ନାମ ନୁହେଁ ମାନ

ଆସିଲା ବର୍ଷା ଏବଂ ମୁଖ୍ୟତଃ ଉତ୍ତରଭାରତରେ ଆରମ୍ଭ ହେଲା ବୋଲବମ୍‌ ଯାତ୍ରା। ଓଡ଼ିଶାରେ ଆମେ ଯାହାକୁ ବୋଲବମ୍‌ କହୁ ସେମାନଙ୍କୁ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ କାଉଡ଼ିଆ ଡାକନ୍ତି। ଏହି ଧାର୍ମିକ ଯାତ୍ରାରେ ସାଧାରଣତଃ ଗୋଟିଏ ନଦୀ କିମ୍ବା ପୋଖରୀରୁ ଜଳ ନେଇ କିଛି ଦୂରରେ ଥିବା ଶୈବପୀଠକୁ ଯାଇ ସେଠାରେ ଶିବଲିଙ୍ଗ ଉପରେ ପାଣି ଢଳାଯାଇଥାଏ। ଏଭଳି କରୁଥିବା ଯୁବତୀଯୁବକ ସବୁବେଳେ ନିଜର ଧାର୍ମିକ ବିଶ୍ୱାସ ପାଇଁ ଏହି ଯାତ୍ରା କରନ୍ତି ନାହିଁ। ଓଡ଼ିଶା ଭଳି ରାଜ୍ୟରେ ଆମେ ଦେଖିଛୁ ଯେ ଧନୀ ଲୋକମାନେ ଭଡ଼ାରେ ଅନେକ ଲୋକଙ୍କୁ ଏହି ଯାତ୍ରା କରାଉଥିବା ବେଳେ ଆହୁରି ଅନେକେ ନିଜ ଇଚ୍ଛାରେ ମଧ୍ୟ କାଉଡ଼ିଆ ଭାବେ ପଦଯାତ୍ରା କରିଥାନ୍ତି। ଏବେ ଏହି ଯାତ୍ରା ପାଇଁ ଉତ୍ତର ପ୍ରଦେଶ ସରକାର ଏକ ଅଦ୍ଭୁତ ନିୟମାବଳୀ ଘୋଷଣା କରିଥିଲେ। ପ୍ରଥମେ କାଉଡ଼ିଆ ଭକ୍ତମାନେ ଯାଉଥିବା ମୁଜାଫର ନଗର ରାସ୍ତାକଡ଼ରେ ଥିବା ସମସ୍ତ ଢାବା, ହୋଟେଲ ଓ ଠେଲାଗାଡ଼ିରେ ଦୋକାନୀଙ୍କ ନାମ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଏହି ଆଦେଶ କେବଳ ମୁଜାଫରନଗର ନୁହେଁ, ସାରା ରାଜ୍ୟରେ ଲାଗୁ କରିଥିଲେ। ଏହାପରେ ଉତ୍ତରାଖଣ୍ଡ ସରକାର ସମାନ ପ୍ରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଦୁଇ ରାଜ୍ୟ ପରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ମ୍ୟୁନିସିପାଲିଟି ସହରର ସମସ୍ତ ଖାଦ୍ୟ ବିକ୍ରେତାଙ୍କୁ ସାଇନବୋର୍ଡରେ ସେମାନଙ୍କ ନାମ ଓ ମୋବାଇଲ ଫୋନ୍‌ ନମ୍ବର ଲେଖିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାର ଉଲ୍ଲଂଘନ କଲେ ଜରିମାନା ଦେବାକୁପଡ଼ିବ ବୋଲି କୁହାଯାଇଥିଲା। ହେଲେ ମଧ୍ୟପ୍ରଦେଶ ସରକାର ଜୁଲାଇ ୨୨ରେ କାଉଡ଼ିଆ ଯାତ୍ରା ପଥରେ କୌଣସି ଦୋକାନୀଙ୍କୁ ବାଧ୍ୟତାମୂଳକ ଭାବେ ସେମାନଙ୍କ ନାମ ଲେଖିବାକୁ ନିର୍ଦ୍ଦେଶ ଜାରି କରାଯାଇ ନ ଥିବା ସ୍ପଷ୍ଟ କରିଥିଲେ। କିନ୍ତୁ ଏହି ଦିନ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କ ନିର୍ଦ୍ଦେଶ ଉପରେ ସାମୟିକ ସ୍ଥଗିତାଦେଶ ଜାରି କରିଛନ୍ତି। ଶୀର୍ଷ ଅଦାଲତ ଜଣାଇଛନ୍ତି ଯେ, ଦୋକାନଗୁଡ଼ିକରେ ପରଷା ଯାଉଥିବା ଖାଦ୍ୟଗୁଡ଼ିକର ନାମ ପ୍ରକାଶ କରାଯାଇପାରେ, କିନ୍ତୁ ଦୋକାନୀ, କର୍ମଚାରୀ କିମ୍ବା ଅନ୍ୟସବୁ ବିବରଣୀ ଲେଖିବା ଆବଶ୍ୟକ ନୁହେଁ। ଏଭଳି ନିଷ୍ପତ୍ତି ଧର୍ମନିରପେକ୍ଷତା ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି ବୋଲି ଯେଉଁସବୁ ଅଭିଯୋଗ କରାଯାଇଛି ତାହା ଉପରେ ପ୍ରତିକ୍ରିୟା ରଖିବାକୁ କୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଉଲ୍ଲେଖନୀୟ ଯେ, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଅପୂର୍ବାନନ୍ଦ ଝା, ସ୍ତମ୍ଭକାର ଆକାର ପଟେଲ ଏବଂ ଆସୋସିଏଶନ ଅଫ୍‌ ପ୍ରୋଟେକଶନ ଅଫ୍‌ ସିଭିଲ ରାଇଟ୍ସ(ଏପିସିଆର୍‌) ଏହା ବିରୋଧରେ କୋର୍ଟରେ ଆବେଦନ କରିଥିଲେ।
ଯେଉଁମାନେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି ସେମାନଙ୍କର ହୁଏତ ଉତ୍ତମ ଧର୍ମନିରପେକ୍ଷ ଉଦ୍ଦେଶ୍ୟ ରହିଥାଇପାରେ। ଅନ୍ୟପଟେ ସମ୍ପୃକ୍ତ ରାଜ୍ୟରେ ଭାଜପା ସରକାର ଥିବାରୁ କେତେକ ମହଲରେ ସମାଲୋଚନା ହୋଇପାରେ ଯେ, ଏଭଳି ନିର୍ଦ୍ଦେଶ ପଛରେ ରାଜନୈତିକ ଉଦ୍ଦେଶ୍ୟ ଲୁକ୍କାୟିତ ରହିଛି। କୌତୂହଳରେ ଅନ୍ୟ କେତେକ ମହଲରେ ଆଲୋଚନା ହେଉଛି ଯେ, ଅର୍ଦ୍ଧନିର୍ମିତ ରାମମନ୍ଦିର ସହିତ ରାଜନୀତି କରିଥିବା ସତ୍ତ୍ୱେ ଭାଜପା ତାହାର ଲାଭ ଉଠାଇ ପାରିଲା ନାହିଁ। କିନ୍ତୁ ଏସବୁ ରାଜନୈତିକ ପେଞ୍ଚ ଆଲୋଚନାକୁ ଗୋଟିଏପଟେ ରଖି ଜନସାଧାରଣଙ୍କ ହିତ ସମ୍ପର୍କିତ ଆଲୋଚନା କୌଣସିଠାରୁ ଶୁଣାଯାଉନାହିଁ। ସାମାଜିକ ଗଣମାଧ୍ୟମ ହେଉ କିମ୍ବା ମୁଖ୍ୟ ଟେଲିଭିଜନ ଚ୍ୟାନେଲ, କେହି ଗୋଟେ କହୁନାହାନ୍ତି ଯେ ଏଭଳି ଅନେକ ହୋଟେଲ କିମ୍ବା ଢାବା ଥାଇପାରେ ଯେଉଁଠାରେ ମାଲିକ ମୁସଲମାନ ହୋଇଥିବା ବେଳେ ରୋଷେୟା ଏବଂ ପରଷିବା ପିଲା ହିନ୍ଦୁ ହୋଇଥିବେ। ଯଦି ସେଭଳି ସଂସ୍ଥାଟିଏ ବନ୍ଦ ହୋଇଯାଏ ତେବେ ମୁସଲମାନ ମାଲିକର କ୍ଷତି ପ୍ରବଳ ହୋଇଥିବା ବେଳେ ହିନ୍ଦୁ କର୍ମଚାରୀ ମଧ୍ୟ ଅର୍ଥନୈତିକ କଷ୍ଟ ସହିବ। ଅନ୍ୟଏକ ଦିଗରୁ ଏକ ଭିନ୍ନ ପରିସ୍ଥିତି ମଧ୍ୟ ଉପୁଜିପାରେ, ଯେଉଁଥିରେ ମାଲିକ ହୋଇଥିବେ ହିନ୍ଦୁ କିନ୍ତୁ ରୋଷେୟା ହୋଇଥିବେ ମୁସଲମାନ। ଏହି ଢାବା ଚାଲିବାକୁ ଦିଆଯାଇପାରେ କିନ୍ତୁ ତାହାଦ୍ୱାରା ଧାର୍ମିକ କାଉଡ଼ିଆଙ୍କର ଅଜାଣତରେ ଅତ୍ୟଧିକ ‘ଅଧର୍ମୀୟ’ ଖାଦ୍ୟ ଖାଇବାକୁ ପଡ଼ିବ। ଚିନ୍ତାକଲେ ଏହିଭଳି ଆହୁରି ଅନେକ ପରିସ୍ଥିତି ସୃଷ୍ଟି ହୋଇପାରେ, ଯାହାଦ୍ୱାରା ଗରିବ ଖଟିଖିଆ ହିନ୍ଦୁ କର୍ମଚାରୀ ବିନା କୌଣସି କାରଣରେ କ୍ଷତି ସହିବାକୁ ବାଧ୍ୟ ହେବ।
ସରକାରଙ୍କର ଏକମାତ୍ର ଦାୟିତ୍ୱ ହେଉଛି ନାଗରିକର ସୁରକ୍ଷା। ସେହି ସୁରକ୍ଷା ସ୍ବାସ୍ଥ୍ୟଠାରୁ ଆରମ୍ଭକରି ଅର୍ଥନୀତି ପର୍ଯ୍ୟନ୍ତ ଯାଉଛି। ଅର୍ଥନୈତିକ କ୍ଷତି ଘଟାଇବାକୁ ଉଦ୍ଦେଶ୍ୟ ରଖି ସ୍ବାସ୍ଥ୍ୟ କ୍ଷତି ଘଟାଇବାର କ୍ଷମତା ସରକାରଙ୍କର ନାହିଁ। ସେଥିପାଇଁ କାଉଡ଼ିଆମାନେ ଯାଉଥିବା ପଥରେ ଥିବା ଢାବା ଓ ହୋଟେଲ ଇତ୍ୟାଦିରେ ଖାଦ୍ୟ କେଉଁ ମାନର ପ୍ରସ୍ତୁତ କରାଯାଉଛି ଏବଂ ତାହାର ପୌଷ୍ଟିକ ତଥ୍ୟ ସହିତ ବାସନକୁସନ କେମିତି ସଫା ରଖାଯାଉଛି ତାହା ବୁଝିବା ସରକାରଙ୍କ ଦାୟିତ୍ୱ। ବିଶେଷକରି ବର୍ଷାଦିନରେ ଶୁଦ୍ଧ ପାନୀୟଜଳ ଯୋଗାଇବାର ଦାୟିତ୍ୱ ସରକାରଙ୍କର। ଏହି ରାଜ୍ୟ ସରକାରମାନେ ମାଲିକର ନାମ ଏବଂ ମୋବାଇଲ୍‌ ନମ୍ବର ପରିବର୍ତ୍ତେ ଯଦି ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ଏବଂ ପଥରେ ଥିବା ମ୍ୟୁନିସିପାଲିଟି କିମ୍ବା ପଞ୍ଚାୟତ ଦ୍ୱାରା ଖାଦ୍ୟ ବିକ୍ରି କରୁଥିବା ସଂସ୍ଥାର ମାନ ସମ୍ପର୍କରେ ସାର୍ଟିଫିକେଟ ଦିଆଇ କହିଥାନ୍ତେ ଯେ, ସେଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ଦୋକାନ ସାମ୍ନାରେ ଲଗାଯିବା ଦରକାର ତେବେ ଶାସକ ଦଳର ଲୋକପ୍ରିୟତା ବୃଦ୍ଧି ହୋଇଥାନ୍ତା। ଦୁଃଖର ବିଷୟ ଯେ ଭାରତବର୍ଷରେ କୌଣସି ସରକାର ଏହିଭଳି ଚିନ୍ତା କରିବାକୁ ସମୟ ଖୋଜି ପାରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri