭାରା ଉପରେ ଚଢି ଉକ୍ତ ଯୁବକ୍ ଜଣଙ୍କ ଦଧିନଉତି ଉପରେ ଚଢି ବାନା କାଢିବା ସହ ଗାମୁଛା ବାନ୍ଦି ଦେଇଥିଲେ। ପୋଲିସ ଉକ୍ତ ଯୁବକଙ୍କୁ ଅଟକାଇ ପଚରା ଉଚରା କରିବାରେ ଯୁୂବକ ଜଣଙ୍କ ମାନସିକ ବିକାରଗସ୍ତ ଓ ଭଦ୍ରକର ବୋଲି ଜଣାପଡିଥିଲା।

ସେହିପରି ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ଜୁତି ଗଉଡ ନାମକ ଜଣେ ବ୍ୟକ୍ତି ଘଣ୍ଟି ଦ୍ୱାର ଦେଇ ନାଟ ମଣ୍ଡପ ଉପରକୁ ଚଢିଯାଇଥିଲା। ଚୂନରା ସେବାୟତ ମାନେ ଦେଖି ତଳକୁ ଆଣିଥିଲା । ସେହିପରି ଅନେକ ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରେ ଅନେକ ବ୍ୟକ୍ତି ଚଢିଯିବାର ନଜର ରହିଛି। କିଛି ବର୍ଷ ତଳେ ଜଣେ କାକଟପୁର ଅଞ୍ଚଳର କିନ୍ନର ସିଂହଦ୍ୱାର ଗୁମୁଟ ଉପରକୁ ଡେଉଁ ଆତ୍ମହତ୍ୟା କରିଥିଲେ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଏପରୀ ଘଟଣା ବାରମ୍ବାର ଘଟୁଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉନାହିଁ। ତେଣୁ ଏପରି ଘଟଣା ବାରମ୍ବାର ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri