Posted inଖେଳ

ଗିଲ୍‌ଙ୍କୁ ନେଇ ବଡ଼ ଭବିଷ୍ୟବାଣୀ: ୨୦୨୭ ବିଶ୍ୱକପ୍‌ ପରେ….

ନୂଆଦିଲ୍ଲୀ,୬।୮: ଟି-୨୦ ବିଶ୍ୱକପ ୨୦୨୪ ପରେ ଟିମ ଇଣ୍ଡିଆର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହି ପରିବର୍ତ୍ତନ ପରେ ଶୁଭମନ ଗିଲ ପରବର୍ତ୍ତୀ ଭାରତୀୟ ଅଧିନାୟକ ହେବା ବିଷୟରେ ଆଲୋଚନା ତୀବ୍ର ହେଲା। ରୋହିତ ଶର୍ମା ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଟି-୨୦ରୁ ଅବସର ନେଇଥିଲେ, ଏହା ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। ଏହା ସହ ଶୁବମନ ଗିଲ ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଏବଂ ଟି -୨୦ ଦଳର ଉପ-ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ।

ଗିଲଙ୍କୁ ଉପ-ଅଧିନାୟକ କରାଯିବା ପରେ ଆଲୋଚନା ଜୋର ଧରିଥିଲା ଯେ, ରୋହିତ ଶର୍ମାଙ୍କ ପରେ ଗିଲ ଟିମ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ ହେବେ। ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଫିଲ୍ଡିଂ କୋଚ ଆର ଶ୍ରୀଧର ମଧ୍ୟ ଗିଲଙ୍କ ଅଧିନାୟକତ୍ୱ ବିଷୟରେ ମତ ଦେଇଛନ୍ତି।
ଆର ଶ୍ରୀଧର କହିଛନ୍ତି, ମୋ ପାଇଁ ଶୁବମନ ସମସ୍ତ ଫର୍ମାଟରେ ଜଣେ ଖେଳାଳି ଏବଂ ମୁଁ ଭାବୁଛି ସେ ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ଟ୍ରେନି ହେବେ। ମୁଁ ନିଶ୍ଚିତ ଯେ ଭାରତ ତାଙ୍କୁ ସମସ୍ତ ଫର୍ମାଟରେ ସୁଯୋଗ ଦେବ। ୨୦୨୭ ଦିନିକିଆ ବିଶ୍ୱକପରେ ସେ ଅଧିନାୟକ ଭାବରେ ନଜର ଆସିବେ।
ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ଜିମ୍ବାୱେ ଗସ୍ତ କରି ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ ଯାଇଥିଲା। ଏହି ଗସ୍ତରେ ଶୁବମନ ଗିଲଙ୍କୁ ଟିମ ଇଣ୍ଡିଆର ଅଧିନାୟକ କରାଯାଇଥିଲା। ଅଧିକାଂଶ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସୁଯୋଗ ଦିଆଯାଇଥିଲା। ଏହା ପ୍ରଥମ ଥର ପାଇଁ ଗିଲ ଟିମ ଇଣ୍ଡିଆର କମାଣ୍ଡ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri