ଭୁବନେଶ୍ୱର ପରେ କଟକରେ ସିମ୍‌ ବକ୍ସ

ଭୁବନେଶ୍ୱର,୧୯ା୮(ସତ୍ୟଜିତ୍‌ ରାଉତ): ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀଙ୍କ ଗୁମର ଖୋଲିବାରେ ଲାଗିଛି। ଭୁବନେଶ୍ୱର ପରେ କଟକରୁ ମଧ୍ୟ ସିମ୍‌ ବକ୍ସ ମିଳିଛି। ଏହି ଘଟଣାରେ ବିଦେଶୀ ଲିଙ୍କ୍‌ ମିଳିଥିବାରୁ କମିଶନରେଟ୍‌ ପୋଲିସ ଗୁରୁତ୍ୱର ସହ ନେଇ ଅଧିକ ତନାଘନା ଚଳାଇଛି। ଗିରଫ ହୋଇ ଜେଲରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଭୁବନେଶ୍ୱର ଏସ୍‌ଡିଜେମ୍‌ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ୫ ଦିନିଆ ରିମାଣ୍ଡ ଅନୁମତି ଦେବା ପରେ ରାଜୁଙ୍କୁ ରବିବାର ଝାରପଡା ଜେଲରୁ ନେଇ ପୋଲିସ ଟିମ୍‌ ମାରାଥନ ଜେରା ଆରମ୍ଭ କରିଛି। ପ୍ରଥମ ଦିନରେ ରାଜୁଙ୍କଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଭୁବନେଶ୍ୱର ଭଳି କଟକରେ ମଧ୍ୟ ରାଜୁ ଘର ଭଡ଼ା ନେଇ ସିମ୍‌ ବକ୍ସ ଚଳାଇଥିବା କହିବା ପରେ ତୁରନ୍ତ ସେଠାରେ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ସ୍ପେଶାଲ ସ୍କ୍ବାଡ୍‌, ଲକ୍ଷ୍ମୀସାଗର ଓ ମଧୁପାଟଣା ଥାନା ପୋଲିସ ଏବଂ ସାଇବର ଏକ୍ସପର୍ଟଙ୍କୁ ନେଇ ଏକ ମିଳିତ ଟିମ୍‌ ଅପରାହ୍ନରେ ରାଜୁଙ୍କୁ ଧରି ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀ ନଗରସ୍ଥିତ ବୃନ୍ଦାବନ ଭବନରେ ଭଡ଼ା ଘରେ ଯାଞ୍ଚ କରିଥିଲା। ଉକ୍ତ ଘରେ ଥିବା ର଼୍ୟାକ୍‌ରୁ ୫ଟି ସିମ୍‌ ବକ୍ସ ସମେତ ବିଭିନ୍ନ ଟେଲିକମ୍‌ କମ୍ପାନୀର ୫୪୬ ସିମ୍‌ କାର୍ଡ ଜବତ କରାଯାଇଛି। ଏଥିସହ ସେଠାରୁ ୪୦ଟି ସିମ୍‌ କାରିୟର୍ସ, ଗୋଟିଏ ରାଉଟର, ୨ଟି ଏୟାରଟେଲ ବ୍ରଡ୍‌ବ୍ୟାଣ୍ଡ୍‌ ମଧ୍ୟ ମିଳିଛି। ଜବତ ସିମ୍‌ରୁ ୨୩୬ଟି ସିମ୍‌ ଆକ୍ଟିଭ୍‌ ଥିଲା ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ପୋଲିସ କହିଛି, ରାଜୁ ଉକ୍ତ ଘରକୁ ୮ ହଜାର ଟଙ୍କାରେ ୨୦୨୩ ଡିସେମ୍ବରରୁ ଭଡ଼ାରେ ନେଇଥିଲେ। କପଡା ବ୍ୟବସାୟ କରିବେ ବୋଲି ମାଲିକଙ୍କୁ କହିଥିଲେ। ଫୋନ୍‌ପେ ଜରିଆରେ ଘର ଭଡ଼ା ଦେଉଥିଲେ। ତେବେ ଏହି ର଼୍ୟାକେଟ ଚଳାଇଥିବା ମାଷ୍ଟରମାଇଣ୍ଡ୍‌ ବାଂଲାଦେଶର ଆଶାଦ୍ଦୁର ଜମାନ୍‌ ଗତବର୍ଷ ଡିସେମ୍ବରରେ କଟକ ଆସିଥିଲେ। ସେ ଉକ୍ତ ଘରେ ସିମ୍‌ ବକ୍ସ ସେଟ୍‌ଅପ୍‌ କରିବା ସହ ରାଜୁଙ୍କୁ ଏହାର ମେଣ୍ଟେନାନ୍ସ ଦାୟିତ୍ୱରେ ରଖିଥିଲେ। ଆଶାଦ୍ଦୁର ଗତବର୍ଷ ଅକ୍ଟୋବରରେ ଭାରତରୁ ଭିସା ନେଇଥିବା ବେଳେ ଏହାର ବୈଧତା ଆଗାମୀ ଅକ୍ଟୋବର ୨୪ ତାରିଖ ଯାଏ ରହିଛି। ଭିସା ପାଇବା ପରେ ଅକ୍ଟୋବର ୨୧ରେ ଆଶାଦ୍ଦୁର ଅଗରତାଲା ଦେଇ ଭାରତ ଆସିବା ସହ ଭୁବନେଶ୍ୱର, କଟକରେ ଏଭଳି ସିମ୍‌ ବକ୍ସ ସେଟ୍‌ କରି ଡିସେମ୍ବର ୨୪ରେ ହରିଦାସପୁର-ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଫେରିଯାଇଥିଲେ। ମାଷ୍ଟରମାଇଣ୍ଡ ଆଶାଦ୍ଦୁରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଜେଣ୍ଟ ରାଜୁ ପଶ୍ଚିମବଙ୍ଗ ଉତ୍ତର୨୪ ପ୍ରାଗଣାରୁ ସପ୍ତାହରେ ଥରେ ଓଡ଼ିଶା ଆସି ସିମ୍‌ବକ୍ସର ତଦାରଖ କରୁଥିଲେ। ସିମବକ୍ସରେ ଇଣ୍ଟରନେଟ୍‌ ସଂଯୋଗ, ବିଦ୍ୟୁତ ସଂଯୋଗ ଆଦି ଦେଖି ସେ ପୁଣି ଚାଲିଯାଉଥିଲେ। ତେବେ ସିମ୍‌ ବକ୍ସ ଯାଞ୍ଚ ବେଳେ ଭିନ୍ନ ଭିନ୍ନ ଡିଭାଇସ୍‌ରେ ପାକିସ୍ତାନ, ଆଫ୍‌ଗାନିସ୍ତାନ, ମିଆଁମାର ଭଳି ଦେଶର ଆଇଏସ୍‌ଡି କୋଡ୍‌ ଷ୍ଟିକରିଂ ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଉକ୍ତ ଦେଶରୁ ଆତଙ୍କୀ ଲିଙ୍କ୍‌ରେ କଲ୍‌ ଆସୁଥିଲା ବୋଲି ପୋଲିସ ସନ୍ଦେହ କରୁଛି। ରିମାଣ୍ଡ ସମୟରେ ରାଜୁଙ୍କଠାରୁ ଏପରି ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ଯୋଜନା କରିଛି।
ବାଂଲାଦେଶରୁ ହାୱାଲା ଜରିଆରେ ଆସୁଥିଲା ନଗଦ ଟଙ୍କା
ସିମ୍‌ବକ୍ସ କାରବାରରେ ଆଉ ଏକ ବଡ଼ ରହସ୍ୟ ପଦାକୁ ଆସିଛି। ମାଷ୍ଟରମାଇଣ୍ଡ୍‌ ଆଶାଦୁର୍‌ ବାଂଲାଦେଶରୁ ହାୱାଲା ଜରିଆରେ ଭାରତକୁ ନଗଦ ଟଙ୍କା ପଠାଉଥିଲେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ବାଂଲାଦେଶ ସୀମାରେ କିଛି ଦୋକାନୀ ଏହି ହାୱାଲା କାରବାର କରୁଛନ୍ତି। ଉକ୍ତ ଟଙ୍କା ମାଷ୍ଟରମାଇଣ୍ଡଠାରୁ ହାୱାଲା ଜରିଆରେ ଆସିବା ପରେ ରାଜୁ ତାହାକୁ ନେଇ ଚଳୁଥିଲେ। ତେଣୁ ପଞ୍ଚିମବଙ୍ଗ ପୋଲିସ ସହାୟତା ନେଇ ଏହି କାରବାରର ଖୁଲାସା କରାଯିବା ସହ ଆବଶ୍ୟକ ପଡ଼ିଲେ ଏନ୍‌ଆଇଏ ଓ ଇଣ୍ଟରପୋଲ୍‌ର ସହାୟିତା ନିଆଯିବ ବୋଲି ସିଂ କହିଛନ୍ତି। ତେବେ ଆଶାଦୁର୍‌ କେବଳ ଓଡ଼ିଶାରେ ନା ଭାରତର ଆଉ କେଉଁ ରାଜ୍ୟରେ ଏଭଳି ଏଜେଣ୍ଟ ରଖି ସିମ୍‌ ବକ୍ସ ର଼୍ୟାକେଟ ଚଳାଇଥିଲେ ତାହାର ମଧ୍ୟ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri