୭୪% ପାକିସ୍ତାନୀ ନିଜ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ; ୧୦% ଲୋକେ ଦୁଇଟି କାମ କରୁଛନ୍ତି: ରିପୋର୍ଟ

ନୂଆଦିଲ୍ଲୀ,୧୧।୮: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକମାନେ ମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ଗତବର୍ଷ ତୁଳନାରେ ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗଳବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି। ଫଳସ୍ୱରୂପ, ଦେଶର ୭୪% ସହରାଞ୍ଚଳର ଲୋକ ବର୍ତ୍ତମାନର ଆୟ ସହିତ ମାସିକ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।

ନିକଟରେ ପଲ୍ସ କନସଲଟାଣ୍ଟ ପକ୍ଷରୁ କରାଯାଇଥିବା ସର୍ବଶେଷ ଅଧ୍ୟୟନ ଅନୁଯାୟୀ, ମେ ୨୦୨୩ ରୁ ଏହି ଧାରା ବୃଦ୍ଧି ପାଇଛି। ଯେଉଁଥିରେ ଦେଶର ୬୦% ଲୋକେ ତୀବ୍ର ଆର୍ଥିକ ସମସ୍ୟା ଦେଇ ଗତି କକରୁଥିବା ଖୁଲାସା ହୋଇଛି।

ବର୍ତ୍ତମାନ ରୋଜଗାର ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତ ଖାଦ୍ୟ ସାମଗ୍ରୀ ସମେତ ଅତ୍ୟାବଶ୍ୟକ ଖର୍ଚ୍ଚ ହ୍ରାସ କରିଛନ୍ତି, ସେହିପରି ୪୦ ପ୍ରତିଶତ ସେମାନଙ୍କ ପରିଚିତ ବ୍ୟକ୍ତିଙ୍କଠାରୁ ଋଣ ବା ଉଧାରୀ ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପ୍ରାୟ ୧୦ ପ୍ରତିଶତ ଲୋକ ସେମାନଙ୍କର ଆୟ ବଢାଇବା ପାଇଁ ପାର୍ଟ ଟାଇମ୍ ଚାକିରି କରିବା ଆରମ୍ଭ କରିଛନ୍ତି।

ପାଖାପାଖି ୨୪୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏକ ଦେଶ ପାକିସ୍ତାନରେ ହୋଇଥିବା ସର୍ଭେରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଯେଉଁମାନେ ସେମାନଙ୍କ ଖର୍ଚ୍ଚ ବହନ କରିବାକୁ ସଂଘର୍ଷ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ, ୫୬ ପ୍ରତିଶତ ଲୋକ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପରେ କୌଣସି ଅର୍ଥ ସଞ୍ଚୟ କରିବାରେ ଅସମର୍ଥ।

ଜୁଲାଇରୁ ଅଗଷ୍ଟ ମଧ୍ୟରେ ପଲ୍ସ କନ୍ସଲଟାଣ୍ଟ ଦ୍ୱାରା କରାଯାଇଥିବା ଏକ ଟେଲିଫୋନିକ୍ ସର୍ଭେ ଉପରେ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଅନୁସନ୍ଧାନ ପାକିସ୍ତାନର ୧୧ ଟି ବଡ ସହରର ୧୧୧୦ ରୁ ଅଧିକ ଉତ୍ତରଦାତାଙ୍କୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri