ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାର ଶ୍ରୀଜୀଉଙ୍କ ନୀତିରେ ହୋଇଥିବା ବିଭ୍ରାଟ ମାନୁ ନ ଥିବା ଅଭିଯୋଗ କରି ବିରୋଧୀ ସଦସ୍ୟମାନେ ଶୁକ୍ରବାର ମୁଲତବୀ ଆଲୋଚନା ଅଧାରୁ ବିଧାନସଭା କକ୍ଷଛାଡ଼ି ବାହାରକୁ ଚାଲି ଯାଇଥିଲେ।
‘ଚଳିତ ବର୍ଷ ପୁରୀ ରଥଯାତ୍ରାରେ ନୀତିରେ ମହା ବିଭ୍ରାଟ, ସରକାର ନୀରବଦ୍ରଷ୍ଟା’ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ଦଳକୁ ଘେରିଥିଲେ। ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଥିଲେ, ରଥଯାତ୍ରା ସଫଳ ହୋଇନାହିଁ। ମହାପ୍ରଭୁଙ୍କ ନୀତିରେ ମହାବିଭ୍ରାଟ ଘଟିଛି। ସରକାର ଭଗବାନଙ୍କ ନାମ ନେଇ ଆସିଛନ୍ତି। ମହାବିଭ୍ରାଟ ପରେ କହୁଛନ୍ତି ଅଭିଯୋଗ ନିରାଧାର। ସତ ମାନିବାରେ ଅସୁବିଧା କ’ଣ। ସମସ୍ୟା ଲୁଚାଇବା ପରିତାପର ବିଷୟ ବୋଲି କାଡାମ କହିଛନ୍ତି। କଂଗ୍ରେସ ସଭ୍ୟ ଅଶୋକ କୁମାର ଦାସ କହିଛନ୍ତି, ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ଭେଣ୍ଡିଂଜୋନ କରିବାକୁ କିଏ ଅନୁମତି ଦେଇଥିଲେ। ସରକାର ସେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆଗାମୀ ଦିନରେ ଯେପରି ଏଭଳି ଘଟଣା ନ ହେବ ସେଥିପ୍ରତି ସରକାର ସଚେତନ ହେବା ଦରକାର।
ବିଜେଡି ସଭ୍ୟ ବ୍ୟୋମକେଶ ରାୟ କହିଥିଲେ, ପହଣ୍ଡି ବେଳେ ସେଠାରେ ମନ୍ତ୍ରୀ କିମ୍ବା ପ୍ରଶାସକ କେହି ନ ଥିଲେ। ବଡ଼ ଠାକୁର ପଡ଼ିଯିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଆଇନମନ୍ତ୍ରୀ ବିଭ୍ରାଟ କଥା ମାନିବା ସହ କ’ଣ ପଦକ୍ଷେପ ନେଇଛନ୍ତି ଜଣାଇବାକୁ ସେ ଦାବି କରିଛନ୍ତି।
ବିଜେଡି ସଭ୍ୟ ଦେବୀ ରଞ୍ଜନ ତ୍ରିପାଠୀ, ଧ୍ରୁବ ସାହୁ କହିଛନ୍ତି, ଓଡ଼ିଆ ଅସ୍ମିତା କଥା କହି ଭାଜପା ସରକାରକୁ ଆସିବା ପରେ ଏଭଳି ଅଘଟଣ ଘଟିଛି। ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି କରା ନ ଯାଉ ବୋଲି କହିଛନ୍ତି।
ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ବିରୋଧ କରି ଭାଜପା ସଭ୍ୟ ଟଙ୍କଧର ତ୍ରିପାଠୀ କହିଛନ୍ତି, ରଥଯାତ୍ରା ଶୃଙ୍ଖଳିତ ହୋଇଛି। ୨୦୧୫ରେ ବିଜେଡି ସରକାର ଥିବା ବେଳେ ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି ରତ୍ନଭଣ୍ଡାର ଚାବି ହଜାଇବା ଭଳି ଅନେକ ଘଟଣା ହୋଇଛି। ତା’ର ପରିଣାମ ଏବେ ଭୋଗୁଛନ୍ତି ବୋଲି ସେ କହିଛନ୍ତି। ଭାଜପା ସଭ୍ୟ ଆଶ୍ରିତ ପଟ୍ଟନାୟକ, ଓମ୍‌ପ୍ରକାଶ ମିଶ୍ର ଏବଂ ସନାତନ ବିଜୁଳି ମହାପ୍ରଭୁଙ୍କୁ ନେଇ ରାଜନୀତି କରିବାରୁ ବିଜେଡି ଶାସନ ଗାଦିରୁ ହଟିଯାଇଛି ବୋଲି କହିଥିଲେ।
ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀର ଜବାବରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିରୋଧୀଙ୍କ ଆରୋପ କପୋଳକଳ୍ପିତ। ଚଳିତ ରଥଯାତ୍ରାରେ ଗୋଟିଏ ଦିନରେ ମହାପ୍ରଭୁଙ୍କର ନବଯୌବନ, ନେତ୍ରୋତ୍ସବ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ସମସ୍ତ ନୀତି କରାଇବା ଓ ଏହା ପରେ ଶ୍ରୀଜୀଉଙ୍କର ପହଣ୍ଡି ବିଜେ ତଥା ରଥ ଟାଣିବା ଅସମ୍ଭବ ମନେହେଉଥିଲା। ୧୯୭୧ରେ ସମାନ ତିଥି ଥିବା ଯୋଗୁ ପହଣ୍ଡି ସନ୍ଧ୍ୟାରେ ହୋଇଥିଲା। ମହାପ୍ରଭୁଙ୍କର କରୁଣାରୁ ରଥଯାତ୍ରା ଶୃଙ୍ଖଳିତ ଭାବେ ହୋଇଛି। ଦଳାଚକଟାରେ କେହି ମରିନାହାନ୍ତି। ହୃଦ୍‌ଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମ ପାଇଁ ସର୍ବୋଚ୍ଚ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଅଗ୍ରାହ୍ୟ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri