Posted inଖେଳ

ପାରାଲିମ୍ପିକ୍ସ ଚାମ୍ପିୟନଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୧ା୯(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଅପାର ସଫଳତା ପରେ ଭାରତୀୟ ଆଥଲେଟ୍‌ମାନେ ମଙ୍ଗଳବାର ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ ହିରୋର ସ୍ବାଗତ ମିଳିଥିଲା। ଭାରତ ୮୪ ଆଥ୍‌ଲେଟ ପ୍ରେରଣ କରିଥିବା ବେଳେ ଏହାର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ଖେଳାଳିମାନେ ୨୯ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ଏହା ମଧ୍ୟରେ ୭ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ଭାରତୀୟ ଆଥ୍‌ଲେଟଙ୍କ ପ୍ରତ୍ୟାବର୍ତ୍ତନରେ ଶତାଧିକ ସମର୍ଥକ ବାଜା ବାଣ ଓ ମିଠା ସହ ସ୍ବାଗତ କରିଥିଲେ। ଏହି ଅଦ୍ଭୂତପୂର୍ବ ସ୍ବାଗତ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜାଭେଲିନ୍‌ ଥ୍ରୋୟର ସୁମିତ ଆଣ୍ଟିଲ୍‌। ଏଫ୍‌ ୬୪ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସୁମିତ ପାରାଲିମ୍ପିକ୍ସ ରେକର୍ଡ ୭୦.୫୯ ମିଟରର ଥ୍ରୋ ସହିତ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ପାରାଲିମ୍ପିକ୍ସରେ ଏହା ସୁମିତଙ୍କ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ରହିଥିଲା। ଅନ୍ୟତମ ଭାରତୀୟ ଅଭନି ଲେଖରା ନିଜର ଟାଇଟଲ ଡିଫେଣ୍ଡ କରିବାରେ ସମର୍ଥ ହୋଇଥିଲେ। ୧୦ ମିଟର ଏୟାର ରାଇଫଲର ଏସ୍‌ଏଚ୍‌-୧ ବର୍ଗରେ ଅଭନି ସ୍ବର୍ଣ୍ଣ ଜିତିଥିଲେ। ଟୋକିଓ ପାରାଲିମ୍ପିକ୍ସର ସମାନ ଇଭେଣ୍ଟରେ ମଧ୍ୟ ଅଭନି ସ୍ବର୍ଣ୍ଣ ଜିତିଥିଲେ। ଅଭନି ଗତ ସପ୍ତାହରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ।
୨୦୧୫ରେ ପୂର୍ବରୁ ରେସ୍‌ଲିଂ କରୁଥିବା ସୁମିତ ଏକ ବାଇକ୍‌ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିଲେ। ତାଙ୍କ ଗୋଡର ଆଣ୍ଠୁ ତଳକୁ କଟା ଯାଇଥିଲା। ତେବେ ନିଜ ପ୍ରସ୍ତୁତିକୁ ସଫଳତାର ରହସ୍ୟ ଭାବରେ ବର୍ଣ୍ଣନା କରିଛନ୍ତି ସୁମିତ। ଆଗାମୀ ଦିନରେ ୭୫ ମିଟର ଦୂରତା ଅତିକ୍ରମ କରିବା ତାଙ୍କର ଲକ୍ଷ୍ୟ ରହିବ ବୋଲି କହିଛନ୍ତି ସୁମିତ। ପାରାଲିମ୍ପିକ୍ସ କାରଣରୁ ସେ ଚା’ ପିଇ ନ ଥିବା ବେଳେ ପ୍ରଥମେ ପରିବାର ସହ ଚା’ ପିଇବେ ବୋଲି କହିଛନ୍ତି ଏହି ତାରକା ଜାଭେଲିନ୍‌ ଥ୍ରୋୟର।
ପାରା ଆର୍ଚେରୀରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିବା ହରବିନ୍ଦର ସିଂ ମଧ୍ୟ ଖୁସି ଜାହିର କରିଛନ୍ତି। ସେ ବର୍ତ୍ତମାନ ପଞ୍ଜାବ ୟୁନିଭର୍ସିଟିରେ ଇକୋନୋମୀରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି। ପିଲାବେଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଡାକ୍ତରଙ୍କ ଭୁଲ୍‌ ମେଡିସିନ୍‌ କାରଣରୁ ବାମ ଗୋଡ ପୋଲିଓ ହୋଇଯାଇଥିଲା। ଟୋକିଓରେ ଏକମାତ୍ର ତୀରନ୍ଦାଜ ଭାବେ ବ୍ରୋଞ୍ଜ ଜିତିଥିବା ବେଳେ ୩ ବର୍ଷ ବ୍ୟବଧାନରେ ଏହାକୁ ସ୍ବର୍ଣ୍ଣରେ ପରିଣତ କରିଛନ୍ତି ହରବିନ୍ଦର। ଭାରତୀୟ ଦଳରେ ସର୍ବକନିଷ୍ଠ ଖେଳାଳି ରହିଥିବା ପାରା ଆର୍ଚର ଶୀତଲ ଦେବୀଙ୍କ ଉପରକୁ ଫୁଲ ପକାଇଥିଲେ ଉପସ୍ଥିତ ପ୍ରଶଂସକ। ଶୀତଲ ପ୍ରଥମ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଏକ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ପ୍ରଥମ ଥର ଅଂଶଗ୍ରହଣ କରିଥିବା ବେଳେ ଏହା ତାଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ଅଭିଜ୍ଞତା ରହିଥିଲା ବୋଲି କହିଛନ୍ତି ଶୀତଲ।
ଏଫ୍‌ ୪୧ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍‌ ଥ୍ରୋୟର ନବଦୀପଙ୍କୁ ପ୍ରଶଂସକ କାନ୍ଧରେ ବସାଇ ଥିଲେ। କମ୍‌ ଉଚ୍ଚତା କାରଣରୁ ଏଫ୍‌ ୪୧ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନବଦୀପ ୪୭.୩୨ ମିଟରର ଥ୍ରୋ ସହ ସ୍ବର୍ଣ୍ଣ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri