‘ମୁଖ୍ୟମନ୍ତ୍ରୀ ବସ’ ସେବାରୁ ବଞ୍ଚିତ କେନଝିରିଆପାଲି ପଞ୍ଚାୟତବାସୀ

ଅମରପାଲି,୨୧।୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ବସ୍‌ ସେବା ପାଇବାରୁ ବଞ୍ଚିତ ହେଉ ଥିବା ଅଭିଯୋଗ ହେଉଛି। ତେଣୁ ସରକାର ତୁରନ୍ତ ଏହି ପଞ୍ଚାୟତକୁ ସରକାରୀ ବସ ଚଳାଚଳ କରିବାକୁ ପଞ୍ଚାୟତବାସୀ ଦାଦି କରିଛନ୍ତି।
ଆଜିକୁ ପ୍ରାୟ ୬ ମାସ ପୂର୍ବେ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ତତ୍କାଳୀନ ସରକାର ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ କରିଥିଲେ। ଏହି କ୍ରମରେ ସେହି ଦିନ ଠାରୁ ବୀରମହାରାଜପୁର ବ୍ଲକରେ ତିନୋଟି ବସ ବିଭିନ୍ନ ରୁଟରେ ପ୍ରତ୍ୟହ ଚାରି ଥର ବିଭିନ୍ନ ପଞ୍ଚାୟତକୁ ଯାତାୟତ କରୁଛି। ମୁଖ୍ୟମନ୍ତ୍ରୀ ବସ ବୀରମହାରାଜପୁରରୁ ବାଗବର – ଜଟେସିଂହା – ସୁବଳୟା – କମିରା ଦେଇ ପିତାମହୁଲକୁ ଯାତାୟତ କରୁଛି। ଅନ୍ୟ ଏକ ବସ ବୀରମହାରାଜପୁରରୁ ବାହାରି ହିଲୁଙ୍ଗ-ମୁର୍ଷୁଣ୍ଢି-ଲୁତୁରପଙ୍କ-ବହଳପଦର ପଞ୍ଚାୟତ ଦେଇ ଦୁର୍ଜନତୈଲା କୁ ଯାତାୟତ କରୁଛି। ଆଉ ଏକ ବସ ବୀରମହାରାଜପୁରରୁ ମୁର୍ଷୁଣ୍ଢି ପଞ୍ଚାୟତ-ସୁବଳୟା ଦେଇ ଖଣ୍ଡହତା ପଞ୍ଚାୟତକୁ ଯାତାୟତ କରୁଛି। ତେବେ ବ୍ଲକରେ କେବଳ କେନଝିରିଆପାଲି ପଞ୍ଚାୟତକୁ ଏହି ବସ ଯାତାୟତ କରୁ ନ ଥିବା ଉକ୍ତ ପଞ୍ଚାୟତ ବାସୀ ଅଭିଯୋଗ କରୁଛନ୍ତି।
କେନଝିରିଆପାଲି ପଞ୍ଚାୟତକୁ ପ୍ରତିଦିନ ଚାରିଥର ବସ ଚଳାଚଳ କରିବା ପାଇଁ ରୁଟ ଚାର୍ଟରେ ଉଲ୍ଲେଖ ରହିଛି। ମାତ୍ର ଏଠାକୁ ଉକ୍ତ ସରକାରୀ ବସ ଯାତାୟତ କରୁ ନାହିଁ। ତେଣୁ ଏହି ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ବସ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଦୁର୍ଜନତୈଲା ପଞ୍ଚାୟତରୁ ଦାଦରପାଲି- ମାଳିଦାଦର-ମହାରସାହି-ବଡ଼ମାଳ-କେଶଲଗା ଦେଇ କେନଝିରିଆପାଲି ପଞ୍ଚାୟତକୁ ଯାଇ ସେଠାରୁ କଦଳୀପାଲି ଛକ-ବାରଝୁଲା-ମେଣ୍ଡମାଳ-ଅମୂଲ୍ୟମାମଣୀ ରାଣୀପୁର ଦେଇ ବୀରମହାରାଜପୁରକୁ ଏକ ନୂତନ ସରକାରୀ ବସ ଚଳାଚଳ କରିବାକୁ ଦାଦି ହେଉଛି।
ଏହି ରୁଟ ଦେଇ ବସ ଚଳାଚଳ କଲେ ବ୍ଲକ ଦୁର୍ଜନତୈଲା ପଞ୍ଚାୟତ, ବହଳପଦର, କେନଝିରିଆପାଲି ଓ ହିଲୁଙ୍ଗ ପଞ୍ଚାୟତର ପ୍ରାୟ ୫୦ରୁ ଅଧିକ ଗ୍ରାମବାସୀ ଉପକୃତ ହୋଇପାରିବେ। ଏବେ ବସ ଏହି ରୁଟ ଦେଇ ଯାଉ ନ ଥିବାରୁ ଉକ୍ତ ଅଞ୍ଚଳ ମିଶନଶକ୍ତିର ମହିଳା, ସ୍କୁଲ କଲେଜର ଛାତ୍ରୀଛାତ୍ର, ବ୍ୟବସାୟୀ ଓ ବୀରମହାରାଜପୁରରେ ଥିବା ବ୍ଲକ କାର୍ଯ୍ୟଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ, ଥାନା ଆଦି କାର୍ଯ୍ୟାଳୟ ଓ ବଜାର ଉପରେ ନିର୍ଭର କରୁଥିବା ଲୋକେ ଯାତାୟତରେ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଦୁର୍ଜନତୈଲା ପଞ୍ଚାୟତରୁ କେନଝିରିଆପାଲି- ମେଣ୍ଡାମାଳ ଦେଇ ଦେଇ ବୀରମହାରାଜପୁରକୁ ମୁଖ୍ୟମନ୍ତ୍ରୀ ବସ ଚଳାଚଳ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ସୁବର୍ଣ୍ଣପୁର ଜିଲା ପରିବହନ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଉକ୍ତ ଅଞ୍ଚଳର ଏହି ସମସ୍ୟାକୁ ଦେଖି ତୁରନ୍ତ ମୁଖ୍ୟମନ୍ତ୍ରୀ ବସ ଚଳାଚଳ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ପାଇଁ ଭାଜପା ବିଧାୟକଙ୍କ ପ୍ରସ୍ତାବ

ଭୁବନେଶ୍ବର,୧୮।୧୨: ଆଜି ଭାଜପା ବିଧାୟକ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ତେବେ ଆଜି ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।...

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ

ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ):  ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri