Posted inଫୁରସତ

ବୁଲା କୁକୁରଙ୍କୁ ଗଣିବ ମାଇକ୍ରୋଚିପ୍‌

ଚଣ୍ଡିଗଡ଼: ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଖୁବ୍‌ଶୀଘ୍ର ସହରର ସମସ୍ତ ବୁଲା କୁକୁରଙ୍କ ଶରୀରରେ ମାଇକ୍ରୋଚିପ୍‌ ଲଗାଇବ। ଏହି ମାଇକ୍ରୋଚିପ୍‌ ସାହାଯ୍ୟରେ କୁକୁରଙ୍କ ଗଣନା କରାଯିବ। ଏହାବ୍ୟତୀତ ଉକ୍ତ ଚିପ୍‌ ମାଧ୍ୟମରେ କୁକୁରଟିକୁ ବାକରଣ କରାଯାଇଛି କି ନାହିଁ ତାହା ମଧ୍ୟ ଜାଣିବା ସମ୍ଭବ ହେବ। ସେହିପରି ଯଦି କୌଣସି ବ୍ୟକ୍ତିଙ୍କୁ କୁକୁର କାମୁଡ଼େ ତେବେ ଏହି ମାଇକ୍ରୋଚିପ୍‌ ସାହାଯ୍ୟରେ ଉକ୍ତ କୁକୁରର ପରିଚୟ ମଧ୍ୟ ମିଳିପାରିବ। ଉତ୍ତର ଭାରତର ପ୍ରଥମ ପ୍ରୋଜେକ୍ଟ ଭାବେ ଚଣ୍ଡିଗଡ଼ରେ ମାଇକ୍ରୋଚିପ୍‌ ସାହାଯ୍ୟରେ କୁକୁର ଗଣନା କରାଯିବ।
ଜନଗଣନା ଏବଂ ଟିକାକରଣ ପରିଚାଳନାରେ ଉନ୍ନତି ଆଣିବା ପାଇଁ ଚଣ୍ଡିଗଡ ନଗର ନିଗମର ଫାଇନାନ୍ସ ଆଣ୍ଡ୍‌ କଣ୍ଟ୍ରାକ୍ଟ କମିଟି(ଏଫ୍‌ଆଣ୍ଡ୍‌ସିସି) ବୁଲା କୁକୁରମାନଙ୍କଠାରେ ମାଇକ୍ରୋଚିପ୍‌କୁ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିଛି। ଏଥିପାଇଁ ୪ ଲକ୍ଷ ଟଙ୍କାରେ ୧,୦୦୦ ମାଇକ୍ରୋଚିପ୍‌ କ୍ରୟ କରାଯିବ। ଏହି ଚିପ୍‌ ବୁଲା କୁକୁରଙ୍କଠାରେ ଲଗାଇବା ପରେ ସେମାନଙ୍କର ରଙ୍ଗ, ପ୍ରଜାତି, କ୍ଷେତ୍ର, କେତେଥର ଓ କେବେ ବାକରଣ ହୋଇଥିବା ଆଦି ତଥ୍ୟ ମିଳିପାରିବ। ସାଧାରଣତଃ ସହରର ଅନେକ ଲୋକ କୁକୁର ରଖିଥାନ୍ତି। ତେବେ ଚଣ୍ଡିଗଡ଼ ନଗର ନିଗମର ଅଧିକାରୀମାନଙ୍କର ଅଭିଯୋଗ ଅନୁଯାୟୀ, ଯେତେବେଳେ ପୋଷା କୁକୁର ବାର୍ଦ୍ଧକ୍ୟ ଅବସ୍ଥାକୁ ଯାଉଛନ୍ତି, ସେତେବେଳେ ଉକ୍ତ କୁକୁରଙ୍କୁ ସେମାନଙ୍କ ମାଲିକମାନେ ରାସ୍ତାରେ ଛାଡ଼ି ଦେଉଛନ୍ତି। ଏହି କାରଣରୁ ପ୍ରତିବର୍ଷ ସହରରେ ବୁଲା କୁକୁରଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା କହି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୁକୁରଙ୍କ ଶରୀରରେ ମାଇକ୍ରୋଚିପ୍‌ ଲଗାଯିବା ଦ୍ୱାରା ଏହାକୁ ସ୍କାନ୍‌ କରିବା ପରେ ସମ୍ପୃକ୍ତ କୁକୁରର ମାଲିକଙ୍କ ନାମ, ଠିକଣା ଆଦି ସମସ୍ତ ସୂଚନା ମିଳିପାରିବ। ଫଳରେ ବୁଲା କୁକୁରଙ୍କୁ ନେଇ ରହିଥିବା ସମସ୍ୟାର ସମାଧାନ ହୋଇପାରିବ। ସେହିପରି ଯଦି କୌଣସି କୁକୁର ହଜି ଯାଆନ୍ତି, ତେବେ ଏହି ମାଇକ୍ରୋଚିପ୍‌ ସେମାନଙ୍କୁ ଖୁବ୍‌ଶୀଘ୍ର ଖୋଜି ତାଙ୍କ ମାଲିକଙ୍କ ନିକଟକୁ ସୁରକ୍ଷିତ ଭାବେ ଫେରାଇବାରେ ମଧ୍ୟ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri