ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୨ଶହ ଟପିଲା

ଭୁବନେଶ୍ୱର,୨୯।୭ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କାୟା ମେଲାଉଛି ଡେଙ୍ଗୁ ସଂକ୍ରମଣ। ଏବେ ବର୍ଷାଋତୁ ଚାଲିଥିବାରୁ ସଂକ୍ରମଣ ବଢ଼ି ଚାଲିଛି। ଜୁଲାଇ ୧୬ ସୁଦ୍ଧା ସହରରୁ ୧୧୫ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏବେ ୨ଶହ ପାର୍‌ କରିଛି। ସେହିପରି ରାଜ୍ୟରୁ ପ୍ରାୟ ୧ହଜାର ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଏଥର ମଧ୍ୟ ଖୋର୍ଦ୍ଧା ଜିଲା ଭୁବନେଶ୍ୱର ପାଇଁ ହଟ୍‌ସ୍ପଟ୍‌ ପାଲଟିଛି। ମିଳିଥିବା ତଥ୍ୟ ମୁତାବକ, ଗତ ୨୭ ତାରିଖ ସୁଦ୍ଧା ସହରରୁ ମୋଟ୍‌ ୨୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଜୁଲାଇ ମାସରେ ୧୬୦ଜଣ ସଂକ୍ରମିତ ସହରରୁ ବାହାରିଥିବାବେଳେ ଶେଷ ୧୧ଦିନରେ ୯୬ଜଣ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜାଗମରା, ସାଲିଆସାହି, ପଟିଆ ଆଦି ସ୍ଥାନରୁ ବେଶି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରି ହଟ୍‌ସ୍ପଟ୍‌ ପାଲଟିଛି। ଏଠାରୁ ସର୍ବାଧିକ ୨୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପରିକି ଗତ ମାସେ ହବ ଏହି ଅଞ୍ଚଳରୁ ଦୈନିକ ଡେଙ୍ଗୁରୋଗୀ ବାହାରୁଥିବା ଜଣାପଡିଛି। ଜାନୁଆରୀରୁ ଜୁଲାଇ ୨୭ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ୍‌ ୧୧ ହଜାର ୯୧୦ ଟେଷ୍ଟିଂ ହୋଇଛି। ଏଥିରୁ ୪୬୭ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ବିଏମ୍‌ସି ଅଞ୍ଚଳର ୨୧୧ ଜଣ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୮୩ଜଣ ରହିଛନ୍ତି। ବାକି ୧୭୩ଜଣ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରୁ ନାହିଁ। ଟେଷ୍ଟିଂ ସମୟରେ ଠିକ୍‌ ତଥ୍ୟ ଦେଇ ନ ଥିବାରୁ ସେମାନଙ୍କୁ ଟ୍ରେସିଂ କରିବା ସମ୍ଭବ ହୋଇପାରୁ ନ ଥିବା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।
ଡେଙ୍ଗୁ ରୋକିବା ପାଇଁ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ପଦକ୍ଷେପ ନିଆଯିବା କଥା ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ବର୍ଷାଦିନ ଆରମ୍ଭ ହୋଇଯାଇଥିଲେ ବି ଏ ଯାଏ ଅନେକ ଡ୍ରେନ୍‌ ସଫା ହୋଇପାରି ନାହିଁ। ଏହାବାଦ୍‌ ରାସ୍ତାକଡ଼ରେ ପଡି ରହୁଥିବା ଭଙ୍ଗା ଟିଣ, ଟାୟାର, ଫୁଲକୁଣ୍ଡ ଆଦିରେ ପାଣି ଜମା ହୋଇ ରହୁଛି। ଗତବର୍ଷ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ଡ୍ରାଏ ଡେ’ ପାଳନ କରାଯାଉଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ଫଳରେ ସଂକ୍ରମଣ ବଢ଼ୁଥିବା କୁହାଯାଉଛି। ଏନେଇ ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ(ଏଡିୟୁପିଏଚ୍‌) ଡା. ନୀଳମଣୀ ସେନାପତି କହିଛନ୍ତି, ହଟସ୍ପଟ୍‌ ଭାବେ ଚିହ୍ନଟ ହୋଇଥିବା ସ୍ଥାନଗୁଡିକରେ ସଚେତନତା ବୃଦ୍ଧି କରିବା ପାଇଁ ୩୦ଜଣ ସ୍ବତନ୍ତ୍ର ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଏନେଇ ସେମାନଙ୍କୁ ତାଲିମ୍‌ ଦିଆଯିବା ସହ ୩ଟି ଦଳରେ ବିଭକ୍ତ କରାଯାଇଛି। ଏମାନେ ଘରଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ଉତ୍ପତ୍ତିସ୍ଥଳ ନଷ୍ଟ କରୁଛନ୍ତି। ଅପରପକ୍ଷେ ତାରିଣୀବସ୍ତି ଏବଂ ଧର୍ମବିହାର ଅଞ୍ଚଳରେ ବ୍ରିଡିଂ ସୋର୍ସ ଅଧିକ ରହିଛି। ସମ୍ପୃକ୍ତ ଅଞ୍ଚଳରେ ଅଧିକାଂଶ ଲୋକ ଗାଈଗୋରୁ ରଖିଥିବାବେଳେ ସେମାନଙ୍କୁ ଖାଦ୍ୟ ଦେଉଥିବା କୁଣ୍ଡକୁ ନିୟମିତ ଭାବେ ପରିଷ୍କାର କରୁ ନାହାନ୍ତି। ତେଣୁ ସମ୍ପୃକ୍ତ ସ୍ଥାନରେ ମଶା ବଂଶବୃଦ୍ଧି କରୁଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ୫ରୁ ୬ଥର ସଚେତନ କାର୍ଯ୍ୟ କରାଯିବା ସହ ମଶା ଲାର୍ଭା ନଷ୍ଟ କରାଯାଇଥିଲେ ମଧ୍ୟ ଲୋକମାନେ ସଚେତନ ହେଉ ନ ଥିବାରୁ ବଂଶ ବୃଦ୍ଧି ପାଉଥିବା ଡା. ସେନାପତି କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୩ ଜୁଲାଇ ୧୪ ବେଳକୁ ସହରରୁ ୧୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୩ ତାରିଖ ବେଳକୁ ଏହା ୨୫୦ ପାର୍‌ କରିଥିଲା। ମାତ୍ର ବିଏମ୍‌ସି ଏହାକୁ ଗୁରୁତ୍ୱର ସହ ନେଇ ନ ଥିବାରୁ ଜୁଲାଇ ୩୦ ବେଳକୁ ସହରରେ ସଂକ୍ରମଣ ୬ଶହ ମୁହଁା ଏବଂ ଅଗଷ୍ଟ ୧୧ବେଳକୁ ୧ହଜାର ପାର୍‌ କରିଥିଲା। ସେହିପରି ଚଳିତବର୍ଷ ମଧ୍ୟ ଧୀରେଧୀରେ ସଂକ୍ରମଣ ବଢି ଚାଲିଛି। ତେଣୁ ଏବେଠାରୁ ସ୍ଥିତିକୁ ଗୁରୁତର ସହ ନେଇ ପଦକ୍ଷେପ ନ ନେଲେ ଆଗକୁ ସ୍ଥିତି ଭୟାବହ ହେବାର ଯଥେଷ୍ଟ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri