ଗହମ ଷ୍ଟକ୍‌ ପାଇଁ ସୀମା ନିର୍ଦ୍ଧାରିତ

ଭୁବନେଶ୍ୱର,୨୫।୬(ଅନୁରାଧା ମହାରଣା): ସାମଗ୍ରିକ ଖାଦ୍ୟ ନିରାପତ୍ତାକୁ ନିୟନ୍ତ୍ରଣ କରିବା ଏବଂ ବେଆଇନ ମହଜୁଦ ରୋକିବା ପାଇଁ ଭାରତ ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟବସାୟୀ, ହୋଲସେଲର, ରିଟେଲର, ବିଗ ଚେନ ରିଟେଲର ଏବଂ ପ୍ରୋସେସରମାନଙ୍କ ପାଇଁ ପ୍ରଯୁଜ୍ୟ ଗହମ ଉପରେ ଷ୍ଟକ ସୀମା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଉପରେ ଲାଇସେନ୍ସ ଆବଶ୍ୟକତା, ଷ୍ଟକ ସୀମା ଏବଂ ଚଳପ୍ରଚଳ ପ୍ରତିବନ୍ଧକ (ସଂଶୋଧନ) ଆଦେଶ ଲାଗୁ ହୋଇଛି। ସୋମବାରଠାରୁ ଏହା କାର୍ଯ୍ୟକାରୀ ହୋଇଥିବାବେଳେ ଏହା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ। ଷ୍ଟକ ସୀମା ପ୍ରତ୍ୟେକ ସଂସ୍ଥା ପାଇଁ ବ୍ୟକ୍ତିଗତ ଭାବେ ଲାଗୁ ହେବ। ବ୍ୟବସାୟୀ ବା ହୋଲସେଲର ୩୦୦୦ ମେଟ୍ରିକ ଟନ୍‌, ରିଟେଲର୍‌ ତଥା ପ୍ରତ୍ୟେକ ରିଟେଲ ଆଉଟଲେଟ ପାଇଁ ୧୦ ମେଟ୍ରିକ ଟନ୍‌, ବିଗ ଚେନ ରିଟେଲର୍‌ ପ୍ରତ୍ୟେକ ଆଉଟଲେଟ ପାଇଁ ୧୦ ମେଟ୍ରିକ ଟନ୍‌ ଏବଂ ସମସ୍ତ ଡିପୋ ଓ ପ୍ରୋସେସରରେ ୩୦୦୦ ମେଟ୍ରିକ ଟନ୍‌ ପର୍ଯ୍ୟନ୍ତ ଷ୍ଟକ୍‌ ରଖିପାରିବେ। ପ୍ରକ୍ରିୟାକାରୀଙ୍କ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ର ଅବଶିଷ୍ଟ ମାସ ସହିତ ମାସିକ ସଂସ୍ଥାପିତ କ୍ଷମତା(ଏମ୍‌ଆଇସି)କୁ ଗୁଣନ କରି ଏହାର ୭୦ ପ୍ରତିଶତ ନିର୍ଦ୍ଧାରିତ କରାଯାଇଛି। ଉପରୋକ୍ତ ଭଳି ସମ୍ପୃକ୍ତ ଆଇନଗତ ସଂସ୍ଥାଗୁଡ଼ିକୁ ଷ୍ଟକ ସ୍ଥିତି ଘୋଷଣା କରିବାକୁ ପଡ଼ିବ ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ପୋର୍ଟାଲ https://evegoils.nic.in/wsp/loginରେ ନିୟମିତ ଭାବେ ଅପଡେଟ ଦେବାକୁ ପଡ଼ିବ ଏବଂ ଯଦି ସେମାନଙ୍କ ପାଖରେ ଥିବା ଷ୍ଟକ୍‌ ନିର୍ଦ୍ଧାରିତ ସୀମାଠାରୁ ଅଧିକ ହୁଏ ତେବେ ସେମାନଙ୍କୁ ଏହି ବିଜ୍ଞପ୍ତି ଜାରି ହେବାର ୩୦ ଦିନ ମଧ୍ୟରେ ନିର୍ଦ୍ଧାରିତ ଷ୍ଟକ ସୀମାକୁ ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri