ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କଲେ ହରିଚନ୍ଦନ

ଭୁବନେଶ୍ୱର, ୩୧।୭(ସୁନିତ୍‌ ମିଶ୍ର): ବିଧାନସଭାରେ ସାଧାରଣ ବଜେଟ ନେଇ ମଙ୍ଗଳବାର ଅପରାହ୍ନରେ ଚାଲିଥିବା ଆଲୋଚନା ସମୟରେ ପଏଣ୍ଟ ଅଫ୍‌ ଅର୍ଡର ଆଣି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ୨୪ ବର୍ଷ ସରକାର ପରେ ମାତ୍ର ୨ ମାସ ଧରି ବିରୋଧୀ ଦଳରେ ବସିବାର ସୁଯୋଗ ପାଇଥିବା ବିଜେଡି ସଦସ୍ୟ ବନ୍ଧୁମାନଙ୍କୁ ଅନୁରୋଧ ଯେ, ବିରୋଧୀ ଦଳରେ ବସିବାର ଅଭ୍ୟାସ କରନ୍ତୁ। ଆପଣମାନଙ୍କ ୨୪ ବର୍ଷର କୁଶାସନର ପ୍ରଭାବ ଏ ପର୍ଯ୍ୟନ୍ତ ଶାସନତନ୍ତ୍ର ଉପରୁ ଯାଇନାହିଁ। ଧୈର୍ଯ୍ୟ ଧରନ୍ତୁ ଖୁବ୍‌ଶୀଘ୍ର ଭାଜପା ତା’ର ବିକଶିତ ଓଡ଼ିଶା ଏଜେଣ୍ଡାର କ୍ରିୟାନ୍ବୟନ ପ୍ରକ୍ରିୟାକୁ ଗତିଶୀଳ କରିବ। ମାତ୍ର ବର୍ଷକ ଭିତରେ ଲୋକ ଆପଣଙ୍କ ସରକାରକୁ ଏବଂ ଆପଣଙ୍କୁ ମଧ୍ୟ ଭୁଲିଯିବେ। ଏ ଗ୍ୟାରେଣ୍ଟି ପବିତ୍ର ଗୃହରେ ଦେଉଛି। ଅତୀତରେ ୨୦୦୦ ମସିହାର କଂଗ୍ରେସକୁ ମଧ୍ୟ ଆମେ ଦେଖିଥିଲୁ। ଶାସନ ଗାଦିରୁ ହଟିଯିବା ପରେ ମଧ୍ୟ ସେମାନେ ଛାୟା ଶାସକ ଦଳ ଭଳି ବ୍ୟବହାର ପ୍ରଦର୍ଶନ କରୁଥିଲେ। ପରବର୍ତ୍ତୀ ସମୟରେ ଯେତେ ନିର୍ବାଚନ ହେଲା ସେମାନଙ୍କ ସ୍ଥିତି କ’ଣ ହେଲା କହିବାର ଆବଶ୍ୟକତା ନାହିଁ। ତେଣୁ ରାଜନୀତିରେ ଅହଂକାରର ସ୍ଥାନ ନାହିଁ। ଯିଏ ଅହଂକାର କରିଛି ତା’ର ରାଜନୀତି ଶେଷ ହୋଇଯାଇଛି। ବିରୋଧୀ ଦଳ ନେତା ଯେଉଁ ଆଚରଣ ଗୃହରେ ଦେଖାଇଛନ୍ତି ତାହା ଅଶୋଭନୀୟତାକୁ ପ୍ରଦର୍ଶନ କରିଛି। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ପଏଣ୍ଟ ଅଫ୍‌ ଅର୍ଡର ଉଠାଇବା ହେଉ କିମ୍ବା ବଜେଟ ଭାଷଣର ଉତ୍ତରରେ ‘ଜୁମ୍‌ଲା’ ଶବ୍ଦର ବ୍ୟବହାର କରିବା ୨୪ ବର୍ଷର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦାର ଅସମ୍ମାନ କରିଛି। ବିରୋଧୀ ଦଳ ନେତାଙ୍କ ଭାଷାରେ ଯଦି ରାଜ୍ୟର ବଜେଟ ଏକ ଜୁମ୍‌ଲା, ତେବେ ସେ ୨୪ ବର୍ଷ ଧରି ଏହି ପବିତ୍ର ଗୃହରେ ଯେଉଁ ଜୁମ୍‌ଲା ଉପସ୍ଥାପନ କରିଥିଲେ ତା’ର ଉତ୍ତର କିଏ ଦେବେ। ସେ ପ୍ରଥମ ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହନ୍ତି ଯିଏ ବିରୋଧୀ ଦଳ ଆସନରେ ବସିଛନ୍ତି। ବିରୋଧୀ ଦଳ ନେତାଙ୍କ ଆଚରଣ ଓ ଉଚ୍ଚାରଣରେ ସଂଯମ ରହୁ। ଆପଣଙ୍କ ସରକାର ସମୟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ୫୦ ଲକ୍ଷ ଟଙ୍କା ପ୍ରତି ପଞ୍ଚାୟତକୁ ଦେବା କଥା ହେଉ, ୧୪୦ଟି ଯୋଜନାର ଘୋଷଣା, ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ୪୦୦ କୋଟିର କର୍ପସ ଫଣ୍ଡ, ଚାଷୀଙ୍କୁ ଏମ୍‌ଏସ୍‌ପି ୨,୭୦୦ ଟଙ୍କା ଦେବା ପାଇଁ ବାରମ୍ବାର ଚିତ୍କାର କରୁଥିଲେ, ହେଲେ ତାହା କରାଯାଉ ନ ଥିଲା। ଏଭଳି ବହୁ ମିଛ ପ୍ରତିଶ୍ରୁତି ତତ୍କାଳୀନ ବିଜେଡି ସରକାର ଦେଇଯାଇଛନ୍ତି। ଏବର ସରକାର ନିଷ୍ପତ୍ତି ନେବାର ଶକ୍ତି ରଖିଛନ୍ତି। ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ଜଗନ୍ନାଥ ମନ୍ଦିର ଲାଗି କର୍ପସ ପାଣ୍ଠି, ରତ୍ନଭଣ୍ଡାର ଖୋଲିବା, ଓଡ଼ିଆ ଅସ୍ମିତା ପାଇଁ କର୍ପସ ପାଣ୍ଠି, ସୁଭଦ୍ରା ଯୋଜନା ଆଦି ନିଷ୍ପତ୍ତି ଭାଜପା ସରକାର ନେଇପାରିଛି। ଭାଜପା ସରକାର ପ୍ରଚାର ସର୍ବସ୍ବ ନୁହେଁ। କଥାରେ ନୁହେଁ, କାମରେ ବିଶ୍ୱାସକରେ। ଗୋଟିଏ ବର୍ଷ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri