ଖାଲି ବସ୍ତା ଯୋଗାଣରେ ବ୍ୟାପକ ଦୁର୍ନୀତି: ଅଭିଯୋଗ ଆଣିଲା ରାଜ୍ୟ ମିଲ ମାଲିକ ସଂଘ

କେସିଙ୍ଗା,୧୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେ ଥିବା ରାଇସ ମିଲ ଗୁଡିକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଯୋଗାଉଥିବା ନୂଆ ଖାଲି ବସ୍ତା ନିମ୍ନମାନର ବୋଲି ରାଜ୍ୟ ମିଲ ମାଲିକ ସଂଘ ଅଭିଯୋଗ କରିଥିବା ଜଣାପଡ଼ିଛି। ଖାଲିବସ୍ତା ପିଛା ଅତିରିକ୍ତ ଅଧିକ ୧୫୦ ଗ୍ରାମ ଚାଉଳ ଦେବାକୁ ପଡୁଥିବା ରାଜ୍ୟ ମିଲ ମାଲିକ ସଂଘ ଅଭିଯୋଗ କରିଛି। ଗୋଟିଏ ଟ୍ରକ ଚାଉଳ ସଂଗ୍ରହରେ ୮୭ କେଜି ଅଧିକ ଚାଉଳ ଦେବାକୁ ପଡୁଛି, ଯାହାର ମୂଲ୍ୟ ୩ ହଜାର ୬ ଶହ ୫୪ ଟଙ୍କା ରହିଛି। ମିଲ ମାଲିକମାନେ ଅଧିକ ଚାଉଳ କେଉଁଠୁ ଭରଣା କରୁଛନ୍ତି ଏବଂ ଯୋଗାଣ ବିଭାଗ ଦେଉଥିବା ବସ୍ତାର ଓଜନ କାହିଁକି କମିଲା ତାକୁ ନେଇ ମିଲ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ନିୟମ ଅନୁଯାୟୀ, ଗୋଟିଏ ଖାଲି ବସ୍ତାର ଓଜନ ୫୮୦ ଗ୍ରାମ ରହିବା କଥା। ଅଖାରେ ବିଏସଏଫ ଓ ଆଇ.ଏସ.ଆଇ ମାର୍କ ରହିବା ନିୟମ ରହିଛି। ଖାଲି ବସ୍ତା ବିଲରେ ଆଇଏସଆଇ ମାର୍କ ରହୁଛି। ହେଲେ ବସ୍ତା ଓଜନ କଲା ବେଳକୁ ୪୫୦ରୁ ୪୨୦ ମଧ୍ୟରେ ରହୁଛି। ରାଜ୍ୟ ଯୋଗାଣ ବିଭାଗ ଏହି ପ୍ରସଙ୍ଗରେ ଝୋଟ ନିଗମକୁ ବସ୍ତା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆହୋଇଛି ବୋଲି ଦୋଷ ଛାଡ଼ାଉଛି। ଓଡିଶାକୁ ବଙ୍ଗଳା ଓ ଆନ୍ଧ୍ରରୁ ବିଭିନ୍ନ ବସ୍ତା କମ୍ପାନୀରୁ ବସ୍ତା ଯୋଗାଣ କରିଥାଏ ବୋଲି
କହିଛି। ଗତବର୍ଷ ବି ନିମ୍ନମାନର ବସ୍ତା କହି ଭାରତୀୟ ଖାଦ୍ୟ ନିଗମ ଚିଠି କରି ମିଲରସଙ୍କୁ ଚାଉଳ ଫେରାଇଥିଲା। ଫଳରେ ମିଲର୍ସ ଓ
କହିଛନ୍ତି। ଏହାପରେ ମିଲ ମାଲିକ ରାଜ୍ୟ ଯୋଗାଣ ବିଭାଗର ଦ୍ବାରସ୍ଥ ହୋଇ ଏହାର ଯାଞ୍ଚ ପାଇଁ ଯୋଗାଣ ନିଗମ ନିର୍ଦ୍ଦେଶକ ନିକଟରେ ବସ୍ତା ପାଇଁ ବର୍ଷକୁ ୪ କୋଟି ୪୧ଲକ୍ଷ ଭରଣା ଚାଉଳ ଆସୁଛି କେଉଁଠୁ ବୋଲି ଏଫ୍‌ସିଆଇ କର୍ତ୍ତୃପକ୍ଷଙ୍କ ସହ ମୁହାଁମୁହିଁ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ବସ୍ତା ନିମ୍ନମାନର ବୋଲି ଏଫ୍‌ସିଆଇ କର୍ତ୍ତୃପକ୍ଷ ବଦଳାଇବାକୁ ତାଗିଦ କଲେଣି ନହେଲେ ଚାଉଳ ଫେରାଯିବ ବୋଲି ଅଭିଯୋଗ କରିଛନ୍ତି। ଜିଲାରେ ବର୍ଷକୁ ୭୦ କ୍ୱିଣ୍ଟାଲ ଚାଉଳ ଖରିଫ ଓ ରବିରେ ସଂଗ୍ରହ ହୋଇଥାଏ। ଯଦି ଗାଟିଏ ବସ୍ତାରେ ୧୫୦ ଗ୍ରାମ ଚାଉଳ ଅଧିକ ଦିଆଯାଏ, ତାହାହେଲେ ବର୍ଷକୁ ୪କୋଟି ୪୧ଲକ୍ଷ ଟଙ୍କାର ଅଧିକ ଚାଉଳ ମିଲର ଭରଣା କରୁଥିବା ମିଲର୍ସ ସଂଘ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଏତେ ଚାଉଳ ଭରଣା ପାଇଁ ମିଲର୍ସଙ୍କ ପାଖରେ ଆସିଲା କେଉଁଠୁ ସିଧାସଳଖ ଚାଷୀଙ୍କ କଟନି ଛଟନିରୁ ନ ଆସିଲେ ମିଲର୍ସ କେଉଁଠୁ ଭରଣା କରିବ ବୋଲି ଚାଷୀ କହିଛି। ଆଇଏସଆଇ ମାର୍କ ସାଙ୍ଗକୁ ବିଲରେ ୫୮୦ ଗ୍ରାମ ଲେଖାହେଉଛି। ହେଲେ ବସ୍ତା ଆସିଲା ବେଳକୁ କାହିଁକି ୧୫୦ ଗ୍ରାମ କମୁଛି ତାହା ତଦନ୍ତ ସାପେକ୍ଷ ବସ୍ତାରେ ଏକ ରେକେଟ କାର୍ଯ୍ୟ କରୁଥିବା ଅଭିଯୋଗ ଉଠିଲାଣି। ଯେଉଁଠି ତଳରୁ ଉପର ପର୍ଯ୍ୟନ୍ତ ସବୁଠି ଭାଗ ବଣ୍ଟା ରହିଛି। ତାହା ନ ହେଲେ ଏଫ୍‌ସିଆଇ ବସ୍ତା ନିମ୍ନ ମାନର ବୋଲି ଚିଠି କଲା ପରେ ବି ବସ୍ତାର ମାନ ସୁଧୁରୁନାହିଁ କାହିଁକି ମିଲର୍ସ ଅଭିଯୋଗ କରିଛି।

ସାରା ରାଜ୍ୟରେ ଏହିପରି ହେଉଥିବା ରାଜ୍ୟ ମିଲର୍ସ ସଂଘ ସଭାପତି ଶ୍ରୀ ବଂଶଲ(କେସିଙ୍ଗା) କହିଛନ୍ତି । ବହୁ ବର୍ଷରୁ ଚାଲି ଅସୁଥିଲେ ବି ପଦକ୍ଷେପ ନହେବାରୁ ଚାଷୀ ଅଧିକ ଶୋଷଣର ଶିକାର ହେଉଛି। ଏ ସଂକ୍ରାନ୍ତରେ ରାଜ୍ୟ ଯୋଗାଣ ନିଗମ ଜିଏମ (ଆକାଉଣ୍ଟ୍ସ )ସୋମେନ ନାଏକଙ୍କୁ ପଚାରିବାରୁ ଏଥିପାଇଁ ଏକ ଟିମ ଗଠନ କରି ନିମ୍ନବସ୍ତାର ତଦନ୍ତ ଚାଲିଛି, ଯେଉଁ ବସ୍ତା ନିମ୍ନମାନ କିମ୍ବା ଓଜନ କମ ହେବ ତାକୁ ଝୋଟ ନିଗମକୁ ଫେରାଇ ଦିଆଯିବ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?