Posted inଜାତୀୟ

ଭାଙ୍ଗିଯିବ କି ଭାଜପା-ଏନସିପି ମେଣ୍ଟ! ଇସାରା ଦେଲା ଆରଏସଏସ

ନୂଆଦିଲ୍ଲୀ,୧୮।୭: ମହାରାଷ୍ଟ୍ର ଲୋକ ସଭା ନିର୍ବାଚନରେ ଏନଡିଏର ଖରାପ ପ୍ରଦର୍ଶନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପରାଜୟ ପାଇଁ ଏନଡିଏର ତିନି ପ୍ରମୁଖ ଦଳର ନେତା ପରସ୍ପରକୁ ଦୋଷ ଲଦୁଛନ୍ତି। ବର୍ତ୍ତମାନ ଏହି ଆରେପ-ପ୍ରତ୍ୟାରୋପ ଭିତରେ ଆରଏସଏସ ମଧ୍ୟ ବଡ଼ ବୟାନ ଦେଇଛି । ଆରଏସଏସ ଦିନକ ପୂର୍ବରୁ ଏକ ଆର୍ଟିକିଲରେ
ଅଜିତ ପାଓ୍ବାରଙ୍କୁ ନେଇ ବଡ଼ ବୟାନ ଦେଇଛି। ଅଜିତଙ୍କ ସହ ଭାଜପା ମେଣ୍ଟ ଭାଙ୍ଗିଦେବା ଉଚିତ ବୋଲି ସଂଘ ବଡ଼ ବୟାନ ଦେଇଛି।

ଆରଏସଏସର ଏହି ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଆରଏସଏସର ଏହି ଲେଖା ସଂଘର ସାପ୍ତାହିକ ପତ୍ରିକାରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୨୦୨୩ରେ ଏନସିପି ସହ ମେଣ୍ଟ ହେବା ପରେ ଭାଜପା ବିରୋଧରେ ଜନବିରୋଧୀ ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଫଳସ୍ବରୂପ ମହାରାଷ୍ଟ୍ରର ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ଖରାପ ପ୍ରଦର୍ଶନ କରିଛି।

ଏହାକୁ ନେଇ ଅଜିତ ପାଓ୍ବାରଙ୍କ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ ଗଡଚିରୋଲି ଜିଲା ଗସ୍ତରେ ଥିଲେ। କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ସଂଘର ସାପ୍ତାହିକ ବିବେକରେ ପ୍ରବନ୍ଧ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ଅଜିତ କହିଛନ୍ତି, ଯିଏ ଯାହା ବି ଲେଖୁ ନା କାହିଁକି, ମୁଁ ଏ ସମ୍ପର୍କରେ କଥାବର୍ତ୍ତା କରିବାକୁ ବାଧ୍ୟ ନୁହେଁ। ରାଜ୍ୟର ବିକାଶ ପାଇଁ ଆମେ ମହାମେଣ୍ଟ କରିଛୁ।

ଅନ୍ୟପକ୍ଷରେ ଶରଦ ପାଓ୍ବାର ପୁଣି ଥରେ ଅଜିତ ପାୱାରଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସୂଚନାନୁସାରେ, ଅଜିତ ଦଳର ୨୮ବଡ ନେତା ଶରଦ ପାୱାରଙ୍କ ଦଳରେ ଯୋଗ ଦେଇଛନ୍ତି। ଲୋକ ସଭା ନିର୍ବାଚନରେ କେବଳ ଅଜିତ ପାୱାରଙ୍କ ଦଳର ପ୍ରାର୍ଥୀ ଜିତିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ପରିଷଦରେ ସେମାନଙ୍କୁ କୌଣସି ସ୍ଥାନ ମିଳି ନ ଥିଲା। ସେତେବେଳେ ଏନସିପିଙ୍କ ଅଜିତ ଗୋଷ୍ଠୀ କହିଥିଲେ ଯେ, ଦଳକୁ ରାଷ୍ଟ୍ରମନ୍ତ୍ରୀ ପାଇଁ ଅଫର ମିଳିଥିଲା କିନ୍ତୁ କ୍ୟାବିନେଟ ମନ୍ତ୍ରୀ ପାଇଁ ଦାବି କରାଯାଇଥିଲା। ଏଭଳି ପରିସ୍ଥିତିରେ ଦଳ କ୍ୟାବିନେଟର ସମ୍ପ୍ରସାରଣକୁ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri